Advertisment

ପୁଲିସ ବାବୁଙ୍କ ଦବଙ୍ଗଗିରି; ଅଭିଯୁକ୍ତକୁ ନିର୍ଧୂମ ପିଟିଲେ, ପିଠି ଉପରେ ଚଢ଼ିଗଲେ

ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ।

ଅଦ୍ୟତନ ହୋଇଛି
Police Attack

Police Attack

Advertisment

ପୁଲିସ ବାବୁଙ୍କ ଦବଙ୍ଗଗିରି। ଅଭିଯୁକ୍ତକୁ ଅଟକାଇ ନିର୍ଧୂମ ପିଟିଲେ। ପରେ ଗୋଇଁଠା ମାରି ରାସ୍ତାଉପରେ ପକାଇ ପିଠି ଉପରେ ଗୋଡ଼ ଦେଇ ଚଢ଼ିଗଲେ। ଅଭିଯୁକ୍ତର ପିଠି ଉପରେ ପୁଲିସ ବାବୁ ଗୋଡ଼ ଦେଇ ଚଢ଼ିବା ସମୟରେ ଫଟୋ ସୋଶାଲ ମିଡିଆରେ ଫାଇରାଲ ହେଉଛି। ଏପରି ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ।

Advertisment

ବାଙ୍କୀ ବୈଦେଶ୍ୱର ଥାନା ନିକଟସ୍ଥ ବ୍ରିଜ ନିକଟରେ ରାତିରେ ପୁଲିସ ଟିମ୍ ପାଟ୍ରୋଲିଂ କରୁଥିଲେ। ବୈଦେଶ୍ୱର ଥାନା ଅଧିକାରୀ ପ୍ରିୟ ଦର୍ଶନ ସେଠୀ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ଏହି ସମୟରେ ଜଣେ ଅଭିଯୁକ୍ତ ସେହି ରାସ୍ତା ଦେଇ ବାଇକରେ ଯାଉଥିଲେ। ବୈଦେଶ୍ୱର ଥାନାର ପୁଲିସ କର୍ମଚାରୀ ଅଭିଯୁକ୍ତକୁ ଅଟକାଇଥିଲେ। ପରେ ଅଭିଯୁକ୍ତ ଓ ପୁଲିସ କର୍ମଚାରୀଙ୍କ ମଧ୍ୟରେ ବଚସା ହୋଇଥିଲା।

ପରେ ପୁଲିସ କର୍ମଚାରୀ ଅଭିଯୁକ୍ତକୁ ନିର୍ଧୂମ ପିଟିଲେ। ପରେ ବୈଦେଶ୍ୱର ଥାନା ଅଧିକାରୀ ପ୍ରିୟ ଦର୍ଶନ ସେଠୀ ଅଭିଯୁକ୍ତକୁ ଟାଣି ଆଣି ଗୋଇଁଠା ମାରି ତଳେ ପକାଇ ଦେଇଥିଲେ। ପରେ ଅଭିଯୁକ୍ତର ପିଠି ଉପରେ ଗୋଡ଼ ରଖି ପକେଟରୁ ବନ୍ଧୁକ କାଢ଼ି ଧମକ ଦେଇଥିଲେ। ସେହି ସମୟର ଫଟୋ ସୋଶାଲ ମଡ଼ିଆରେ ଭାଇରାଲ ହେଉଛି। ଏହି ଘଟଣାଟି ଗତମାସର ବୋଲି ଜଣାଯାଇଛି।

Advertisment
Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe