ରକ୍ତାକ୍ତ ହୋଇ ଥାନା ଭିତରେ ପଶିଗଲେ ଯୁବକ। ଆଜି ଅପରାହ୍ନରେ ଏପରି ବୀଭତ୍ସ କାଣ୍ଡ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ସମ୍ମୁଖରେ ଘଟିଛି। ଏହି ମାମଲାରେ ପୁଲିସ୍ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି।
ବିପ୍ର ଗୌଡ ଜଣେ ହେଉଛନ୍ତି କ୍ଷୀର ବ୍ୟବସାୟୀ। ଘରକୁ ଘର ବୁଲି କ୍ଷୀର ଦିଅନ୍ତି। ସବୁଦିନ ପରି ସେ ଆଜି ଅପରାହ୍ନରେ କ୍ଷୀର ଦେବା ପାଇଁ ଯାଇଥିଲେ। କ୍ଷୀର ବିକି ସାରିବା ପରେ ସେ ଘରକୁ ଫେରୁଥିଲେ। ତେବେ ଥାନା ସମ୍ମୁଖରେ ଜଡ଼ାଘାଟୁଣୀ ଗାଁର ବିଦୁର ଗୌଡ଼ ତାଙ୍କୁ ଏକ କାତିରେ ଆକ୍ରମଣ କରିଥିଲେ। ରକ୍ତ ଜୁଡୁବୁଡୁ ହୋଇ ଜୀବନ ବିକଳରେ ଦୌଡ଼ି ଥିଲେ ବିପ୍ର।
Also Read
ବିପ୍ର ରକ୍ତାକ୍ତ ହୋଇ ଭଞ୍ଜନଗର ଥାନା ଭିତରେ ପଶି ଯାଇଥିଲେ। ପୁଲିସ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ସେପଟେ ଆକ୍ରମଣ କରିଥିବା ଯୁବକ ବିଦୁର ଗୌଡ଼ଙ୍କୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଛି। ତେବେ ଆକ୍ରମଣର କାରଣ ଜଣାପଡ଼ି ନାହିଁ। ପୁଲିସ୍ ବିଭିନ୍ନ ଦିଗରୁ ତଦନ୍ତ ଆରିମ୍ଭ କରିଛି।
ରିପୋର୍ଟ- ଭଞ୍ଜନଗରରୁ ରାଜେଶ କୁମାର ପଣ୍ଡା
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ସ୍ତ୍ରୀଙ୍କୁ ହତ୍ୟା କରି କାନ୍ଦି କାନ୍ଦି ଗଡ଼ୁଥିଲେ ସ୍ୱାମୀ!
ହତ୍ୟା ପାଇଁ ଦିନ ଓ ସମୟ ଫିକ୍ସ ହେଲା। ଯୋଜନା ମୁତାବକ ଆଧାରକାର୍ଡ଼ ସଂଶୋଧନ ପାଇଁ ସୋମବାର ଅପରାହ୍ନରେ ବାଇକ୍ରେ ସ୍ୱାମୀ ଓ ସ୍ତ୍ରୀ ନନ୍ଦପୁର ଯାଇଥିଲେ। ଆଧାରକାର୍ଡ ସଂଶୋଧନ ପରେ ଅପରାହ୍ନ ପ୍ରାୟ ସାଢ଼େ ୫ଟାରେ ଉଭୟ ଘରକୁ ଫେରୁଥିଲେ।
Crime
ଧର୍ମଛଡ଼ା ଧରମ ମାମୁକୁ ଆଜୀବନ ଜେଲ୍ ଦଣ୍ଡାଦେଶ
୨୩ ଜଣ ସାକ୍ଷୀଙ୍କ ବୟାନ ଓ ୪୦ଟି ଦସ୍ତାବିଜକୁ ଆଧାର କରି କୋର୍ଟ ରବି ସିଂକୁ ଦୋଷୀ ସାବ୍ୟସ୍ତ କରିବା ସହିତ ଦଣ୍ଡାଦେଶ ଶୁଣାଇଛନ୍ତି।
Crime
ପୂରା ପରିବାର ନିଶ୍ଚିହ୍ନ: ବାପା-ମା’ଙ୍କ ସହ ୩ ପିଲାଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର
ମହିଳାଙ୍କ ସ୍ୱାମୀଙ୍କ ପତ୍ତା ମିଳି ନଥିଲା। ପୁଲିସ୍ ଭାବୁଥିଲା ଯେ ନିଜ ହାତରେ ବ୍ୟକ୍ତି ଜଣଙ୍କ ନିଜ ସଂସାରକୁ ଉଜାଡ଼ି ଦେଇଛନ୍ତି। ହେଲେ କିଛି ଘଣ୍ଟା ପରେ ଗୋଟିଏ ନିର୍ମାଣଧୀନ କୋଠାରୁ ବ୍ୟକ୍ତିଙ୍କ ଗୁଳି ବିଦ୍ଧ ମୃତଦେହ ମିଳିବା ପରେ ପୂରା ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି।
Crime
ଚାଲି ଚାଲି ଯାଉଥିଲେ ପ୍ରଧାନ ଶିକ୍ଷକ, ଗୁଳି କରିଦେଲେ ଦୁର୍ବୃତ୍ତ
ଏହି ପୂରା ଘଟଣାର ଭିଡିଓ ସିସିଟିଭିରେ କଏଦ ହୋଇଛି। ଯାହା ଶୋସାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
Crime
ଠାକୁରାଣୀଙ୍କ ମନ୍ଦିରରୁ ଚୋରି; ନେଇଗଲେ ମା’ଙ୍କ ଚାନ୍ଦି ମୁକୁଟ, ହାର ଓ ସୁନା ଆଖି
ଏନେଇ ମନ୍ଦିର ପୂଜକ ଥାନାରେ ଅଭିଯୋଗ କରିଛନ୍ତି।