Advertisment

ଗର୍ଭବତୀଙ୍କୁ ୨୦ ଖଣ୍ଡ କରି କାଟିଲେ, ଜଙ୍ଗଲରେ ଫିଙ୍ଗିଦେଲେ

ଗୋଟିଏ ବ୍ୟାଗ୍‌ରେ ମହିଳାଙ୍କ କଟା ମୁଣ୍ଡ ଓ ଅଣ୍ଟା ଉପର ଭାଗ ଥିବା ବେଳେ ଅନ୍ୟ ବ୍ୟାଗ୍‌ରେ ଗୋଡ ହାତକୁ ଖଣ୍ଡ ଖଣ୍ଡ କରି କାଟି ଭର୍ତ୍ତି କରାଯାଇଛି।

ଅଦ୍ୟତନ ହୋଇଛି
Pregnant Woman Dead Body

Pregnant Woman Dead Body

Advertisment

ଗର୍ଭବତୀଙ୍କୁ ପ୍ରଥମେ ହତ୍ୟା, ତା'ପରେ ଖଣ୍ଡ ଖଣ୍ଡ କରି କାଟି ଦେଲେ। ବ୍ୟାଗରେ ଭର୍ତ୍ତି କରି ଜଙ୍ଗଲରେ ଫିଙ୍ଗି ଦେଲେ। ଏଭଳି କିଛି ବୀଭତ୍ସ ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶରୁ। ଏହି ଘଟଣା ଏବେ ପୂରା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି।

Advertisment

ଉତ୍ତରପ୍ରଦେଶର ଅମରୋହାର ନୌଗାଁବା ଅଞ୍ଚଳ। ଏଠାକାର ଏକ ଜଙ୍ଗଲରୁ ଗର୍ଭବତୀଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଜବତ ହୋଇଛି। ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ତାଙ୍କ ମୁଣ୍ଡ ଗଣ୍ଡି ଅଲଗା କରିବା ସହ ତାଙ୍କ ମୃତଦେହକୁ ପ୍ରାୟ ୨୦ ଖଣ୍ଡ କରି ବ୍ୟାଗ୍‌ରେ ଭର୍ତ୍ତି କରି ଜଙ୍ଗଲରେ କେହି ପିଙ୍ଗି ଦେଇଛନ୍ତି। ଗୋଟିଏ ବ୍ୟାଗ୍‌ରେ ମହିଳାଙ୍କ କଟା ମୁଣ୍ଡ ଓ ଅଣ୍ଟା ଉପର ଭାଗ ଥିବା ବେଳେ ଅନ୍ୟ ବ୍ୟାଗ୍‌ରେ ଗୋଡ ହାତକୁ ଖଣ୍ଡ ଖଣ୍ଡ କରି କାଟି ଭର୍ତ୍ତି କରାଯାଇଛି।

ଫେବ୍ରୁଆରୀ ୨୭ ତାରିଖ ଦିନ ପ୍ରଥମେ ଜଣେ ସ୍ଥାନୀୟ ଲୋକ ନିଜ ଘରକୁ ଯିବା ବାଟରେ ଦୁଇଟି ବ୍ୟାଗ୍‌ରେ ଏହି ଖଣ୍ଡ ବିଖଣ୍ଡିତ ମୃତଦେହ ଜଙ୍ଗଲ ଭିତରେ ପଡିଥିବା ଦେଖିବାକୁ ପାଇଥିଲେ। ଏହା ଦେଖି ପ୍ରଥମେ ସେ ଭୟଭୀତ ହୋଇ ପଡିଥିଲେ। ପରେ ସେ ପୁଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ପୁଲିସ ମୃତଦେହକୁ ଜବତ କରିଛି। ମୃତକ ମହିଳାଙ୍କ ବୟସ ୨୮ରୁ ୩୦ ବର୍ଷ ବୟସ ହେବ ବୋଲି ଅନୁମାନ କରାଯାଉଛି। ତେବେ ମୃତକ ଜଣକ କିଏ ସେ ନେଇ କୌଣସି ସୂଚନା ମିଳିନାହିଁ। ଖଣ୍ଡ ବିଖଣ୍ଡିତ ମୃତଦେହକୁ ପୁଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଆଖପାଖର ସିସିଟିଭି ଫୁଟେଜ ଯାଞ୍ଚ ଚାଲିଛି। କିଏ ଓ କାହିଁକି ଭଗର୍ବତୀଙ୍କୁ ଏଭଳି ନିର୍ମମଭାବେ ହତ୍ୟା କରି ଫିଙ୍ଗି ଦେଲେ ତା'ର ତଦନ୍ତ ଜାରି ରହିଛି।

Advertisment

ମହିଳାଙ୍କୁ ଅନ୍ୟ କୌଣସି ସ୍ଥାନରେ ହତ୍ୟା କରି ଜଙ୍ଗଲରେ ଆଣି ଫିଙ୍ଗି ଦିଆଯାଇଥିବା ପୁଲିସ ସନ୍ଦେହ କରୁଛି। ମୃତଦେହରେ ପଡିଥିବା ରକ୍ତ ଛିଟାକୁ ଦେଖି ମହିଳାଙ୍କୁ ହତ୍ୟା ପରେ ହତ୍ୟାକାରୀ ତାଙ୍କୁ କୌଣସି ଧାରୁଆ ଅସ୍ତ୍ରୀରେ ଖଣ୍ଡ ଖଣ୍ଡ କରି କାଟି ଥିବା ପୁଲିସ କହିଛି।

UP Police Uttar Pradesh Amroha Pregnant Woman Dead Body
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe