Advertisment

ରାଜଧାନୀରେ ଏନକାଉଣ୍ଟର; ଦୁର୍ଦ୍ଦାନ୍ତ ଅପରାଧୀ ରଘୁ ଗୋଡ଼ରେ ବାଜିଲା ଗୁଳି

ନୂଆ ବର୍ଷ ପୂର୍ବରୁ ରାଜଧାନୀରେ ଫୁଟିଲା ଗୁଳି। କୁଖ୍ୟାତ ଅପରାଧୀ ରଘୁ ବିଶ୍ୱାଳକୁ ଏନକାଉଣ୍ଟର କରିଛି ଭୁବନେଶ୍ୱର କମିଶନରେଟ୍ ପୁଲିସ ।

Accused Arrest

Accused Arrest

Advertisment

ନୂଆ ବର୍ଷ ପୂର୍ବରୁ ରାଜଧାନୀରେ ଫୁଟିଲା ଗୁଳି। କୁଖ୍ୟାତ ଅପରାଧୀ ରଘୁ ବିଶ୍ୱାଳକୁ ଏନକାଉଣ୍ଟର କରିଛି ଭୁବନେଶ୍ୱର କମିଶନରେଟ୍ ପୁଲିସ । ରଘୁ ନାମରେ ୧୫ଟି ଥାନାରେ ଡକାୟତି ସହ ରାହାଜାନୀ ମାମଲା ରହିଛି। ସେଥି ମଧ୍ୟରୁ ୮ଟି ବନ୍ଧୁକ ଜନିତ ମାମଲା ଅଛି । କୁଖ୍ୟାତ ରବି ରାଓ ଗ୍ୟାଙ୍ଗର ସଦସ୍ୟ ହେଉଛି ରଘୁ ।

Advertisment

ବୁଧବାର ବିଳମ୍ବିତ ରାତିରେ ମଞ୍ଚେଶ୍ୱର ଥାନା ପୁଲିସ ଓ ସ୍ପେଶାଲ୍ ସ୍କ୍ୱାର୍ଡ ମିଳିତ ଭାବେ ପାଟ୍ରୋଲିଂ କରୁଥିବା ବେଳେ ରଘୁ ଓ ତାର ଜଣେ ସହଯୋଗୀ ପୁନିଆ ନାୟକ ସହ ସନ୍ଦେହଜନକ ଅବସ୍ଥାରେ ବୁଲୁଥିଲେ । ପୁଲିସ ସେମାନଙ୍କୁ ପିଛା କରି ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ସେମାନେ ପୁଲିସ ଉପରକୁ ଗୁଳିମାଡ କରିଥିଲେ ।

ପୁଲିସର ପାଲଟା ଗୁଳମାଡରେ ରଘୁ ବିଶ୍ୱାଳ ଆହତ ହୋଇଥିଲା । ତା’ର ବାମ ଗୋଡରେ ଗୁଳି ବାଜିଛି । ତା’ ନିକଟରୁ 7.5 mm ର ଏକ ପିସ୍ତଲ ଜବତ ହୋଇଛି । ଆହତ ଅବସ୍ଥାରେ ରଘୁକୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

Advertisment

 ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି, ରାତି ପ୍ରାୟ ୩ଟା ବେଳେ ମଞ୍ଚେଶ୍ୱର ପୁଲିସ୍‌କୁ ଖବର ଆସିଲା ବାଲିଯାତ୍ରା ପଡ଼ିଆ ରାସ୍ତା ଦେଇ ଲୋକେ ଯିବା ବାଟରେ ଦୁଇ ଯୁବକ ସେମାନଙ୍କୁ ଅଟକାଉଛନ୍ତି। ଖବର ପାଇ ମଞ୍ଚେଶ୍ୱର ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ୍‌ ସେମାନଙ୍କ ନିକଟକୁ ଯିବାରୁ ସେମାନେ ବାଇକ୍‌ରେ ଫେରାର ହେବାକୁ ଚେଷ୍ଟା କରିଥିଲେ। ମାତ୍ର ପୁଲିସ୍‌ ଚାରିପଟୁ ଘେରି ଦେବାରୁ ସେମାନେ ପୁଲିସ୍‌ ଉପରକୁ ଗୁଳି ଚାଳନା କରିଥିଲେ। ଏହାପରେ ପୁଲିସ୍‌ ପାଲଟା ଗୁଳି ଚାଳନା କରିବାରୁ ରଘୁ ବିଶ୍ୱାଳ ଗୋଡ଼ରେ ବାଜିଥିଲା।

ଘଟଣାସ୍ଥଳରୁ ଅଭିଯୁକ୍ତ ପୁନିଆ ଫେରାର ହୋଇ ଯାଇଛନ୍ତି। ପୁନିଆ ଓ ରଘୁର ଅନ୍ୟ ସହଯୋଗୀଙ୍କୁ ଖୋଜିବାକୁ ମଞ୍ଚେଶ୍ୱର ଥାନା ପୁଲିସ୍‌ ଓ ସ୍ପେଶାଲ ଫୋର୍ସ ବିଭିନ୍ନ ଆଡ଼େ ଚଢ଼ାଉ ଜାରି ରଖିଛନ୍ତି । ଖୁବ୍‌ ଶୀଘ୍ର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଡିସିପି।

Bhubaneswar Police Encounter Firing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe