Advertisment

ସାମାନ୍ୟ ବଚସାରୁ ଜଘନ୍ୟକାଣ୍ଡ; ଘରେ ପଶି ମାଡ଼ ମାରିଲେ,ଜିନିଷପତ୍ର ପୋଡ଼ିଦେଲେ

ଘରେ ପଶି ଆକ୍ରମଣ କରି ଦୁଇଜଣଙ୍କ ମୁଣ୍ଡ ଫଟାଇଦେଲେ ନିଶାସକ୍ତ ଯୁବକ।

author-image
Tapaswini Nayak
Attack

Attack

ସାମାନ୍ୟ ବଚସା ନେଲା ଉଗ୍ରରୁପ। ଘରେ ପଶି ମାଡ଼ ମାରି ମୁଣ୍ଡ ଫଟାଇଲେ। ସେତିକିରେ ମନ ବୁଝିଲାନି ଯେ ଘରର ସମସ୍ତ ଅସବାପତ୍ର ନଷ୍ଟ କରି ନିଆଁ ଲଗାଇଦେଲେ ନିଶାସକ୍ତ ଯୁବକ। ଏପରି  ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ସଗଡ଼ଭଙ୍ଗା ଗାଁରେ। ଆହତ ଦ୍ୱୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଗତକାଲି ସନ୍ଧ୍ୟାରେ ଶଗଡ଼ଭଙ୍ଗା ଗାଁର ତ୍ରିଲୋଚନ ବେହେରା ଓ ତାଙ୍କର ଜଣେ ସହଯୋଗୀ ଘରକୁ ଫେରୁଥିଲେ। ଏହି ସମୟରେ ରାସ୍ତା କଡରେ ମଦ୍ୟପାନ କରୁଥିବା କିଛି ଯୁବକଙ୍କ ସହିତ ବଚସା ହୋଇଥିଲା। ପରେ ଉଭୟଙ୍କ ଭିତରେ ସମାଧାନ ମଧ୍ୟ ହୋଇଯାଇଥିଲା।

ପରେ ରାତିରେ ନିଶାସକ୍ତ ଯୁବକମାନେ ତ୍ରିଲୋଚନ ଘରକୁ ଆସି ତାଙ୍କୁ ମାଡ଼ ମାରିବା ସହ ତାଙ୍କ ସହଯୋଗୀଙ୍କୁ ମଧ୍ୟ ମାଡ଼ ମାରିଥିଲେ। ଏହାସହ ଘରର ସମସ୍ତ ଅସବାପତ୍ର ନଷ୍ଟ କରି ନିଆଁ ଲଗାଇ ଦେଇଥିଲେ। ଏନେଇ ତ୍ରିଲୋଚନ ଥାନାରେ ଅଭିଯୋଗ କରିଥିଲେ।  ଅଭିଯୋଗ ପରେ ତିନି ଯୁବକକୁ ପୁଲିସ ଅଟକ ରଖି ପଚରାଉଚରା ଜାରି ରଖିଛି ।

Advertisment
Sudargrah