Advertisment

ଭିଣ୍ଟେଜ୍ କାର୍ ପ୍ରଦର୍ଶନୀରେ ପୁଲିସ-ଜନତା ଧସ୍ତାଧସ୍ତି

ଆଜି ଅପରାହ୍ନରେ କିଛି ଲୋକ ଜବରଦସ୍ତି ପ୍ରଦର୍ଶନୀ ଦେଖିବାକୁ ନେଇ ହୋଇଥିଲା ଖଣ୍ଡଯୁଦ୍ଧ। କିଛି ଲୋକ ଜବରଦସ୍ତି ପ୍ରଦର୍ଶନୀ ଦେଖିବାକୁ ଜିଦ୍ କରିବା ପରେ ସୁରକ୍ଷାକର୍ମୀଙ୍କ ସହ ହାତାହାତି ହୋଇଥିଲେ।

Vintage Car Show

Vintage Car Show

Advertisment

ଭୁବନେଶ୍ୱର ବରମୁଣ୍ଡାରେ ଭିଣ୍ଟେଜ୍ କାର୍ ପ୍ରଦର୍ଶନୀ ଚାଲିଥିବା ବେଳେ ଆଜି ଦେଖା ଦେଇଥିଲା ଉତ୍ତେଜନା। ପୁଲିସ-ଜନତା ହୋଇଥିଲେ ଧସ୍ତାଧସ୍ତି। ଲୋକଙ୍କୁ ଗେଟ୍ ଭିତରକୁ ନଛାଡ଼ିବାରୁ ଠେଲାପେଲା ସ୍ଥିତି ଉପୁଜିଥିଲା।

Advertisment

ଗତକାଲିଠାରୁ ବରମୁଣ୍ଡା ପଡ଼ିଆରେ ଭିଣ୍ଟେଜ୍ କାର ପ୍ରଦର୍ଶନୀ ଚାଲିଥିବା ବେଳେ ପ୍ରଦର୍ଶନୀକୁ ସାଧାରଣ ଜନତାଙ୍କ ପ୍ରବେଶ ଉପରେ ବାରଣ ରହିଛି। ଆଜି ଅପରାହ୍ନରେ କିଛି ଲୋକ ଜବରଦସ୍ତି ପ୍ରଦର୍ଶନୀ ଦେଖିବାକୁ ନେଇ ହୋଇଥିଲା ଖଣ୍ଡଯୁଦ୍ଧ। କିଛି ଲୋକ ଜବରଦସ୍ତି ପ୍ରଦର୍ଶନୀ ଦେଖିବାକୁ ଜିଦ୍ କରିବା ପରେ ସୁରକ୍ଷାକର୍ମୀଙ୍କ ସହ ହାତାହାତି ହୋଇଥିଲେ।

ପରେ ପୁଲିସ୍ ପହଞ୍ଚିବା ପରେ ପୋଲିସ୍ ସହ ପାଟିତୁଣ୍ଡ ସାଙ୍ଗକୁ ଧସ୍ତାଧସ୍ତି ମଧ୍ୟ ହୋଇଥିଲା। ତେବେ ପରେ ଘଟଣା ସ୍ଥଳରେ ଡିସିପି ପହଞ୍ଚି ବୁଝାସୁଝା କରିବା ପରେ ସ୍ଥିତି ନିୟନ୍ତ୍ରଣ ହୋଇଥିଲା। ସେପଟେ କିନ୍ତୁ ଲୋକଙ୍କ ଯୁକ୍ତି କାହିଁକି ପ୍ରଦର୍ଶନୀ ଦେଖିବାକୁ ବାରଣ କରାଯାଉଛି ଏବଂ ପୋଲିସ୍ ଏମାନଙ୍କ କଥାରେ କରୁଛି ଗୁଣ୍ଡାରାଜ୍। ପରେ ଘଟଣାସ୍ଥଳରେ ଡିସିପି ପହଞ୍ଚି ବୁଝାସୁଝା କରିବା ପରେ ସ୍ଥିତି ସ୍ୱାଭାବିକ ହୋଇଛି।

Advertisment
Bhubaneswar Vintage Car
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe