ଦେଢ଼କୋଟି ଟଙ୍କା ଠକେଇ ଅଭିଯୋଗ: ପ୍ରଭାରୀ ଅଜୟ କୁମାରଙ୍କ ସମେତ ୩ କଂଗ୍ରେସ ନେତାଙ୍କ ନାଁରେ ଥାନାରେ ମାମଲା

ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରଭାରୀ ଅଜୟ କୁମାରଙ୍କ ସମେତ ପୂର୍ବତନ ପିସିସି ଅଧ୍ୟକ୍ଷ ଶରତ କୁମାର ପଟ୍ଟନାୟକ ଓ କଂଗ୍ରେସ ନେତା ବିଶ୍ୱରଞ୍ଜନ ମହାନ୍ତିଙ୍କ ବିରୁଦ୍ଧରେ ଦେଢ଼କୋଟି ଟଙ୍କାର ଠକେଇ ଅଭିଯୋଗରେ ଥାନାରେ ମାମଲା ରୁଜୁ ହୋଇଛି ।

Sarat Pattanayak and Ajoy Kumar

ଶରତ କୁମାର ପଟ୍ଟନାୟକ ଏବଂ ଅଜୟ କୁମାର

Ordigital Desk
  • Published: Wednesday, 16 October 2024
  • Updated: 16 October 2024, 09:47 PM IST

Sports

Latest News

ଓଡ଼ିଶାରେ ନେତୃତ୍ୱବିହୀନ କଂଗ୍ରେସକୁ ଏବେ ଆଉ ଏକ ଝଟକା ଲାଗିଛି । ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରଭାରୀ ଅଜୟ କୁମାରଙ୍କ ସମେତ ପୂର୍ବତନ ପିସିସି ଅଧ୍ୟକ୍ଷ ଶରତ କୁମାର ପଟ୍ଟନାୟକ ଓ କଂଗ୍ରେସ ନେତା ବିଶ୍ୱରଞ୍ଜନ ମହାନ୍ତିଙ୍କ ବିରୁଦ୍ଧରେ ଦେଢ଼କୋଟି ଟଙ୍କାର ଠକେଇ ଅଭିଯୋଗରେ ଥାନାରେ ମାମଲା ରୁଜୁ ହୋଇଛି । ଭୁବନେଶ୍ୱର ଜେଏମଏଫସି କୋର୍ଟଙ୍କ ନିର୍ଦ୍ଦେଶରେ ଭରତପୁର ଥାନାରେ ବିଭିନ୍ନ ଦଫାରେ ପୁଲିସ ମାମଲା ରୁଜୁ କରିବାକୁ ବାଧ୍ୟ ହୋଇଥିବା ଜଣାପଡ଼ିଛି ।

ଥାନାରେ ଅଭିଯୋଗ ଅନୁସାରେ, ଗତ ସାଧାରଣ ନିର୍ବାଚନବେଳେ ପ୍ରଚାର ପାଇଁ ଏଲଇଡି ଟିଭି ଓ ଗାଡ଼ି ଯୋଗାଇ ଦେବା ପାଇଁ ଆଶୁତୋଷ ମହାପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ସହ ତତକାଳୀନ ପିସିସି ସଭାପତି ଶରତ ପଟ୍ଟନାୟକ ଓ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଦେଢ଼କୋଟି ଟଙ୍କା ଦେବାକୁ ଚୁକ୍ତିବଦ୍ଧ ହୋଇଥିଲେ । ଆଡଭାନ୍ସବାବଦରେ ୮ଲକ୍ଷ ଟଙ୍କା ଶ୍ରୀ ମହାପାତ୍ରଙ୍କୁ ଦିଆଯାଇଥିଲା । ବାକି ଟଙ୍କା ଭୋଟ୍ ସରିବାପରେ ଦେବାକୁ ଏହି ଦୁଇ କଂଗ୍ରେସ ନେତା ପ୍ରତିଶ୍ରୁତି ଦେଇଥିଲେ ।

ତେବେ ଭୋଟ ସରିବା ପରେ ଏହି ଟଙ୍କା ଦେବା ତ ଦୂରର କଥା ଶ୍ରୀ ମହାପାତ୍ରଙ୍କ ଫୋନ୍ ମଧ୍ୟ ଉଭୟ ନେତା ଉଠାଇନଥିଲେ । ପରବର୍ତ୍ତୀ ସମୟରେ ଉଭୟ ଅଜୟ କୁମାର ଓ ଶରତ ପଟ୍ଟନାୟକ ତାଙ୍କୁ ଧମକଚମକ ଦେବା ସହ ବକେୟା ଟଙ୍କା ଫାଙ୍କି ଦେଇଥିଲେ । ଏପରିକି ଶ୍ରୀ ମହାପାତ୍ର ଉଭୟ ନେତାଙ୍କୁ ଭେଟି ଅର୍ଥ ଦେବାକୁ ଜିଦ୍ ଧରିବାରୁ ସେଠାରେ ଥିବା କଂଗ୍ରେସ ନେତା ବିଶ୍ୱରଞ୍ଜନ ମହାନ୍ତି ତାଙ୍କୁ ଗୋଇଠା ମାରି ବିହାରୀ ଗୁଣ୍ଡାଙ୍କ ଦ୍ୱାରା ହତ୍ୟା କରିଦିଆଯିବ ବୋଲି ଧମକ ଦେଇଥିବା ଶ୍ରୀ ମହାପାତ୍ର ତାଙ୍କ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି । ବକେୟା ଟଙ୍କା ପାଇବା ଆଶା କ୍ଷୀଣ ଜାଣି ଶ୍ରୀ ମହାପାତ୍ର ଭରତପୁର ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ପୁଲିସ ତାଙ୍କର ଏଫଆଇଆରକୁ ଗ୍ରହଣ କରିନଥିଲା । ପରେ ସେ ବାଧ୍ୟ ହୋଇ ଭୁବନେଶ୍ୱର ଡିସିପିଙ୍କୁ ଚିଠି ମାଧ୍ୟମରେ ଅବଗତ କରିଥିଲେ ମଧ୍ୟ କିଛି ସୁଫଳ ନମିଳିବାରୁ ଜେଏମଏଫସି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । 

Also Read

ତେବେ କୋର୍ଟଙ୍କ ହସ୍ତକ୍ଷେପ ଓ ନିର୍ଦ୍ଦେଶ ପରେ ଭରତପୁର ଥାନା ଏହି ଅଭିଯୋଗକୁ ଆଧାର କରି ଅକ୍ଟୋବର ୧୨ତାରିଖରେ କଂଗ୍ରେସ ନେତା ଅଜୟ କୁମାର, ଶରତ ପଟ୍ଟନାୟକ ଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ନାଁରେ ଏଫଆଇଆର ରୁଜୁ କରିଛି । ସେମାନଙ୍କ ବିରୁଦ୍ଧରେ ଧାରା ୧୨୦-ଖ,୪୨୦,୫୦୬ ଓ ୩୪ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

ଏନେଇ ଅଭିଯୋଗକାରୀ ଶ୍ରୀ ମହାପାତ୍ରଙ୍କ ସହ ଯୋଗଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇ ନଥିଲେ । ଏହି ୩ କଂଗ୍ରେସ ନେତାଙ୍କ ସହ ମଧ୍ୟ ଯୋଗାଯୋଗ ସମ୍ଭବପର ହୋଇପାରିନି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story