Advertisment

କୋଟିଏରୁ ଅଧିକ ଟଙ୍କା ହେର୍‌ଫେର୍‌, IDBI ବ୍ୟାଙ୍କ ମ୍ୟାନେଜର ଅଟକ

ଡିସେମ୍ୱର ୧ ଓ ୨ ତାରିଖରେ ନବରଙ୍ଗପୁର IDBI ବ୍ରାଞ୍ଚରେ କୋଟିଏରୁ ଅଧିକ ଟଙ୍କା କାରବାର ହୋଇଥିଲା। ଯେହେତୁ କୋଟିଏରୁ ଅଧିକ ଟଙ୍କା କାରବାର ହୋଇଥିଲା, ତେଣୁ ସେହି ଟଙ୍କା IDBI ବ୍ୟାଙ୍କ Vault(ଲକର) ରହିପାରିବ ନାହିଁ।

author-image
Manoranjan Sial
Bank

Bank

କୋଟିଏରୁ ଅଧିକ ଟଙ୍କା ହେର୍‌ଫେର୍‌। ଏନେଇ ଅଭିଯୋଗ ପରେ IDBI ବ୍ୟାଙ୍କ ମ୍ୟାନେଜରଙ୍କୁ ଅଟକ ରଖି ପଚରାଉଚରା କରୁଛି ନବରଙ୍ଗପୁର ପୁଲିସ୍‌। ଆଜି ଦିନ ତମାମ ତାଙ୍କୁ ଘନଘନ ଜେରା କରୁଥିବା ଜଣାପଡ଼ିଛି।

Advertisment

ଡିସେମ୍ୱର ୧ ଓ ୨ ତାରିଖରେ ନବରଙ୍ଗପୁର IDBI ବ୍ରାଞ୍ଚରେ କୋଟିଏରୁ ଅଧିକ ଟଙ୍କା କାରବାର ହୋଇଥିଲା। ଯେହେତୁ କୋଟିଏରୁ ଅଧିକ ଟଙ୍କା କାରବାର ହୋଇଥିଲା, ତେଣୁ ସେହି ଟଙ୍କା IDBI ବ୍ୟାଙ୍କ Vault(ଲକର) ରହିପାରିବ ନାହିଁ। ସେହି ଟଙ୍କାକୁ SBI Currency Chestରେ ଜମା କରିବାର ନିୟମ ରହିଛି। ତେଣୁ ବ୍ରାଞ୍ଚ ମ୍ୟାନେଜର ଅଞ୍ଜନ କୁମାର ଶତପଥୀ ଟଙ୍କା ଜମା କରିବା ପାଇଁ ନେଇଥିଲେ। ହେଲେ ସେ ସେହି ଟଙ୍କା ଜମା କରିନଥିଲେ। ସେହି ଟଙ୍କାକୁ ସେ ହଡପ୍‌ କରିଥିବା ଅଭିଯୋଗ ହୋଇଥିଲା।

ଅନ୍ୟପକ୍ଷରେ ଗତ ୧୫ ତାରିଖରେ ବ୍ୟାଙ୍କ କାଗଜପତ୍ର ଯାଞ୍ଚ ବେଳେ କୋଟିଏ ଟଙ୍କା କମ୍‌ ଥିବା ଜଣାପଡିଥିଲା। ଏନେଇ ବ୍ୟାଙ୍କ କର୍ମଚାରୀମାନେ DGM ସ୍ୱରୂପ ଦତ୍ତଙ୍କୁ ଜଣାଇଥିଲେ। ଖବର ପାଇ DGM ସ୍ୱରୂପ ଦତ୍ତ ନବରଙ୍ଗପୁର IDBI ବ୍ୟାଙ୍କକୁ ଆସି ତଦନ୍ତ କରିଥିଲେ। ପରେ ସେ ଏନେଇ ନବରଙ୍ଗପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ମାମଲା ରୁଜୁ କରିଥିଲା।

Advertisment

ଅଭିଯୋଗ ଆଧାରରେ ପୁଲିସ୍‌ ନବରଙ୍ଗପୁର IDBI ବ୍ୟାଙ୍କକୁ ଯାଇ ତଦନ୍ତ କରିଥିଲା। ତଦନ୍ତ ବେଳେ ବ୍ରାଞ୍ଚ ମ୍ୟାନେଜର ଅଞ୍ଜନ କୁମାର ଶତପଥୀଙ୍କ ଉପରେ ସନ୍ଦେହ ହୋଇଥିଲା। ଏହା ପରେ ପୁଲିସ୍‌ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅନ୍ୟପକ୍ଷରେ ଏତେ ଗୁଡ଼ିଏ ଟଙ୍କା ହେରଫେରରେ କେବଳ ବ୍ୟାଙ୍କ ମ୍ୟାନେଜରଙ୍କ ହାତ ଅଛି ନା ଅନ୍ୟ କେଉଁ କର୍ମଚାରୀଙ୍କ ହାତ ରହିଛି, ତାହା ତଦନ୍ତ ସାପେକ୍ଷ ବୋଲି ମତ ପ୍ରକାଶ ପାଇଛି।

ସେପଟେ ଏନେଇ ପୁଲିସ କିମ୍ବା ବ୍ୟାଙ୍କ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ରିପୋର୍ଟ- ନବରଙ୍ଗପୁରରୁ ନବଘନ ବିଷୋୟୀ

Crime Nabarangpur