Advertisment

ରକ୍ତାକ୍ତ ହୋଇ ଥାନା ଭିତରେ ପଶିଗଲେ ଯୁବକ

ବିପ୍ର ଗୌଡ ଜଣେ ହେଉଛନ୍ତି କ୍ଷୀର ବ୍ୟବସାୟୀ। ଘରକୁ ଘର ବୁଲି କ୍ଷୀର ଦିଅନ୍ତି। ସବୁଦିନ ପରି ସେ ଆଜି ଅପରାହ୍ନରେ କ୍ଷୀର ଦେବା ପାଇଁ ଯାଇଥିଲେ। କ୍ଷୀର ବିକି ସାରିବା ପରେ ସେ ଘରକୁ ଫେରୁଥିଲେ।

Crime

Crime

Advertisment

ରକ୍ତାକ୍ତ ହୋଇ ଥାନା ଭିତରେ ପଶିଗଲେ ଯୁବକ। ଆଜି ଅପରାହ୍ନରେ ଏପରି ବୀଭତ୍ସ କାଣ୍ଡ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ସମ୍ମୁଖରେ ଘଟିଛି। ଏହି ମାମଲାରେ ପୁଲିସ୍‌ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି।

Advertisment

ବିପ୍ର ଗୌଡ ଜଣେ ହେଉଛନ୍ତି କ୍ଷୀର ବ୍ୟବସାୟୀ। ଘରକୁ ଘର ବୁଲି କ୍ଷୀର ଦିଅନ୍ତି। ସବୁଦିନ ପରି ସେ ଆଜି ଅପରାହ୍ନରେ କ୍ଷୀର ଦେବା ପାଇଁ ଯାଇଥିଲେ। କ୍ଷୀର ବିକି ସାରିବା ପରେ ସେ ଘରକୁ ଫେରୁଥିଲେ। ତେବେ ଥାନା ସମ୍ମୁଖରେ ଜଡ଼ାଘାଟୁଣୀ ଗାଁର ବିଦୁର ଗୌଡ଼ ତାଙ୍କୁ ଏକ କାତିରେ ଆକ୍ରମଣ କରିଥିଲେ। ରକ୍ତ ଜୁଡୁବୁଡୁ ହୋଇ ଜୀବନ ବିକଳରେ ଦୌଡ଼ି ଥିଲେ ବିପ୍ର।

ବିପ୍ର ରକ୍ତାକ୍ତ ହୋଇ ଭଞ୍ଜନଗର ଥାନା ଭିତରେ ପଶି ଯାଇଥିଲେ। ପୁଲିସ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ସେପଟେ ଆକ୍ରମଣ କରିଥିବା ଯୁବକ ବିଦୁର ଗୌଡ଼ଙ୍କୁ ପୁଲିସ୍‌ ଅଟକ ରଖି ପଚରାଉଚରା କରୁଛି। ତେବେ ଆକ୍ରମଣର କାରଣ ଜଣାପଡ଼ି ନାହିଁ। ପୁଲିସ୍‌ ବିଭିନ୍ନ ଦିଗରୁ ତଦନ୍ତ ଆରିମ୍ଭ କରିଛି।

Advertisment

ରିପୋର୍ଟ- ଭଞ୍ଜନଗରରୁ ରାଜେଶ କୁମାର ପଣ୍ଡା

Ganjam Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe