Advertisment

ପୁଲିସ୍‌ ବୁଝିଲାନି ବାପାର ଦୁଃଖ; ବିଚ୍‌ ରାସ୍ତାରେ ପିଟିଲା

ରାତି ପ୍ରାୟ ୮ଟା ହେବ। ପାତିହିଞ୍ଜା ଗାଁ ରବୀନ୍ଦ୍ର ନାୟକଙ୍କ କୁନି ଝିଅ ହଠାତ୍‌ ଅସୁସ୍ଥ ହୋଇପଡ଼ିଲା। ତେଣୁ ତାଙ୍କୁ ମେଡିକାଲ୍‌ ନେବା ପାଇଁ ୧୦୮ ଆମ୍ୱୁଲାନ୍ସକୁ ଫୋନ୍‌ କରିଥିଲେ। ହେଲେ ଆମ୍ୱୁଲାନ୍ସ ଆସିବାରେ ବିଳମ୍ୱ କଲା।

Baripada

Baripada

Advertisment

ପୁଲିସ୍‌ ବୁଝିଲାନି ଜଣେ ବାପାର ଅକୁହା ଦୁଃଖ। ରାତିରେ ପ୍ରତିବାଦ କ’ଣ ପାଇଁ କରୁଛ ପଚାରିଲାନି। ବିଚ୍‌ ରାସ୍ତାରେ ବହେ ପିଟିଥିଲା। ଆଉ ତା’ପରେ ଥାନାକୁ ନେଇଯାଇଥିଲା। ଆମ୍ୱୁଲାନ୍ସ ନଆସିବାରୁ ରାତି ଅନ୍ଧକାରରେ ରୋଗୀଣା ଝିଅକୁ ଧରି ପ୍ରାୟ ୩ କିମି ଚାଲି ଚାଲି ଜାତୀୟ ରାଜପଥରେ ପ୍ରତିବାଦ କରିବାରୁ ମାଡ଼ ଖାଇଥିଲେ ବାପା। ଏପରି ସମ୍ୱେଦନଶୀଳ ଘଟଣା ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅଞ୍ଚଳରେ ଘଟିଛି।

Advertisment

ରାତି ପ୍ରାୟ ୮ଟା ହେବ। ପାତିହିଞ୍ଜା ଗାଁ ରବୀନ୍ଦ୍ର ନାୟକଙ୍କ କୁନି ଝିଅ ହଠାତ୍‌ ଅସୁସ୍ଥ ହୋଇପଡ଼ିଲା। ତେଣୁ ତାଙ୍କୁ ମେଡିକାଲ୍‌ ନେବା ପାଇଁ ୧୦୮ ଆମ୍ୱୁଲାନ୍ସକୁ ଫୋନ୍‌ କରିଥିଲେ। ହେଲେ ଆମ୍ୱୁଲାନ୍ସ ଆସିବାରେ ବିଳମ୍ୱ କଲା। ଆଖି ଆଗରେ ଝିଅର ଯନ୍ତ୍ରଣାକୁ ଦେଖିପାରିଲେ ନାହିଁ ବାପା ରବୀନ୍ଦ୍ର। ତେଣୁ ନିଜ ରୋଗୀଣା ଝିଅକୁ କାନ୍ଧରେ ପକାଇ ଘରୁ ବାହାରିଲେ। ଅନ୍ଧାର ରାତିକୁ ଖାତିର ନକରି ପ୍ରାୟ ୩ କିମି ଚାଲିଚାଲି ଜାତୀୟ ରାଜପଥରେ ପହଞ୍ଚିଥିଲେ।

