Advertisment

ରିଲ୍‌ କରି ଦେଖାଇଲେ ଚୋରି ଟଙ୍କା, ଧରିପକାଇଲା ପୁଲିସ୍

ନଗଦ ୨ ଲକ୍ଷ ଟଙ୍କା ଓ ଦୁଇଟି ମୋବାଇଲ୍ ଫୋନ୍‌ ଜବତ କରିଛି ପୁଲିସ।

Rupee Notes

Rupee Notes

Advertisment

ଆଜିକାଲି ବହୁ ଲୋକ ରିଲ୍ କରୁଛନ୍ତି। ସୋଶାଲ ମିଡିଆରେ ବିଭିନ୍ନ ପ୍ରକାରର ରିଲ୍ ଦେଖିବାକୁ ମିଳିଛି। ହେଲେ କେବେ ଚୋରମାନେ ଚୋରି ଜିନିଷକୁ ନେଇ ରିଲ୍ କରିବାର ଦେଖିଛନ୍ତି କି? କାନପୁରରେ କିଛି ଚୋର ଚୋରି ଟଙ୍କାକୁ ନେଇ ରିଲ୍‌ କରିଛନ୍ତି। ଆଉ ଏହା ସେମାନଙ୍କ ପାଇଁ ଖୁବ୍ ମହଙ୍ଗା ପଡ଼ିଛି। କାରଣ ଏହି ରିଲ୍ ଯୋଗୁ ସେମାନଙ୍କ ପାଖରେ ପହଞ୍ଚି ଯାଇଛି ପୁଲିସ୍‌। ସେମାନଙ୍କ ମଧ୍ୟରୁ ଜଣେ ଗିରଫ ହୋଇଥିବା ବେଳେ ପୁଲିସ୍ ଜବତ କରିଛି ନଗଦ ୨ ଲକ୍ଷ ଟଙ୍କା ଓ ଦୁଇଟି ମୋବାଇଲ୍ ଫୋନ୍‌।

Advertisment

ଏହି ଚୋରମାନେ ତରୁଣ ଶର୍ମା ନାମକ ଜଣେ ଜ୍ୟୋତିଷଙ୍କ ଘରୁ ଟଙ୍କା ଚୋରି କରିଥିଲେ। ସେ ଏହି ଘଟଣା ସଂପର୍କରେ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ପୁଲିସ୍ ସିସିଟିଭି ଯାଞ୍ଚ କରିଥିଲା। ସେଥିରେ ଚୋରମାନେ ଚୋରି କରୁଥିବା ବେଳର ଦୃଶ୍ୟ କଏଦ ହୋଇଥିଲା। କିନ୍ତୁ ପୁଲିସ ସେମାନଙ୍କୁ ଧରିବାରେ ବିଫଳ ହୋଇଥିଲା।

ଅନ୍ୟପକ୍ଷରେ ଚୋରି ଟଙ୍କାକୁ ନେଇ ଏକ ରିଲ୍‌ କରିଥିଲେ ଚୋରମାନେ। ସେମାନେ ହୋଟେଲ ବେଡ୍‌ରେ ନୋଟ୍‌ ଗୁଡ଼ିକ ବିଛାଇ ରିଲ୍ କରିଥିଲେ ଓ ତାକୁ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ଏଥିରେ ଜଣେ ଚୋର ହାତରେ ଏକ ୫୦୦ ଟଙ୍କିଆ ବିଡ଼ା ଧରି ଦେଖାଉଥିବା ଦେଖିବାକୁ ମିଳିଛି। ଅବଶ୍ୟ ତା’ ମୁହଁ ଦେଖାଯାଉନାହିଁ।

Advertisment

ଏହି ରିଲ୍ ପୁଲିସ୍ ନଜରକୁ ଆସିବା ପରେ ସେମାନେ ଡିଜିଟାଲ୍ ଟ୍ରାକିଂ ଜରିଆରେ ଜଣେ ଚୋର ନିକଟରେ ପହଞ୍ଚିଥିଲେ। ତାକୁ ଗିରଫ କରିବା ସହିତ ପୁଲିସ ତା’ଠାରୁ ନଗଦ ୨ ଲକ୍ଷ ଟଙ୍କା ଓ ଦୁଇଟି ମୋବାଇଲ୍ ଫୋନ୍ ଜବତ କରିଛି। ଅନ୍ୟ ଚୋରମାନଙ୍କୁ ପୁଲିସ୍ ଖୋଜୁଛି।

Theft News Instagram Reel
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe