Advertisment

ଛାତ୍ରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରୁଥିଲେ, ମୁହଁ ପୋଛିବାକୁ ଓଢ଼ଣୀ ମାଗୁଥିଲେ; ସାହିତ୍ୟ ଶିକ୍ଷକଙ୍କୁ ଉଠାଇନେଲା ପୁଲିସ

ସ୍କୁଲ କର୍ତ୍ତୃପକ୍ଷ କିଛି ନଶୁଣିବାରୁ ଆଜି ଛାତ୍ରୀ ଜଣଙ୍କ ତାଙ୍କ ବାପାମା’ଙ୍କ ସହିତ ଢେଙ୍କାନାଳ ଜିଲ୍ଲାପାଳ ଓ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ ନ୍ୟାୟ ପ୍ରଦାନ କରିବାକୁ କହିଥିଲେ।

author-image
Jitendra Garnayak
ଅଦ୍ୟତନ ହୋଇଛି
Stop Rape

Girl

ଅଶ୍ଲୀଳ ଇଙ୍ଗିତ କରିବା ସହିତ ମୁହଁ ପୋଛିବାକୁ ଛାତ୍ରୀଙ୍କୁ ଓଢ଼ଣୀ ମାଗୁଥିବା ଅଭିଯୋଗରେ ସାହିତ୍ୟ ଓ ଇଂରାଜୀ ପଢ଼ାଉଥିବା ଜଣେ ଶିକ୍ଷକଙ୍କୁ ଉଠାଇ ନେଇଛି ପୁଲିସ।

Advertisment

ଘଟଣାଟି ଢେଙ୍କାନାଳ ଜିଲ୍ଲାର। ଅଭିଯୁକ୍ତ ଶିକ୍ଷକଙ୍କ ନାଁ ମନୋଜ କୁମାର ବାରିକ। ସେ ଭୁବନ ଥାନା ଅନ୍ତର୍ଗତ ଏକ ହାଇସ୍କୁଲରେ କାର୍ଯ୍ୟ କରନ୍ତି।

ଶିକ୍ଷକ ମନୋଜ କୁମାର ବାରିକଙ୍କ ନାଁରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଥିବା ଛାତ୍ରୀ ଜଣଙ୍କ ନବମ ଶ୍ରେଣୀରେ ପଢ଼ନ୍ତି। ଦୁଇ ମାସ ହେଲାଣି ଶିକ୍ଷକ ଜଣଙ୍କ ତାଙ୍କୁ ଅସଦାଚରଣ କରି ଆସୁଛନ୍ତି। ଏନେଇ ଛାତ୍ରୀଙ୍କ ପରିବାର ପକ୍ଷରୁ ସ୍କୁଲ୍‌ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। କିନ୍ତୁ ସେମାନଙ୍କ କଥା କେହି ଶୁଣି ନଥିବା ସେମାନେ ଅଭିଯୋଗ କରିଛନ୍ତି।

Advertisment

ଶିକ୍ଷକଙ୍କ ଅସଦାଚରଣକୁ ନେଇ ଛାତ୍ରୀ ଜଣଙ୍କ ଗଭୀର ମାନସିକ ଚାପରେ ଥିଲେ। ତାଙ୍କ ବାପା ଏହି ଅଭିଯୋଗ କରିଛନ୍ତି। ଏମିତିକି ସେଥିପାଇଁ ଗତ ୫ ଦିନ ହେଲା ସେ ସ୍କୁଲ୍‌ ମଧ୍ୟ ଯାଇ ନାହାନ୍ତି।

ସ୍କୁଲ କର୍ତ୍ତୃପକ୍ଷ କିଛି ନଶୁଣିବାରୁ ଆଜି ଛାତ୍ରୀ ଜଣଙ୍କ ତାଙ୍କ ବାପାମା’ଙ୍କ ସହିତ ଢେଙ୍କାନାଳ ଜିଲ୍ଲାପାଳ ଓ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ ନ୍ୟାୟ ପ୍ରଦାନ କରିବାକୁ କହିଥିଲେ। ଶିକ୍ଷକ ମନୋଜ କୁମାର ବାରିକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଥିଲେ।

ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ ପାଇଁ ଡିଇଓଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ। ସେହିପରି ଘଟଣାର ତଦନ୍ତ କରାଯାଇ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ଢେଙ୍କାନାଳ ଏସ୍ ପି ଅଭିନବ ସୋନକର। ଏହା ପରେ ସନ୍ଧ୍ୟାରେ ଅଭିଯୁକ୍ତ ଶିକ୍ଷକ ମନୋଜ କୁମାର ବାରିକଙ୍କୁ ପୁଲିସ୍ ଉଠାଇ ନେଇ ଥାନାରେ ଅଟକ ରଖିଛି।