Advertisment

୩ ଚେନ୍ ଲୁଟେରାଙ୍କୁ ଧରିଲା ପୁଲିସ

୧୨ ତାରିଖରେ ଜଣେ ମହିଳା ବାରଙ୍ଗରୁ ଘରକୁ ସ୍କୁଟିରେ ଫେରୁଥିଲେ। ସେଇ ସମୟରେ କିଛି ଦୁର୍ବୃତ୍ତ ଫୁଲ ପୋଖରୀ ପାହାଳ ମିଠା ଦୋକାନ ସାମ୍ନାରୁ ମହିଳାଙ୍କ ବେକରୁ ଚେନ୍ ଝାମ୍ପିନେଇ ଯାଇଥିଲେ।

Accused

Accused

Advertisment

କଟକ ଜିଲ୍ଲା ବାରଙ୍ଗ ଥାନା ପୁଲିସ ହାତରେ ଚେନ ଲୁଟେରା ଗ୍ୟାଙ୍ଗ। ଶୁକ୍ରବାର ଦିନ ଫୁଲ ପୋଖରୀ ଠାରେ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଛିଣ୍ଡାଇ ନେଇଥିଲେ ଦୁର୍ବୃତ୍ତ। ପୁଲିସ ବିଭିନ୍ନ ଜାଗାରୁ ସିସିଟିଭି ଫୁଟେଜକୁ ଯାଞ୍ଚ କରି ଗତକାଲି ଲୁଟେରାଙ୍କୁ ଠାବ କରିଥିଲା। ପରେ ଚଢ଼ାଉ କରି ୩ ଜଣ ଲୁଟେରାଙ୍କୁ ଗିରଫ କରିଛି ପୁଲିସ। ଗରଫ ମାନେ ହେଲେ ଅବଦୁଲ୍ଲୁ କାଦିର, ଏସକେ ସୁନୁ ଅଲ୍ଲି ଓ ପି.ଜଗା ରାଓ।

Advertisment

ଗିରଫ ମାନଙ୍କ ଠାରୁ ସୁନା ଚେନ, ନଗଦ ୪୯୦୦ ଟଙ୍କା, ଏକ ମୋଟରସାଇକେଲ ଓ ମୋବାଇଲ୍ ଜବତ କରିଛି ପୁଲିସ। ଏହି ଅଭିଯୁକ୍ତ ମାନଙ୍କ ନାଁ ରେ ବିଭିନ୍ନ ଥାନାରେ ୧୦ ରୁ ଅଧିକ ଅପରାଧିକ ମାମଲା ରହିଛି।

ବାରଙ୍ଗ ଥାନା, ଆଇଆଇସି ବିଶ୍ୱରଜନ ନାୟକ କହିଛନ୍ତି, ୧୨ ତାରିଖରେ ଜଣେ ମହିଳା ବାରଙ୍ଗରୁ ଘରକୁ ସ୍କୁଟିରେ ଫେରୁଥିଲେ। ସେଇ ସମୟରେ କିଛି ଦୁର୍ବୃତ୍ତ ଫୁଲ ପୋଖରୀ ପାହାଳ ମିଠା ଦୋକାନ ସାମ୍ନାରୁ ମହିଳାଙ୍କ ବେକରୁ ଚେନ୍ ଝାମ୍ପିନେଇ ଯାଇଥିଲେ। ଏନେଇ ମହିଳା ଜଣଙ୍କ ବାରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ କରିଥିଲା। ବିଭିନ୍ନ ଜାଗାର ସିସିଟିଭି ଫୁଟେଜକୁ ଜାଞ୍ଚ କରି ଦୁର୍ବୃତ୍ତ ମାନଙ୍କୁ ଧରିଛି ପୁଲିସ।

Advertisment
Loot Lootera
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe