Advertisment

କନଷ୍ଟେବଲଙ୍କ ପାପୁଲି ଛିଡ଼ାଇଥିଲେ; ପୁଲିସ କଲା ଏନକାଉଣ୍ଟର

ଗତ ୪ ତାରିଖରେ କନଷ୍ଟେବଲଙ୍କ ସରୋଜ ଭୋଇଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ପାପୁଲି ଛିଡ଼ାଇ ଦେଇଥିଲା କମଲୁ

author-image
Tapaswini Nayak
ଅଦ୍ୟତନ ହୋଇଛି
Gun Fire

Gun Fire

କନଷ୍ଟେବଲଙ୍କ ପାପୁଲି ଛିଡ଼ାଇ ଦେଇଥିବା ଅଭିଯୁକ୍ତକୁ ଏନକାଉଣ୍ଟର କରିଛି ପୁଲିସ। ଅଭିଯୁକ୍ତ ଜଣଙ୍କ ହେଲେ କମଲୁ ପ୍ରଧାନ। ତାର ଡାହାଣ ଗୋଡ଼ରେ ଗୁଳି ବାଜିଛି। କମଲୁକୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଏପରି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲାରେ। 

Advertisment

ଗତ ୪ ତାରିଖରେ ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ଝରାପାଲି ଗାଁରେ ପୁଲିସ କନେଷ୍ଟବଲ ସରୋଜ ଭୋଇଙ୍କ ଉପରକୁ ଆକ୍ରମଣ କରିଥିଲା କମଲୁ। ଦାମ୍ପତ୍ୟ ଝଗଡ଼ାର ସମାଧାନ ପାଇଁ ଯାଇଥିବା ବେଳେ କନଷ୍ଟେବଲଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ପାପୁଲି ଛିଡ଼ାଇ ଦେଇଥିଲା। ଘଟଣାପରଠୁ ଫେରାର ଥିଲା କମଲୁ। ପରେ ପୁଲିସ କମଲୁକୁ ଧରିବାକୁ ଚେଷ୍ଟା ଚଳାଇଥିଲା। କଟାପାଲି ନିକଟ ଜଙ୍ଗଲରେ କମଲୁ ଲୁଚି ଥିବା ପୁଲିସ କୌଣସି ସୁତ୍ରରୁ ଖବର ପାଇଥିଲା। ପୁଲିସ ଟିମ୍ ଜଙ୍ଗଲରେ ପହଞ୍ଚି ଖୋଜାଖୋଜି କରିଥିଲେ।

ଜଙ୍ଗଲରେ କମଲୁକୁ ଧରିଥିଲେ। ପୁଲିସ ନିକଟରେ ସରେଣ୍ଡର ପାଇଁ କମଲୁକୁ ପୁଲିସ ପକ୍ଷରୁ କୁହାଯାଇଥିଲା। ହେଲେ କମଲୁ ପୁଲିସକୁ ଭୁଜାଲିରେ ଆକ୍ରମଣ କରିଥିଲା। ଜଣେ ପୁଲିସ ଇନ୍ସପେକ୍ଟରଙ୍କ ଡାହାଣ ହାତରେ ଗଭୀର ଆଘାତ ଲାଗିଥିଲା। ପୁଲିସକୁ ଆକ୍ରମଣ କରିବା ପରେ କମଲୁ ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲା। ପୁଲିସ କମଲୁକୁ ଏନକାଉଣ୍ଟର କରିଥିଲା। ତାର ଡାହାଣ ଗୋଡ଼ରେ ଗୁଳି ବାଜିଥିଲା। କମଲୁ ଓ ଆହତ ଇନ୍ସପେକ୍ଟରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

 ସୂଚନାଯୋଗ୍ୟ, କମଲୁ ଓ ତାର ସ୍ତ୍ରୀ ମଧ୍ୟରେ ଲାଗିଥିବା ଝଗଡ଼ାକୁ ମେଣ୍ଟାଇବାକୁ ପୁଲିସ ଚେଷ୍ଟା କରିବା ବେଳେ କନଷ୍ଟେବଲଙ୍କୁ ଆକ୍ରମଣ କରି ପାପୁଲି ଛିଡ଼ାଇ ଦେଇଥିଲା।

Odisha Police Sambalpur Encounter