Advertisment

ନିଜ ଗାଁ ସ୍କୁଲକୁ ବି ଛାଡ଼ିଲେନି; କବାଟ, ଝରକା ତାଡ଼ିବା ବେଳେ ଖାଇଲେ ଛେଚା

ପୂର୍ବରୁ ଚୋରି ବିଦ୍ୟାରେ ସିଦ୍ଧହସ୍ତ ଏହି ୨ ଯୁବକ ନିଜ ଗାଁ ସ୍କୁଲର ଝରକା, କବାଟ ତାଡ଼ୁଥିବା ବେଳେ ଧରା ପଡ଼ି ଖାଇଲେ ନିର୍ଧୂମ ଛେଚା।

author-image
Niharika Rout
detained

detained

ଗାଁର ଦୁଇ ଯୁବକ ସାଜିଲେ ଚୋର । ନିଜ ଗାଁ ସ୍କୁଲକୁ ବି ଛାଡ଼ିଲେନି। ପୂର୍ବରୁ ଚୋରି ବିଦ୍ୟାରେ ସିଦ୍ଧହସ୍ତ ଏହି ୨ ଯୁବକ ନିଜ ଗାଁ ସ୍କୁଲର ଝରକା, କବାଟ ତାଡ଼ୁଥିବା ବେଳେ ଧରା ପଡ଼ି ଖାଇଲେ ନିର୍ଧୂମ ଛେଚା। ଏପରି ଏକ ଘଟଣା ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ବଡ଼ବାଙ୍କୀ ଗାଁରେ ଘଟିଛି। ଚୋରି କରୁଥିବା ଦୁଇ ଯୁବକ ହେଲେ ଗାଁର ବଂଶୀ ନିଆଲ ଓ ଲୋକନାଥ ମାଝୀ ।

Advertisment

ବଡ଼ବାଙ୍କୀ ଗାଁ ହାଇସ୍କୁଲ ଏବେ ନିର୍ମାଣାଧୀନ ଥିବା ବେଳେ କିଛି ଗୃହ କାମ କାମ ଶେଷ ହୋଇ ଯାଇଛି। ଏପରିକି ସେଥିରେ ଝରକା, କବାଟ ବି ଲାଗି ଯାଇଛି। ଏହାଦେଖି ବଂଶୀ ନିଆଲ ଓ ଲୋକନାଥ ମାଝୀ ଗତ ରାତିରେ ନିଜ ଗାଁ ସ୍କୁଲରେ ପଶି ଝରକା, କବାଟ ତାଡ଼ିଥିଲେ। ଏଥିସହ ଆଉ କିଛି ଜିନିଷ ଚୋରି କରୁଥିବା ବେଳେ ଗାଁ ଲୋକଙ୍କ ହାତରେ ଧରା ପଡ଼ି ଯାଇଥିଲେ।

ଗ୍ରାମବାସୀ ଉଭୟଙ୍କ ଅଟକ ରଖି ନିସ୍ତୁକ ପିଟିଥିଲେ । ଏହାକୁ ନେଇ ଗାଁରେ ଏକ ପ୍ରକାର ଉତ୍ତେଜନା ଦେଖାଦେଇଥିଲା । ତୁରେକେଲା ପୁଲିସ ଖବର ପାଇ ଗାଁରେ ପହଞ୍ଚିଥିଲା। ଏହାପରେ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରି ସେମାନଙ୍କ କବଳରୁ ଉକ୍ତ ୨ ଯୁବକଙ୍କୁ ଉଦ୍ଧାର କରି ଥାନାକୁ ନେଇଛି। ସେଠାରେ ପୁଲିସ୍‌ ଉଭୟଙ୍କୁ ପଚରାଉଚରା କରୁଥିବା ବେଳେ ସେମାନଙ୍କୁ ଗିରଫ କରାଯାଇ ନ ଥିବା ଜଣାଯାଇଛି।

Advertisment

ଏହି ଦୁଇ ଯୁବକ ପୂର୍ବରୁ ବି ବହୁ ଚୋରି ମାମଲାରେ ସମ୍ପୃକ୍ତ ଥିବା ବେଳେ ଏବେ ନିଜ ଗାଁ ସ୍କୁଲକୁ ବି କଳାକନା ବୁଲାଇବାକୁ ବସିଥିବା ଗାଁ ଲୋକେ କହିଛନ୍ତି। ତେଣୁ ତୁରନ୍ତ ଉଭୟଙ୍କୁ ଗିରଫ କରିବା ପାଇଁ ସେମାନେ ଦାବି କରିଛନ୍ତି। 

Police Thief Racket