Advertisment

ରାତି ଅଧରେ ଦୁଇ ଚୋର ମାଗିଲେ ଦା’, ମାଡ଼ି ବସିଲେ ଗାଁ ଲୋକେ

ଗାଁରେ ବିଛାଯାଇଥିବା ପାଣି ପାଇପ ଚାବିକୁ ଚୋରି କରିବାକୁ ଉଦ୍ୟମ କଲେ। ହେଲେ ଯେତେବେଳେ ସମ୍ଭବ ହୋଇପାରିଲାନି ଜଣେ ଗ୍ରାମବାସୀଙ୍କୁ ବାହାନା କରି ଦା’ ମାଗିଲେ।

thieves Caught by police

thieves Caught by police

Advertisment

ରାତି ଅଧରେ ଗାଁରେ ପଶିଲେ ଚୋର । ଗାଁରେ ବିଛାଯାଇଥିବା ପାଣି ପାଇପ ଚାବିକୁ ଚୋରି କରିବାକୁ ଉଦ୍ୟମ କଲେ। ହେଲେ ଯେତେବେଳେ ସମ୍ଭବ ହୋଇପାରିଲାନି ଜଣେ ଗ୍ରାମବାସୀଙ୍କୁ ବାହାନା କରି ଦା’ ମାଗିଲେ। ଏହାପରେ ସନ୍ଦେହ ହେବାରୁ ଗ୍ରାମବାସୀ ମିଳିତ ଭାବେ ଦୁଇ ଚୋରଙ୍କୁ କାବୁ କଲେ। ଏପରି ଏକ ରୋଚନ ଘଟଣା ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ବାଉଁଶବଣିଆ ନିକଟ ପଣ୍ଡିସାହି ଗ୍ରାମରେ ଘଟିଛି।

Advertisment

ଗତକାଲି ବିଳମ୍ବିତ ରାତିରେ ଦୁଇ ଯୁବକ ପଣ୍ଡିସାହି ଗ୍ରାମରେ ପଶିଥିଲେ। ସେମାନେ ନିଶା ଖାଇବା ପାଇଁ କିଛି ଚୋରି କରିବାକୁ ଟାର୍ଗେଟ କରିଥିଲେ। ଏହି ସମୟରେ ସେମାନେ ପାଣି ପାଇପ ଚାବିକୁ ଚୋରି କରିବାକୁ ସ୍ଥିର କଲେ। ମାତ୍ର ବହୁ ଉଦ୍ୟମ ସତ୍ତ୍ୱେ ତାହା ସମ୍ଭବ ହୋଇ ପାରିଲାନି।

 ଯେକୌଣସି ପ୍ରକାରେ ପାଣି ପାଇପ ଚାବି ଚୋରି କରିବାକୁ ମନସ୍ଥ କରି ସେମାନେ ଜଣେ ଗ୍ରାମବାସୀଙ୍କୁ ଦା’ ମାଗିଥିଲେ। ସାଇକେଲ ଖରାପ ହୋଇଗଲା କହି ସେମାନେ ଏହା ମାଗିଥିଲେ।

Advertisment

ମାତ୍ର ଏଥିରେ ଉକ୍ତ ବ୍ୟକ୍ତିଙ୍କର ସନ୍ଦେହ ହେବାରୁ ସେ ଅନ୍ୟ ଗ୍ରାମବାସୀଙ୍କୁ ଫୋନ୍‌ କରି ଜଣାଇଥିଲେ। ଏହାପରେ ସମସ୍ତେ ମିଳିତ ଭାବେ ଉକ୍ତ ଦୁଇ ଯୁବକଙ୍କ ପିଛା କରି ସେମାନଙ୍କୁ କାବୁ କରିଥିଲେ। ବହୁ ପଚରାଉଚରା ପରେ ନିଶା ଖାଇବାକୁ ସେମାନେ ଚୋରି ଉଦ୍ୟମ କରିଥିବେ କହିଥିଲେ। ଏହାପରେ ଖବର ପାଇ ପୁଲିସ୍‌ ପହଞ୍ଚି ଉକ୍ତ ଦୁଇ ଚୋରଙ୍କୁ ଥାନାକୁ ନେଇ ଯାଇଥିବା ଜଣାଯାଇଛି।

Balsore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe