Advertisment

ବାପ ଆଗରେ ପୁଅକୁ କଚାଡ଼ି ଦେଲା; ପରେ ଚିରି ଦୁଇ ଫାଳ କରିଦେଲା

ନିଜ ଆଖି ଆଗରେ ଏପରି ଦୃଶ୍ୟ ଦେଖି ସଂଜ୍ଞ ହରାଇ ପଡ଼ି ଯାଇଥିଲେ ସନଧର। ଚେତା ଫେରିଲା ପରେ ଆଖି ଆଗରେ ପଡ଼ିଥିଲା ପୁଅର ରକ୍ତାକ୍ତ ଅଧା ଶରୀର। କୋହ ସମ୍ଭାଳି ପାରିଲେ ନାହିଁ। ଚିତ୍କାର କରି ଉଠିଲେ। ପୂଜକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଧାଇଁ ଆସିଥିଲେ।

Crime

Crime

Advertisment

ମଣିଷ କ’ଣ ଏତେ ନୃଶଂସ ହୋଇପାରେ? ସାମାନ୍ୟ କଥାରେ ବାପ ଆଗରେ ୫ ବର୍ଷର ପୁଅର ଗୋଡ଼ ଧରି ପଥରରେ କଚାଡ଼ି ଦେଲା। ପରେ ଛୁଆକୁ ଚିରି ଦୁଇଫାଳ କରିଦେଲା ଅଭିଯୁକ୍ତ। ତା’ପରେ ଛୁଆର ରକ୍ତାକ୍ତ ହାତ ଓ ଗୋଡ଼ ଧରି ଗାଁରେ ବୁଲୁଥିବା ବେଳେ ଧରିଥିଲା ପୁଲିସ୍‌। ଏପରି ବୀଭତ୍ସ ହତ୍ୟାକାଣ୍ଡ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଅଞ୍ଚଳରେ ଘଟିଛି।

Advertisment

ଡାବୁଗାଁ ଥାନା ମେଣ୍ଡ୍ରା ଗାଁର ସନଧର ପୂଜାରୀ ହେଉଛନ୍ତି ଜଣେ ପୂଜକ। ସେ ମେଣ୍ଡ୍ରା ପାହାଡ଼ ଉପରେ ଥିବା ଶିବ ମନ୍ଦିର ପୂଜକ। ସବୁଦିନ ପରି ଆଜି ସକାଳେ ସନଧର ପୂଜା କରିବା ପାଇଁ ମନ୍ଦିରକୁ ଯାଇଥିଲେ। ବାପା ଯିବାର କିଛି ସମୟ ପରେ ୫ ବର୍ଷର ପୁଅ ଚନ୍ଦନ ପୂଜାରୀ ମନ୍ଦିର ଯିବା ପାଇଁ ଜିଦ୍‌ ଧରିଥିଲା। ତେଣୁ ତାଙ୍କ ଅଜା ତାଙ୍କୁ ନେଇ ମନ୍ଦିରରେ ଛାଡ଼ି ଆସିଥିଲେ ଏବଂ ସନଧରଙ୍କୁ କହି ଆସିଥିଲେ।

ଅଜା ପଳାଇ ଆସିବା ପରେ ଚନ୍ଦନ ମନ୍ଦିର ସମ୍ମୁଖରେ ଖେଳୁଥିଲା। ଠିକ୍‌ ସେହି ସମୟରେ ସେଠାରେ ପହଞ୍ଚିଥିଲା ଜଳ ସାନ୍ତା। ସେ ଚନ୍ଦନକୁ ଟଣାଓଟରା କରିଥିଲା। ଯେଉଁଥିପାଇଁ ଚନ୍ଦନ ରାଗି ଯାଇଥିଲା। ଆଉ କାନ୍ଦିଥିଲା। ପୁଅର କାନ୍ଦ ଦେଖି ଜଳ ସାନ୍ତାଙ୍କୁ ବାରଣ କରିଥିଲେ ସନଧର। ତା’ପରେ ଜଳ ସେଠାରୁ ପଳାଇ ଯାଇଥିଲା। ତା’ପରେ ସନଧର ପୂଜା କାମରେ ବ୍ୟସ୍ତ ରହିଥିଲେ।

Advertisment

କିଛି ସମୟ ପରେ ଜଳ ସାନ୍ତା ପୁନର୍ବାର ମନ୍ଦିର ବେଢ଼ାକୁ ଯାଇଥିଲେ। ଆଉ ପୂଜକ ସନଧର ପୂଜାରୀଙ୍କ ଅଖି ଆଗରେ ତାଙ୍କ ପୁଅ ଚନ୍ଦନର ଦୁଇ ଗୋଡକୁ ଧରି ଏକ ପଥରରେ କଚାଡ଼ି ଦେଇଥିଲା ଜଳ ସାନ୍ତା। ତା’ପରେ ଛୁଆକୁ ମୁଝିରୁ ଚିରି ଦେଇଥିଲା। ପରେ ଚନ୍ଦନର ଗୋଟିଏ ହାତ ଓ ଗୋଡ଼ ଧରି ଗାଁକୁ ପଳାଇ ଯାଇଥିଲା। ରକ୍ତାକ୍ତ ହାତ ଓ ଗୋଡ଼ ଧରି ସେ ଗାଁରେ ବୁଲୁଥିଲା।

ନିଜ ଆଖି ଆଗରେ ଏପରି ଦୃଶ୍ୟ ଦେଖି ସଂଜ୍ଞ ହରାଇ ପଡ଼ି ଯାଇଥିଲେ ସନଧର। ଚେତା ଫେରିଲା ପରେ ଆଖି ଆଗରେ ପଡ଼ିଥିଲା ପୁଅର ରକ୍ତାକ୍ତ ଅଧା ଶରୀର। କୋହ ସମ୍ଭାଳି ପାରିଲେ ନାହିଁ। ଚିତ୍କାର କରି ଉଠିଲେ। ପୂଜକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଧାଇଁ ଆସିଥିଲେ। ପୂଜକଙ୍କଠାରୁ ସବୁ କଥା ଶୁଣିବା ପରେ ଡାବୁଗାଁ ଥାନାକୁ ଖବର ଦେଇଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ମେଣ୍ଡ୍ରା ଗାଁରେ ପହଞ୍ଚି ଜଳ ସାନ୍ତାଙ୍କଠାରୁ ନନ୍ଦନଙ୍କ ହାତ ଓ ଗୋଡ଼ ଜବତ କରିଥିଲେ। ଏଥିସହ ଜଳକୁ ଅଟକ ରଖି ପଚରାଉଚରା କରୁଛି। କେଉଁ କାରଣ ପାଇଁ ସେ ଏପରି କାଣ୍ଡ ଭିଆଇଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନି।

ରିପୋର୍ଟ-ଉମରକୋଟରୁ କାର୍ତ୍ତିକ ମଲ୍ଲିକ

Crime Nabarangpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe