Advertisment

କଡ଼ ଲେଉଟାଇଲା ବର୍ଷକ ତଳର ମାମଲା; ୨ ଡାକ୍ତରଙ୍କ ସମେତ ୩୩ ଗାଁ ଲୋକଙ୍କ ନାଁରେ ମାମଲା

ଝିଅର ମୃତ୍ୟୁ ଖବର ପାଇ ସୁକାନ୍ତଙ୍କ ପତ୍ନୀଙ୍କ ଅସୁସ୍ଥ ହୋଇ ପଡ଼ିଥିଲେ। ଏ ସମ୍ପର୍କରେ ଖବର ପାଇ ସୁକାନ୍ତ ତରତର ହୋଇ ଗାଁକୁ ପଳାଇ ଯାଇଥିଲେ। ସେହି ସମୟରେ ରଶ୍ମିତାଙ୍କ ମୃତଦେହ ବ୍ୟବଚ୍ଛେଦ ନକରି ସୁକାନ୍ତଙ୍କ ବଡ଼ଭାଇ ଓ ଫାର୍ମାସିଷ୍ଟ ମନୋଜକୁ ହସ୍ତାନ୍ତର କରିଥିଲେ ମେଡ଼ିକାଲ୍‌ କର୍ତ୍ତୃପକ୍ଷ।

Konark

Konark

Advertisment

କଡ଼ ଲେଉଟାଇଲା ବର୍ଷକ ତଳର ମାମଲା। ଫସିଗଲେ ଦୁଇ ଡାକ୍ତର, ଜଣେ ଫାର୍ମାସିଷ୍ଟ ଓ ୩୦ ଜଣ ଗାଁ ଲୋକ। ରୁଜୁ ହେଲା ମାମଲା। ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଅସ୍ତରଙ୍ଗ ଥାନା ପୁଲିସ୍‌ ମାମଲା ରୁଜୁ କରିଛି। ନାବାଳିକା ମୃତ୍ୟୁ ମାମଲାକୁ ନେଇ ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଥିଲେ।

Advertisment

ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ପାଟସୁନ୍ଦରପୁର ଗାଁର ସୁକାନ୍ତ ସେନାପତିଙ୍କ ୬ ବର୍ଷର ଝିଅ ରଶ୍ମିତା। ଗତବର୍ଷ ଅକ୍ଟୋବର ମାସରେ ତାକୁ ଜ୍ୱର ହୋଇଥିଲା। ପରିବାର ଲୋକେ ତାକୁ କାକଟପୁର ବାଙ୍ଗୁରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଫାର୍ମାସିଷ୍ଟ ଭାବେ କାର୍ଯ୍ୟରତ ସେହି ଗାଁ ମନୋଜ କୁମାର ଦଳେଇ ତାକୁ ଗୋଟିଏ ଇଂଜେକସନ୍‌ ଦେଇଥିଲେ। ଇଞ୍ଜେକ୍‌ସନ୍‌ ଦେବାର ପ୍ରାୟ ୫ ମିନିଟ୍‌ ପରେ ରଶ୍ମିତା ଚିତ୍କାର କରି ଚେତାଶୂନ୍ୟ ହୋଇଯାଇଥିଲା। ଏହା ପରେ ରଶ୍ମିତାଙ୍କୁ ଅସ୍ତରଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ର ନେବା ପାଇଁ ସୁକାନ୍ତୁଙ୍କୁ କହିଥିଲେ ମନୋଜ।

କିଛି ଉପାୟ ନପାଇ ସୁକାନ୍ତ ତାଙ୍କ ଝିଅକୁ ଅସ୍ତରଙ୍ଗ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ କାର୍ଯ୍ୟରତ ଡାକ୍ତର ମୁଜାଫର ଖାନ୍‌, ରଶ୍ମିତାକୁ ଆଉ ଦୁଇଟି ଇଞ୍ଜେକ୍‌ସନ୍‌ ଦେଇଥିଲେ। ଏଥିସହ ଝିଅ ଭଲ ହୋଇଯିବ ବୋଲି ସୁକାନ୍ତଙ୍କୁ ଆଶ୍ୱାସନା ଦେଇଥିଲେ। ହେଲେ ରଶ୍ମିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ପରିବର୍ତ୍ତନ ହୋଇନଥିଲା। ବରଂ ଆହୁରି ବିଗିଡ଼ି ଯାଇଥିଲା। ପରେ ତାଙ୍କୁ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଡାକ୍ତର ପ୍ରୀତମ ପରିତୋଷ ପାତ୍ର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ଝିଅର ମୃତ୍ୟୁ ଖବର ପାଇ ସୁକାନ୍ତଙ୍କ ପତ୍ନୀଙ୍କ ଅସୁସ୍ଥ ହୋଇ ପଡ଼ିଥିଲେ। ଏ ସମ୍ପର୍କରେ ଖବର ପାଇ ସୁକାନ୍ତ ତରତର ହୋଇ ଗାଁକୁ ପଳାଇ ଯାଇଥିଲେ। ସେହି ସମୟରେ ରଶ୍ମିତାଙ୍କ ମୃତଦେହ ବ୍ୟବଚ୍ଛେଦ ନକରି ସୁକାନ୍ତଙ୍କ ବଡ଼ଭାଇ ଓ ଫାର୍ମାସିଷ୍ଟ ମନୋଜକୁ ହସ୍ତାନ୍ତର କରିଥିଲେ ମେଡ଼ିକାଲ୍‌ କର୍ତ୍ତୃପକ୍ଷ। ଏହା ପରେ ମନୋଜ, ଗାଁର କିଛି ମୁରବି ଶ୍ରେଣୀର ଲୋକେ ଓ ତା’ର(ସୁକାନ୍ତ) ସମ୍ପର୍କୀୟମାନେ ମିଶି ରଶ୍ମିତାର ମୃତଦେହ ସତ୍କାର କରିଦେଇଥିଲେ। ବିନା ପୋଷ୍ଟମର୍ଟମରେ ଶବ ସତ୍କାରକୁ ସୁକାନ୍ତ ବିରୋଧ କରିଥିଲେ।

ଏନେଇ ଅସ୍ତରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ପୁଲିସ୍‌ଠାରୁ ନିରାଶ ହୋଇ ସୁକାନ୍ତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ମାମଲାର ଗୁରୁତର ସହ ନେଇ ଗ୍ରହଣ କରିଥିଲେ। ବିଭିନ୍ନ ଦିଗରୁ ଅନୁଧ୍ୟାନ କରି ଭୁଲ୍‌ ଇଞ୍ଜେକ୍‌ସନ୍‌ ଦେଇଥିବା ଫାର୍ମାସିଷ୍ଟ ମନୋଜ ଦଳେଇ ଓ ଦୁଇ ଡାକ୍ତରଙ୍କ ସମେତ ରଶ୍ମିତାଙ୍କ ମୃତଦେହ ସତ୍କାର କରିଥିବା ଗାଁର ୩୦ରୁ ଅଧିକ ଲୋକଙ୍କ ନାଁରେ ମାମଲା ରୁଜୁ ପାଇଁ ପୁଲିସ୍‌କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଏହା ପରେ ପୁଲସ୍‌ ମାମଲା ରୁଜୁ କରିଛି। ଗାଁ ଲୋକଙ୍କ ବିରୋଧରେ ମାମଲା ରୁଜୁ ପରେ ସୁକାନ୍ତଙ୍କ ପରିବାରକୁ ଧମକ ଚମକ ମିଳୁଥିବା ଅଭିଯୋଗ ହୋଇଛି।

ରଶ୍ମିତାର ମୃତ ଘଟଣାକୁ ବର୍ଷେ ବିତି ଯାଇଥିଲେ ମଧ୍ୟ ମାନସିକ ଭାରସାମ୍ୟ ହରାଇଥିବା ତାଙ୍କ ମା’ ଓ ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନି। ଝିଅକୁ ହରାଇବା ଦୁଃଖ ସାଙ୍ଗକୁ ଗାଁ ଲୋକଙ୍କ ଧମକ ଚମକରେ ଏବେ ସୁକାନ୍ତଙ୍କ ପରିବାର ଭୟଭୀତ କରିଦେଇଛି।

ରିପୋର୍ଟ-କୋଣାର୍କରୁ ସଞ୍ଜୟ ପତି

Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe