Advertisment

ମୁସିଲମ ଛାତ୍ରଙ୍କୁ ମାଡ଼ ଘଟଣା: ଅଲ୍ଟ ନ୍ୟୁଜର ସହ ପ୍ରତିଷ୍ଠାତାଙ୍କ ନାଁରେ ମାମଲା

ସେ ପୀଡ଼ିତ ଛାତ୍ରଙ୍କ ପରିଚୟ ସାର୍ବଜନୀନ କରିଥିବା ଅଭିଯୋଗ ହୋଇଛି। ଏଥିପାଇଁ ତାଙ୍କ ନାଁରେ ମାମଲା ହୋଇଥିବା ପୁଲିସ କହିଛି।

School

School

Advertisment

ଉତ୍ତର ପ୍ରଦେଶ ପୁଲିସ୍‌ ଫ୍ୟାକ୍ଟ ଚେକର ତଥା ଅଲ୍ଟ ନ୍ୟୁଜର ପ୍ରତିଷ୍ଠାତା ମହମ୍ମଦ ଜୁବୈରଙ୍କ ନାଁରେ ମାମଲା ରୁଜୁ କରିଛି। ରାଜ୍ୟର ଗୋଟିଏ ସ୍କୁଲରେ ଜଣେ ମୁସଲିମ ଛାତ୍ରଙ୍କୁ ମାଡ଼ ମାରିବା ପାଇଁ ଅନ୍ୟ ପିଲାମାନଙ୍କୁ ଶିକ୍ଷୟିତ୍ରୀ ନିର୍ଦ୍ଦେଶ ଦେବା ଘଟଣାର ଭିଡିଓ ଭାଇରାଲ ହୋଇଥିଲା।

Advertisment

ଏ ସଂକ୍ରାନ୍ତରେ ଗୋଟିଏ ପୋଷ୍ଟ ଜୁବୈର କରିଥିଲେ। ଏଥିରେ ସେ ପୀଡ଼ିତ ଛାତ୍ରଙ୍କ ପରିଚୟ ସାର୍ବଜନୀନ କରିଥିବା ଅଭିଯୋଗ ହୋଇଛି। ଏଥିପାଇଁ ତାଙ୍କ ନାଁରେ ମାମଲା ହୋଇଥିବା ପୁଲିସ କହିଛି।

ଶୁକ୍ରବାର ଜାତୀୟ ଶିଶୁ ସୁରକ୍ଷା ଅଧିକାରୀ ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ପୀଡ଼ିତ ଛାତ୍ରଙ୍କ ପରିଚୟ ସାର୍ବଜନୀନ ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମାଡ଼ ମାରିବା ବେଳର ଭିଡିଓ ଶେୟାର କରିବା ବେଳେ ଏଥିପ୍ରତି ଧ୍ୟାନ ଦେବାକୁ କମିଶନ ପକ୍ଷରୁ କୁହାଯାଇଥିଲା।

Advertisment

ଏପରି କି ପରିଚୟ ସାର୍ବଜନୀନ କରିବା ଭଳି ଅପରାଧରେ ସାମିଲ ନ ହେବାକୁ ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନର ଅଧ୍ୟକ୍ଷ ପ୍ରିୟଙ୍କ କାନୁନଗୋ ଅନୁରୋଧ କରିଥିଲେ। ତଥାପି ଜୁବୈର ପୀଡ଼ିତଙ୍କ ପରିଚୟ ସାର୍ବଜନୀନ କରିଥିବା ଅଭିଯୋଗ ହୋଇଛି। ଏଥିପାଇଁ ପୁଲିସ୍‌ ତାଙ୍କ ନାଁରେ ମାମଲା କରିଛି।

ଉତ୍ତରପ୍ରଦେଶର ମୁଜଫରନଗରର ଖବରପୁର ଗାଁର ଗୋଟିଏ ସ୍କୁଲର କ୍ଲାସ୍‌ ରୁମରେ ଜଣେ ମୁସଲିମ୍‌ ଛାତ୍ରଙ୍କୁ ଶକ୍ତ ଚାପୁଡ଼ା ମାରିବାକୁ ଶିକ୍ଷୟିତ୍ରୀ ତ୍ରିପତା ତ୍ୟାଗୀ ଅନ୍ୟ ଛାତ୍ରମାନଙ୍କୁ ଉସକାଇଥିଲେ। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା।

ଭିଡିଓରେ ଶୁଣିବାକୁ ମିଳିଛି, ଶିକ୍ଷୟିତ୍ରୀଜଣକ କ୍ଲାସରେ ଥିବା ମୁସଲିମ୍‌ ଛାତ୍ରଙ୍କୁ ଡାକି ଛିଡ଼ା କରାଉଛନ୍ତି। ଏହାପରେ ଅନ୍ୟ ଛାତ୍ରମାନଙ୍କୁ ଡାକି ଉକ୍ତ ଛାତ୍ରଙ୍କ ଗାଲକୁ ଶକ୍ତ ଚାପୁଡ଼ା ମାରିବାକୁ ନିର୍ଦ୍ଦେଶ ଦେଉଛନ୍ତି। ଏପରିକି ଆହୁରି ଜୋରରେ ମାର ବୋଲି ବି ଛାତ୍ରମାନଙ୍କୁ ଉତ୍ସାହିତ କରୁଛନ୍ତି।

ଗୋଟିଏ ଚାପୁଡ଼ା ମାରି ସାରିବା ପରେ ଆଉ ଗୋଟିଏ ଚାପୁଡ଼ା ମାରିବାକୁ ବି କହୁଛନ୍ତି। ଏପରି କି ସେ ପିଲାଙ୍କ ସମ୍ମୁଖରେ ଜାତିଗତ ଆକ୍ଷେପ କରି ଆପତ୍ତିଜନକ ଶବ୍ଦ କହିବାକୁ ବି ପଛାଇ ନାହାନ୍ତି।

ଏନେଇ ଛାତ୍ରଙ୍କ ବାପା କହିଛନ୍ତି, ଘଟଣା ସମ୍ପର୍କରେ ସେ ଥାନାରେ ଅଭିଯୋଗ କରିଥିବା ବେଳେ ନିଜ ପୁଅ ନାଁକୁ ସ୍କୁଲରୁ କାଟି ଦେଇଥିଲେ। ମାତ୍ର ସ୍କୁଲ କର୍ତ୍ତୃପକ୍ଷ ତାଙ୍କ ସହ ବୁଝାମଣା କରିବା ପରେ ସେ ଉକ୍ତ ସ୍କୁଲରେ ପୁଣି ଥରେ ନିଜ ପିଲାକୁ ପଢ଼ାଇବାକୁ ରାଜି ହୋଇଛନ୍ତି। ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌ ନିଜ ଆଡ଼ୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Uttar Pradesh Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe