Advertisment

୧୩ ଡକାୟତ ଗିରଫ, ସେମାନଙ୍କ ଭିତରେ ଅଛନ୍ତି ଜଣେ ପୁଲିସ୍ କନଷ୍ଟେବଲ

ସେମାନଙ୍କ ନିକଟରୁ ବିପୁଳ ପରିମାଣର ସୁନା ଓ ରୁପା ଅଳଙ୍କାର ଏବଂ ମାରଣାସ୍ତ୍ର ଜବତ ହୋଇଛି।

Accused

Accused

Advertisment

ଡକାୟତି ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ କନେଷ୍ଟବଲ। ତାଙ୍କ ନାଁ ସୋନୁ ଯାନୀ। ସେ କୋରାପୁଟ ଜିଲ୍ଲା ପୁଲିସ୍‌ରେ ଏପିଆର୍ କନଷ୍ଟେବଳ ଅଛନ୍ତି।

Advertisment

ଗତ ୧୪ ତାରିଖରେ ନବରଙ୍ଗପୁର ଜିଲ୍ଲା ଡଙ୍ଗରଭେଜାର ବିଶିଷ୍ଟ ବ୍ୟବସାୟୀ ତଥା ବିଜେଡି ନେତା ସୁନୀଲ ସାହୁଙ୍କ ଘରୁ ଡକାୟତି ଘଟଣାରେ ପୁଲିସ୍ କନେଷ୍ଟବଳ ସୋନୁ ଯାନୀଙ୍କ ସମେତ ୧୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଭିତରେ ଅଛନ୍ତି ଚୋରି ସାମଗ୍ରୀ ରଖି ଟଙ୍କା ଦେଇଥିବା ଜଣେ ବ୍ୟକ୍ତି। ସେମାନଙ୍କ ନିକଟରୁ ବିପୁଳ ପରିମାଣର ସୁନା ଓ ରୁପା ଅଳଙ୍କାର ଏବଂ ମାରଣାସ୍ତ୍ର ଜବତ ହୋଇଛି।

ସୁନୀଲ ସାହୁଙ୍କ ଘରର ତାଲା ଭାଙ୍ଗି ଏହି ଡକାୟତମାନେ ପଶିଥିଲେ। ପରେ ତାଙ୍କ ଘରେ ଭଡ଼ାରେ ରହୁଥିବା ଶିକ୍ଷୟିତ୍ରୀଙ୍କ ଘରେ ପଶିଥିଲେ। ବନ୍ଧୁକ ଦେଖାଇ ନେଇ ଯାଇଥିଲେ ସୁନା ଗହଣା ଓ ଟଙ୍କା।

Advertisment

ଏହି ଗ୍ୟାଙ୍ଗର ଆଉ ଦୁଇ ଜଣ ସଦସ୍ୟ ଫେରାର ଥିବା ବେଳେ ପୁଲିସ ସେମାନଙ୍କୁ ଧରିବାକୁ ଚେଷ୍ଟା କରୁଛି।

Odisha Police Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe