Advertisment

ଉଦ୍ଧାର ମା’ ଝିଅଙ୍କ ପରିଚୟ ମିଳିଲା, ସମ୍ପର୍କୀୟ କହିଲେ - ମାନସିକ ସ୍ଥିତି ଠିକ୍‌ ନାହିଁ

ବର୍ଷବର୍ଷ ଧରି ମହିଳାଜଣକ ନିଜ ରାକ୍ଷାସ ରୂପୀ ଦିଅର ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଥିବା ବେଳେ ତାଙ୍କ ଚାରି ଝିଅ ବି ଏଥିରୁ ବର୍ତ୍ତି ପାରି ନ ଥିଲେ।

author-image
Niharika Rout
ଅଦ୍ୟତନ ହୋଇଛି
Victim

Victim

ଗତ ଶୁକ୍ରବାର ଫୁଙ୍ଗୁଳା ଦେହରେ ଓଡ଼ିଶା ସୀମାରେ ପ୍ରବେଶ କରିଥିବା ମା’ ଝିଅଙ୍କୁ ସୁନ୍ଦରଗଡ଼ ବିଧାୟକ କୁସୁମ ଟେଟେ ଏବଂ ତାଙ୍କ ସମର୍ଥକ ଉଦ୍ଧାର କରିବା ଘଟଣା ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ବର୍ଷବର୍ଷ ଧରି ମହିଳାଜଣକ ନିଜ ରାକ୍ଷାସ ରୂପୀ ଦିଅର ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଥିବା ବେଳେ ତାଙ୍କ ଚାରି ଝିଅ ବି ଏଥିରୁ ବର୍ତ୍ତି ପାରି ନ ଥିଲେ। ଏହି ଘଟଣାକୁ ନେଇ ପୁଲିସ୍‌ ଛାନଭିନ ଆରମ୍ଭ କରିଥିବା ବେଳେ ଏବେ ଉଭୟ ମା’, ଝିଅଙ୍କ ଠିକଣା ମିଳିପାରିଛି।

Advertisment

ମହିଳାଙ୍କ ଘର ଛତିଶଗଡ଼ ତପକରା ଥାନା ଖାରିବାହାଲରେ ହୋଇଥିବା ଜଣାଯାଇଛି। ମହିଳାଜଣକ ପୁଲିସ୍‌ ସମ୍ମୁଖରେ ନିଜ ଉପରେ ଘଟିଥିବା ବର୍ବର କାଣ୍ଡ ବଖାଣି ସାରିଥିବା ବେଳେ ତାଙ୍କ ମାନସିକ ସ୍ଥିତି ଠିକ୍‌ ନ ଥିବା କହିଛନ୍ତି ସମ୍ପର୍କୀୟ ।

ମହିଳାଙ୍କ ବଡ଼ ଭଉଣୀ ଓ ସାନ ଝିଅ ଆଜି ଟାଉନ୍ ଥାନାରେ ପହଞ୍ଚିଥିବା ବେଳେ ସେଠାରେ ଉଭଙ୍କଙ୍କୁ ଜେରା କରାଯାଉଥିବା ଜଣାଯାଇଛି। ୮ ବର୍ଷ ତଳେ ସ୍ୱାମୀଙ୍କ ମୃତ୍ୟୁ ପରେ ମହିଳାଙ୍କ ମାନସିକ ସ୍ଥିତି ଠିକ୍ ନ ଥିବା କହିଛନ୍ତି ତାଙ୍କ ବଡ଼ ଭଉଣୀ ।

Advertisment

ମହିଳାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଦିଅର ମିଥୁନ ବିବାହ ପରଠୁ ତାଙ୍କ ଉପରେ ପକାଇଥିଲେ ଲୋଲୁପ ଦୃଷ୍ଟି । ଧୀରେ ଧୀରେ ଦିଅରଙ୍କ ଉତ୍ପାତ ବଢ଼ି ଚାଲିଥିବା ବେଳେ ତାଙ୍କ ସ୍ୱାମୀଙ୍କ ମୃତ୍ୟ ପରେ ତାହା ସବୁ ସୀମା ଅତିକ୍ରମ କରିବାକୁ ଲାଗିଲା। ମହିଳାଙ୍କ ଦିଅର ତାଙ୍କ ସମେତ ତାଙ୍କ ଚାରି ଝିଅଙ୍କ ଉପରେ ବି ଲୋଲୁପ ଦୃଷ୍ଟି ପକାଇବାକୁ ପଛାଇଲେ ନାହିଁ। ଏପରିକି ସେମାନଙ୍କ ନିକଟରୁ ବି ନିଜ ଯୌନ ଲାଳସା ଚରିତାର୍ଥ କରିବାକୁ ଲାଗିଲେ ।

ଧୀରେ ଧୀରେ ଏହା ଅସହ୍ୟ ହେବାରୁ ଗତ ଶୁକ୍ରବାର ମହିଳାଜଣକ ପ୍ରାୟ ୮୦ କିମି ଚାଲିବା ପରେ ନିଜ ଝିଅ ସହ ଉଲ୍ଲଗ୍ନ ଅବସ୍ଥାରେ ଓଡ଼ିଶାରେ ପ୍ରବେଶ କରିଥିଲେ। ଦିନ ଦି’ପହରରେ ସେମାନେ ରଙ୍ଗାଢାପା ଛକରେ ଚାଲି ଚାଲି ଯାଉଥିବା ବେଳେ ସୁନ୍ଦରଗଡ଼ ବିଧାୟକ କୁସୁମ ଟେଟେ ଏବଂ ତାଙ୍କ ସମର୍ଥକଙ୍କ ନଜର ସେମାନଙ୍କ ଉପରେ ପଡ଼ିଥିଲ। ଏହାପରେ ତୁରନ୍ତ ସେମାନେ ମା’ଝିଅଙ୍କୁ ଉଦ୍ଧାର କରି ଆସ୍ଥା ଗୃହକୁ ନେଇଥିଲେ।

ସେଠାରେ ମାଆ ଝିଅଙ୍କ ଚିକିତ୍ସା ଚାଲିଲା। ସେତେବେଳେ ସେମାନେ କଥା ହୋଇପାରୁନଥିଲେ। ଚିକିତ୍ସା ହେବାର ଦୁଇ ଦିନ ପରେ ଖଣ୍ଡି ଖଣ୍ଡି କଥା ହେଉଥିବା ମହିଳାଜଣକ ଗୋଟି ଗୋଟି କରି ବଖାଣିଛନ୍ତି ନିଜ ଜୀବନର ସବୁ ଅକୁହା କଥା । ଏବେ ଉକ୍ତ ନର ରାକ୍ଷାସ ଦିଅର ମିଥୁନକୁ ତୁରନ୍ତ ବାନ୍ଧିବାକୁ ଚାରିଆଡ଼ୁ ଚାପ ପଡ଼ୁଛି ।

ମହିଳାଜଣକ ନିଜ ଦିଅର ଦ୍ୱାରା ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ବାରମ୍ବାର କହୁଥିବା ବେଳେ ତାଙ୍କ ମାନସିକ ସ୍ଥିତି ଭଲ ନ ଥିବା ତାଙ୍କ ଭଉଣୀ ଓ ସାନ ଝିଅ ପୁଲିସ୍‌ ସମ୍ମୁଖରେ କହିଛନ୍ତି। ତେଣୁ ପ୍ରକୃତ ସତ କ’ଣ, କାହିଁକି ମହିଳାଙ୍କ ଏପରି ଅବସ୍ଥା ହେଲା ତାହା ଜାଣିବାକୁ ୩ ମହିଳା ପୁଲିସ୍‌ ଅଧିକାରୀ ତାଙ୍କୁ ପଚରାଉଚରା କରୁଛନ୍ତି। ଖୁବ୍‌ ଶୀଘ୍ର ସତ ସମସ୍ତଙ୍କ ସାମନାକୁ ଆସିବ ବୋଲି କୁହାଯାଉଛି।

Rape Sundargarh