ପ୍ରାୟ ଆଉ ଗୋଟିଏ କିମି ଚାଲି ଚାଲି ଯାଇଥିଲେ ପଡ଼ିଥାଆନ୍ତା କୁଳିଅଣା ମେଡ଼ିକାଲ୍‌। ହେଲେ ସେତିକି ବାଟ ଯିବା ପାଇଁ ରବୀନ୍ଦ୍ରଙ୍କ ପାଦରେ ନଥିଲା ବଳ। ସେଥିପାଇଁ ବୋଧହୁଏ ବିରକ୍ତି ପ୍ରକାଶ କରିଥିଲେ ରବୀନ୍ଦ୍ର। ରୋଗୀଣା କୁନି ଝିଅକୁ ରାସ୍ତା ମଝିରେ ବସାଇ ଟ୍ରକ୍‌ ଗୁଡ଼ିକୁ ଅଟକାଇ ଦେଇଥିଲେ। ରାସ୍ତାର ଏପାଖରୁ ସେ ପାଖକାକୁ ଦୌଡ଼ିବା ଆରମ୍ଭ କରିଥିଲେ। ଆଉ ପ୍ରଶାସନ ଉପରେ ବିରକ୍ତି ପ୍ରକାଶ କରିଥିଲେ। ମେଡିକାଲ୍‌କୁ ଫୋନ୍‌ କଲା ପରେ ମଧ୍ୟ କ’ଣ ପାଇଁ ଆମ୍ୱୁଲାନ୍ସ ଆସିଲା ନାହିଁ ବୋଲି ପଥଚାରୀଙ୍କୁ ପ୍ରଶ୍ନ କରିଥିଲେ। ଘଣ୍ଟାଏରୁ ଅଧିକ ସମୟ ଧରି ନିଜ ଛାତି ଭିତରେ ଥିବା କୋହକୁ ରାସ୍ତାରେ ଦୌଡ଼ି ଦୌଡ଼ି ପରିପ୍ରକାଶ କରିଥିଲେ ରବୀନ୍ଦ୍ର।

Advertisment

ରବୀନ୍ଦ୍ର ହୋହଲ୍ଲା ଯୋଗୁ ଜାତୀୟ ରାଜପଥ ଜାମ୍‌ ହୋଇଯାଇଥିଲା। ଦୂରଗାମୀ ବସ୍‌ ଓ ଟ୍ରକ୍‌ ଗୁଡ଼ିକୁ ଦୀର୍ଘ ସମୟ ଧରି ରାସ୍ତାରେ ଅଟକି ରହିଥିଲା। ଏ ସମ୍ପର୍କରେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା କୁଳିଅଣା ଥାନା ପୁଲିସ୍‌। ଆଉ ଆଖି ସାମ୍ନାରେ ରବୀନ୍ଦ୍ରଙ୍କ ହୋହଲ୍ଲା ଓ ଟ୍ରାଫିକ୍‌ ଜାମ ଦେଖି ହତବାକ୍‌ ହୋଇଯାଇଥିଲା। ରବୀନ୍ଦ୍ରଙ୍କ ସମସ୍ୟା କ’ଣ ପଚାରିବା ପରିବର୍ତ୍ତେ ବହେ ପିଟିଥିଲା। ତା’ପରେ ରବୀନ୍ଦ୍ର ଓ ତାଙ୍କ ରୋଗୀଣା କୁନି ଝିଅକୁ ରାସ୍ତାରୁ ଉଠାଇ ଆଣିଥିଲେ।

ପୁଲିସ୍‌ ବାପ-ଝିଅଙ୍କୁ ଥାନାକୁ ଆଣିଥିଲା। ସେଠାରେ ସବୁ କଥା ପଚାରିଥିଲା। ତା’ପରେ ରବୀନ୍ଦ୍ର ଗୋଟି ଗୋଟି କରି ସବୁ କଥା କହିଥିଲେ। ପରେ ପୁଲିସ୍‌ ତାଙ୍କ ଝିଅକୁ କୁଳିଅଣା ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସା ପରେ ଆଜି ସକାଳେ ଘରେ ପହଞ୍ଚିଥିଲେ ରବୀନ୍ଦ୍ର। ସେପଟେ ବିଚ୍‌ ରାସ୍ତାରେ ରବୀନ୍ଦ୍ରଙ୍କୁ ପୁଲିସ୍‌ ମାଡ଼ ମାରିବାର ଭିଡିଓ ଭାଇରାଲ୍‌ ହେଉଛି। ଭିଡିଓଟି ମୋବାଇଲ୍‌ରୁ ମୋବାଇଲ୍ ଘୁରି ବୁଲୁଛି।

ରିପୋର୍ଟ- ବାରିପଦାରୁ ମାନିକଲାଲ ପାଣି

Baripada Odisha Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe