Advertisment

ନିଖୋଜ ପୁଅକୁ ଝୁରି ହେଉଛନ୍ତି ବାପାମା’; ପୁଲିସ୍‌ କହୁଛି- ତୁମର କିଛି କାମ ନାହିଁ କି?

ସ୍କୁଲ ଯିବା ବାଟରୁ ପୁଅ ନିଖୋଜ ହୋଇ ଯାଇଥିବା ବେଳେ ଅଜଣା ନମ୍ବରରୁ ଆସୁଥିବା ଏପରି କଲ୍‌ ବାପାମା’ଙ୍କୁ ଶୁଆଇ ଦେଉନି।

author-image
Niharika Rout
ଅଦ୍ୟତନ ହୋଇଛି
Missing Case

Missing Case

‘ତୁମ ପୁଅ ଆମ ପାଖରେ ଅଛି। ୩ ଲକ୍ଷ ଟଙ୍କା ଦେଇ ତୁମେ ନିଜ ପୁଅକୁ ନେଇ ଯାଅ ।’ ସ୍କୁଲ ଯିବା ବାଟରୁ ପୁଅ ନିଖୋଜ ହୋଇ ଯାଇଥିବା ବେଳେ ଅଜଣା ନମ୍ବରରୁ ଆସୁଥିବା ଏପରି କଲ୍‌ ବାପାମା’ଙ୍କୁ ଶୁଆଇ ଦେଉନି। ୮ ଦିନ ହେଲାଣି ପୁଅର ଖୋଜଖବର ନ ପାଇ ବାପାମା’ ଆଖିରୁ ଲୁହ ଗଡ଼ାଉ ଥିବା ବେଳେ ପୁଲିସ୍‌ ବି ଧରାଛୁଆଁ ଦେଉନି। ଘଟଣାଟି ରାଜଧାନୀ ଭୁବନେଶ୍ୱରରେ ଘଟିଥିବା ବେଳେ ଚୁପ୍‌ ବସି ରହିଛି କମିଶନରେଟ୍‌ ପୁଲିସ୍‌।

Advertisment

ନିଖୋଜ ନାବାଳକ ହେଉଛନ୍ତି ୧୬ ବର୍ଷୀୟ ଯୋଗେଶ ବାଲାଜୀ । ଗତ ୬ ତାରିଖରେ ଯୋଗେଶ ମୈତ୍ରୀ ବିହାରସ୍ଥିତ ସ୍କୁଲକୁ ସାଇକେଲ ଯୋଗେ ଯାଉଥିବା ବେଳେ ବାଟରୁ ନିଖୋଜ ହୋଇ ଯାଇଥିଲେ। ଏହା ପରଠୁ ପରିବାର ଲୋକେ ଆଉ ପୁଅର ଖୋଜଖବର କରି ପାଇ ପାରୁ ନାହାନ୍ତି।

ଏହାପରେ ଏକ ଅଜଣା ନମ୍ବରରୁ ଯୋଗେଶଙ୍କ ବାପାଙ୍କ ନିକଟକୁ ଫୋନ୍‌ ଆସିଥିବା ବେଳେ ୩ ଲକ୍ଷ ଦେଇ ପୁଅକୁ ନେଇଯିବାକୁ କୁହାଯାଇଥିଲା।  ଏନେଇ ଯୋଗେଶଙ୍କ ପିତାମାତା ମୈତ୍ରୀବିହାର ଥାନା ଦ୍ୱାରସ୍ଥ ହୋଇଥିଲେ। ପୁଅକୁ ଖୋଜିଦେବାକୁ ବାରମ୍ବାର ଥାନା ଦୌଡ଼ୁଥିଲେ ବି ସେମାନେ ନିରାଶ ହେଉଥିବା ଅଭିଯୋଗ କରିଛନ୍ତି। ଏପରିକି ଥାନା ଅଧିକାରୀ ଏବେ ମୋ’ ଫୋନ୍‌ ନଂ ବ୍ଲକ କରି ଦେଇଥିବାରୁ ଆଉ କେଉଁଠୁ ବି ଫୋନ୍‌ ଆସୁ ନ ଥିବା ବେଳେ ସେ ବି ଯୋଗାଯୋଗ କରିବାକୁ ସକ୍ଷମ ହୋଇ ପାରୁ ନ ଥିବା ଯୋଗେଶଙ୍କ ବାପା କହିଛନ୍ତି।

Advertisment

ଅପହୃତ ଯୋଗେଶଙ୍କ ବାପାମା’ କହିଛନ୍ତି, ପୁଅକୁ ଖୋଜି ଦେବାରେ ପୁଲିସ୍‌ ଆମକୁ କିଛି ବି ସାହାଯ୍ୟ କରୁନି। ବରଂ ତୁମର ଆଉ କିଛି କାମ ନାହିଁ କି ବୋଲି କହି ଆମକୁ ଘଉଡ଼ାଇ ଦେଉଛି। ଆମେ ଅଧା ଭୁବନେଶ୍ୱର ଖୋଜି ସାରିଲୁଣି। ହେଲେ ପୁଅକୁ ପାଉନୁ। ପୁଲିସ୍‌ ଆମକୁ ସାହାଯ୍ୟ ନ କଲେ ଆମେ କେଉଁଠିକୁ ଯିବୁ ବୋଲି ଉଭୟ କୋହଭରା କଣ୍ଠରେ କହିଛନ୍ତି।

ପୁଅକୁ ଖୋଜିବା ନିମନ୍ତେ ପୁଲିସ୍‌ର ନିଷ୍କ୍ରିୟତାକୁ ଯୋଗେଶଙ୍କ ବାପାମା’ ଦାୟୀ କରିଥିବା ବେଳେ ଏହି ଘଟଣାରେ ପୁଲିସ୍‌ର କିନ୍ତୁ ପ୍ରତିକ୍ରିୟା ମିଳି ପାରିନି। 

Bhubaneswar Police Missing Missing Son