Advertisment

୫୦% ଡିସ୍‌କାଉଣ୍ଟରେ କାର୍ ଦେବେ କହି ୪୦ କୋଟି ଠକେଇ ମାମଲାରେ ସ୍ୱାମୀ-ସ୍ତ୍ରୀ ଅଟକ, ନୟାଗଡ଼ରେ ଲୁଚିଥିଲେ

ମା’ ପାଟଖଣ୍ଡା ଅଟୋ ମୋବାଇଲ୍ସ ନାଁରେ ଏକ ସଂସ୍ଥା ଖୋଲି ୫୦ ପ୍ରତିଶତ ଡିସକାଉଣ୍ଟରେ କାର୍‌ ମିଳିବ ବୋଲି କହି ଲୋକଙ୍କୁ ଭୁଆଁ ବୁଲାଉଥିଲେ।

ଅଦ୍ୟତନ ହୋଇଛି
Arrested

Arrested

Advertisment

୫୦ ପ୍ରତିଶତ ଡିସକାଉଣ୍ଟରେ ଦିଆଯିବ କାର୍। ଏପରି କହି ଲୋକଙ୍କଠାରୁ ୪୦ କୋଟି ଟଙ୍କା ନେଇ ଚମ୍ପଟ ମାରିଥିଲେ ଦମ୍ପତ୍ତି। ନୟାଗଡ଼ରୁ ଏହି ଦମ୍ପତି ଓ ସେମାନଙ୍କ ଜଣେ ସହଯୋଗୀଙ୍କୁ ଧରିଛି ନୟାପଲ୍ଲୀ ପୁଲିସ। ସେମାନେ ହେଲେ ