Advertisment

ପତ୍ନୀଙ୍କ ପାଇଁ ଫସିଗଲେ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି! ପୁଲିସ୍ ମୁଖ୍ୟାଳୟକୁ ହେଲା ବଦଳି

ଏହି ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ। ମାମଲା ରୁଜୁ କରିବା ସହ ତଦନ୍ତ କରି ରିପୋର୍ଟ ଦେବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଅଦ୍ୟତନ ହୋଇଛି
DIG Brijesh Kumar Ray

DIG Brijesh Kumar Ray

Advertisment

ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟଙ୍କୁ କଟକ ସ୍ଥିତ ପୁଲିସ୍ ମୁଖ୍ୟାଳୟକୁ ବଦଳି କରାଯାଇଛି। ତାଙ୍କ ପତ୍ନୀ ଜଣେ ମହିଳା ହୋମଗାର୍ଡଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Advertisment

ଡିଆଇଜିଙ୍କ ପତ୍ନୀଙ୍କ ନିର୍ଯାତନା ସହି ନପାରି ମହିଳା ହୋମଗାର୍ଡ ସୈରିନ୍ଦ୍ରୀ ସାହୁ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କର ଦୁଇଟି ଯାକ ଗୋଡ଼ କଟି ଯାଇଥିବା ବେଳେ ସେ ଏବେ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଜାତୀୟ ମାନବାଧିକାର କମିଶନ (NHRC)ରେ ଏତଲା ଦାଏର ହୋଇଛି।

ସେହିପରି ଏହି ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ। ମାମଲା ରୁଜୁ କରିବା ସହ ତଦନ୍ତ କରି ରିପୋର୍ଟ ଦେବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର ୧୫ ତାରିଖ ମଧ୍ୟରେ ରିପୋର୍ଟ ଦେବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମାନବାଧିକାର କମିଶନ।

Advertisment

ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ଭାବେ ଅନୁଗୋଳରେ ଅବସ୍ଥାପିତ ବ୍ରିଜେଶ କୁମାର ରାୟଙ୍କ ବାସଭବନରେ ନିୟୋଜିତ ହୋଇଥିଲେ ହୋମଗାର୍ଡ ସୈରିନ୍ଦ୍ରୀ ସାହୁ। ତେବେ ତାଙ୍କୁ ଡିଆଇଜିଙ୍କ ପତ୍ନୀ ସବୁବେଳେ ନିର୍ଯାତନା ଦେଉଥିଲେ ବୋଲି ଅଭିଯୋଗ ହୋଇଛି। ଏପରିକି ଚାକିରି ନେଇ ଯିବାର ଧମକ ଦେଇ ଗତ ୪ ତାରିଖରେ ଡିଆଇଜିଙ୍କ ପତ୍ନୀ ହୋମଗାର୍ଡ ସୈରିନ୍ଦ୍ରୀ ସାହୁଙ୍କୁ ଧକ୍କା ଦେଇ ବାହାର କରି ଦେଇଥିଲେ। ଏହାପରେ ସୈରିନ୍ଦ୍ରୀ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଦୁଇଟି ଯାକ ଗୋଡ଼ ହରାଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ କଟକର ଏକ ଘରୋଇ ମେଡିକାଲରେ ଚିକିତ୍ସା କରାଯାଉଛି।

ଶ୍ରୀ ବ୍ରିଜେଶ ରାୟଙ୍କୁ ମୁଖ୍ୟାଳୟ ବଦଳି ପରେ ୨୦୦୫ ବ୍ୟାଚ୍ ଆଇପିଏସ୍ ତଥା ଏସଟିଏଫ ଆଇଜି ଜୟନାରାୟଣ ପଙ୍କଜଙ୍କୁ ତାଳଚେରସ୍ଥିତ ଉତ୍ତରାଂଚଳକେନ୍ଦ୍ରୀୟ ରେଞ୍ଜ ଆଇଜି ଓ ଅନୁଗୁଳ ପୁଲିସ ପ୍ରଶିକ୍ଷଣ କେନ୍ଦ୍ର ପ୍ରିନ୍ସିପାଲ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି । ଶ୍ରୀ ପଙ୍କଜ ନିଜ ଦାୟିତ୍ୱ ସହ ଏହି ଦୁଇଟି ଅତିରିକ୍ତ ଦାୟିତ୍ୱ ତୁଲାଇବେ ।

ସୈରିନ୍ଦ୍ରୀ ସାହୁ ଗତ ୧୩ ତାରିଖରେ ତାଙ୍କ ଉପରେ ହୋଇଥିବା ନିର୍ଯାତନା ସଂପର୍କରେ ଲିଖିତ ଭାବେ ହୋମଗାର୍ଡ ଡିଜିଙ୍କୁ ଜଣାଇଥିଲେ। ଅନ୍ୟପଟେ ନିର୍ଯାତନା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟ। ସେ କହିଛନ୍ତି, ତାଙ୍କର (ସୈରିନ୍ଦ୍ରୀ ସାହୁ) ପାରିବାରିକ ସମସ୍ୟା ଥିଲା। ସେ ଅନ୍ୟମନସ୍କ ରହୁଥିଲେ । ତାଙ୍କୁ କୌଣସି ନିର୍ଯାତନା ଦିଆଯାଇନାହିଁ।

ସୈରିନ୍ଦ୍ରୀଙ୍କ ସ୍ୱାମୀଙ୍କର ବହୁ ପୂର୍ବରୁ ମୃତ୍ୟୁ ହୋଇ ସାରିଥିବା ବେଳେ ସେ ନିଜ ୨ ଝିଅଙ୍କୁ ଧରି ରୁହନ୍ତି। ତାଙ୍କ ରୋଜଗାରରେ ପରିବାର ଚଳୁଥିବା ବେଳେ ଏବେ ସେ ଦୁଇଟି ଯାକ ଗୋଡ଼ ହରାଇଛନ୍ତି। ତେଣୁ ତାଙ୍କୁ ତୁରନ୍ତ ଆର୍ଥିକ ସହାୟତା ଦେବାକୁ ଦାବି ହୋଇଛି।

Odisha Police Police Ips Odisha Home Guards
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe