Advertisment

ରାତି ଅଧିଆ ଅଫିମ ଚାଷୀଙ୍କୁ ଉଠାଇ ଆଣିଲା ପୁଲିସ୍‌

ସୋମବାର ରାତି ପ୍ରାୟ ୩ଟା ହେବ। ପୁଲିସ୍‌ର ସ୍ୱତନ୍ତ୍ର ଟିମ୍‌ ବୋକୁଆ ଗାଁରେ ଜଣେ ଅଫିମ ଚାଷୀଙ୍କ ଘରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ଘରୁ ବିପୁଳ ପରିମାଣରେ ଅଫିସ ଓ ଅଫିମ ଚାଷରେ ବ୍ୟବହୃତ ସରଞ୍ଜାମ ଜବତ ମିଳିଥିଲା। ଏହା ପରେ ପୁଲିସ୍‌ ଅଫିମ ଚାଷୀକୁ ଉଠାଇ ଆଣିଥିଲା।

Baripada

Baripada

Advertisment

ରାତି ଅଧିଆ ଜଣେ ଅଫିମ ଚାଷୀଙ୍କୁ ଉଠାଇ ଆଣିଲା ପୁଲିସ୍‌। ଆଉ ଘନଘନ ଜେରା ବେଳେ ଅଫିମ ଚାଷ କରୁଥିବା ସେ ସ୍ୱୀକାର କରିଛନ୍ତି। ଗତ ଦୁଇ ବର୍ଷ ହେଲା ସେ ଶିମିଳିପାଳ ଅଭୟାରଣ୍ୟର କୋର ଏରିଆରେ ଅଫିମ ଚାଷ କରୁଥିବା ମାନିଛନ୍ତି। ପୁଲିସ୍‌ ତାଙ୍କୁ ଅଟକ ରଖି ଅନ୍ୟ ଅଭିଯୁକ୍ତଙ୍କ ଲିଙ୍କ ଖୋଜୁଛି।

Advertisment

ସୋମବାର ରାତି ପ୍ରାୟ ୩ଟା ହେବ। ପୁଲିସ୍‌ର ସ୍ୱତନ୍ତ୍ର ଟିମ୍‌ ବୋକୁଆ ଗାଁରେ ଜଣେ ଅଫିମ ଚାଷୀଙ୍କ ଘରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ଘରୁ ବିପୁଳ ପରିମାଣରେ ଅଫିସ ଓ ଅଫିମ ଚାଷରେ ବ୍ୟବହୃତ ସରଞ୍ଜାମ ଜବତ ମିଳିଥିଲା। ଏହା ପରେ ପୁଲିସ୍‌ ଅଫିମ ଚାଷୀକୁ ଉଠାଇ ଆଣିଥିଲା। ସୋମବାର ରାତି ସାରା ଓ ମଙ୍ଗଳବାର ଦିନ ତମାମ ପୁଲିସ୍‌ ଟିମ୍‌ ତାଙ୍କୁ ଘନଘନ ଜେରା କରିଥିଲା। ଜେରା ସମୟରେ ସେ ସବୁ କଥା କହି ପକାଇଥିଲେ। ଗତ ୨ ବର୍ଷ ଧରି ୨ ଏକର ଜମିରେ ଅଫିମ ଚାଷ କରୁଥିବା ସ୍ୱୀକାର କରିଥିଲେ। ଅଫିମ ଚାଷ ପାଇଁ ବିହନ କେଉଁଠୁ ଆଣୁଥିଲେ? ଅମଳ ପରେ କିଏ ନେଉଥିଲେ? ଆଉ କେଉଁ କେଉଁମାନେ ଏହି ଚାଷରେ ନିୟୋଜିତ ଅଛନ୍ତି? ଏମିତି କେତେ କଣ ପ୍ର’ଶ୍ନ ତାଙ୍କୁ ପଚାରିଥିଲା ପୁଲିସ୍‌। ହେପାଜତରେ ଥିବା ଅଫିମ ଚାଷୀ ସବୁ କହି ପକାଇଥିବା ଜଣାପଡ଼ିଛି।

ଶିମିଳିପାଳ ଅଭୟାରଣ୍ୟର କୋର ଏରିଆରେ ଦୀର୍ଘ ଦିନ ଧରି ଚାଲିଥିଲା ଅଫିମ ଚାଷ। ବିଶେଷ ସୂତ୍ରରୁ ଖବର ପାଇ ଗତ ୧୦ ତାରିଖରେ ଅବକାରୀ ବିଭାଗ ଓ ପୁଲିସ୍‌ ଅଲଗା ଅଲଗା ଚଢ଼ଉ କରିଥିଲା। ଅବକାରୀ ବିଭାଗ ଜଜଗଡ଼ା ଓ ଫୁଲ୍‌ବାଡ଼ି ଅଞ୍ଚଳରେ ଚଢ଼ଉ କରି ପ୍ରାୟ ୭ କୋଟି ୩୪ ଲକ୍ଷ ଟଙ୍କାର ଅଫିମ ଚାଷ ନଷ୍ଟ କରିଥିଲା। ସେହିପରି ପୁଲିସ୍‌ ବିଭାଗ ବକୁଆ ଓ କୁକୁରଭୁକ ଅଞ୍ଚଳରେ ଚଢ଼ଉ କରି ୧୦ କୋଟି ୬୬ ଲକ୍ଷ ଟଙ୍କାର ଅଫିମ ଚାଷକୁ ନଷ୍ଟ କରିଥିଲା। ପୁଲିସ୍‌ ଓ ବକାରୀ ବିଭାଗର ଚଢ଼ଉ ସମ୍ପର୍କରେ ଜାଣିପାରି ନିଶା ମାଫିଆମାନେ ଚମ୍ପଟ ମାରିଥିଲେ।

Advertisment

ଶିମିଳିପାଳ ଅଭୟାରଣ୍ୟ ହେଉଛି ଏସିଆ ମହାଦେଶର ସର୍ବ ବୃହତ୍ ଜୈବ ମଣ୍ଡଳ। ଏଠାରେ ବହୁ ଔଷଧୀୟ ବୃକ୍ଷଲତା ଓ ଲୁପ୍ତପ୍ରାୟ ପ୍ରାଣୀ ରହିଛନ୍ତି। ଯେଉଁଥିପାଇଁ ଏହାର କ୍ଷାତି ଦେଶ ବିଦେଶରେ ରହିଛି। ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ଶିମିଳିପାଳକୁ ପାଖରୁ ଦେଖିବା ପାଇଁ ଆସୁଛନ୍ତି। ଏପରି ସ୍ଥିତିରେ ଅଫିମ ଚାଷ ଖବର ପ୍ରକାଶ ପାଇବା ପରେ ଶିମିଳିପାଳର ଯଶ ଓ ଗୌରବ ନଷ୍ଟ ହେଉଥିଲା। ତେଣୁ ଶିମିଳିପାଳର କ୍ଷାତି ଫେରାଇ ଆଣିବା ପାଇଁ ଅପିଲ୍‌ କରିଥିଲେ ମୟୂରଭଞ୍ଜର ମହାରାଣୀ। ଶିମିଳିପାଳ କୋର ଏରିଆରେ ଅଫିମ ଚାଷ ନକରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କରିଥିଲେ ମହାରାଣୀ।

ରିପୋର୍ଟ- କପ୍ତିପଦାରୁ ଦୀପକ ମହାନ୍ତ

Baripada Similipal National Park
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe