Advertisment

ମାଟି ତଳୁ ବାହାରିଲା ୨୫ ଲକ୍ଷର ପୋଚ; ଛତ୍ରଭଙ୍ଗ ଦେଲେ ମାଫିଆ

ପୁଲିସ୍‌ ଆଖିରୁ ବର୍ତ୍ତିବା ପାଇଁ ପୋଚ ପ୍ରସ୍ତୁତିର ଏପରି ଉପାୟ ପୂର୍ବରୁ କେହି କେବେ ଦେଖି ନ ଥିବେ କି ଶୁଣି ନ ଥିଲେ।

Raid

Raid

Advertisment

ମାଟି ତଳେ ପୋତା ଯାଇଛି ପୋଚ । ପାଣି ତଳେ, ପଙ୍କ ତଳେ ବି ବେଶ୍‌ ଯତ୍ନର ସହ ପୋତାଯାଇଛି ପୋଚ । ପୁଲିସ୍‌ ଆଖିରୁ ବର୍ତ୍ତିବା ପାଇଁ ପୋଚ ପ୍ରସ୍ତୁତିର ଏପରି ଉପାୟ ପୂର୍ବରୁ କେହି କେବେ ଦେଖି ନ ଥିବେ କି ଶୁଣି ନ ଥିଲେ। କିନ୍ତୁ ପୁରୁଣା ବାଲେଶ୍ୱର ଅଞ୍ଚଳରେ ଦେଖିବାକୁ ମିଳିଛି ଏପରି ଚିତ୍ର। ଆଜି ଭୋରୁ ଭୋରୁ ହୋଇଥିବା ଚଢ଼ାଉରେ ପୁରୁଣା ବାଲେଶ୍ୱର ଅଞ୍ଚଳରେ ପ୍ରାୟ ୩୫ ହଜାର ଲିଟରରୁ ଅଧିକ ପୋଚ ନଷ୍ଟ କରାଯାଇଛି। ତାହାର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାଯାଇଛି।

Advertisment

ପୁରୁଣା ବାଲେଶ୍ୱର ଅଞ୍ଚଳରେ ଦୀର୍ଘ ବର୍ଷ ଧରି ଏମିତି ଦେଶୀ ମଦ ଭାଟି ଚାଲି ଆସୁଥିଲା। ପୁଳିସ୍‌ କବଳରୁ ବଞ୍ଚିବା ସହ ବେପାର କରି ମାଲେମାଲ ହେବାକୁ ମଦ ମାଫିଆ ଏପରି ଚଳାଇଥିଲେ ନିଜ ସାମ୍ରାଜ୍ୟ ।

ମାତ୍ର ଆଗକୁ ପୂଜା ଥିବାରୁ ଗତ କିଛି ଦିନ ହେବ ସ୍ପେଶାଲ ଡ୍ରାଇଭ ଆରମ୍ଭ କରିଥିବା ପୁଲିସ୍‌ ଆଜି ଏହି ଭାଟି ଠାବ କରିବାରେ ସକ୍ଷମ ହୋଇଛି। ଆଜି ସକାଳେ ଅବକାରୀ ଓ ପୁଲିସ୍ ଟିମ୍ ଓ ବନ ବିଭାଗ ମିଳିତ ଚଢ଼ାଉ କରି ମାଟି ତଳେ ପୋତା ଯାଇଥିବା ପ୍ରାୟ ୩୫ ହଜାର ଲିଟରରୁ ଅଧିକ ପୋଚ ନଷ୍ଟ କରିଛନ୍ତି।

Advertisment

ପୁଲିସ୍‌କୁ ଦେଖି ସକାଳେ ମଦ ମାଫିଆମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇ ଚାଲି ଯାଇଥିଲେ। ଫଳରେ ପୁଲିସ୍‌ ମଦ ପ୍ରସ୍ତୁତିରେ ବ୍ୟବହୃତ ଲକ୍ଷାଧିକ ଟଙ୍କାର ସରଞ୍ଜାମ, ୧୦ କୁଇଣ୍ଟାଲରୁ ଅଧିକ କାଠ ଜବତ କରିଛି।

ଏନେଇ ବାଲେଶ୍ୱର ଏସପି ସାଗରିକା ନାଥ କହିଛନ୍ତି, ପୂଜା ବେଳେ ଅପ୍ରିତିକର ସ୍ଥିତିକୁ ଏଡ଼ାଇବାକୁ ସ୍ପେଶାଲ ଡ୍ରାଇଭ କରାଯାଇଥିଲା। ୨ ପ୍ଲାଟୁନ ଫୋର୍ସ, ୨ ଫୋର୍ସ ହୋମଗାର୍ଡ, ଅବକାରୀ ବିଭାଗ ଟିମ୍‌, ବନ ବିଭାଗ ଟିମ୍‌ ମିଳିତ ଭାବେ ଚଢ଼ାଉ କରିଥିଲେ। ଆଜି ସକାଳୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ମଦ ଜବତ କରିଛନ୍ତି। ଆଗକୁ ମଧ୍ୟ ଏପରି ଚଢ଼ାଉ କରାଯିବ ବୋଲି ବାଲେଶ୍ୱର ଏସ୍‌ପି ସୂଚନା ଦେଇଛନ୍ତି ।

Raid Liquor Thief
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe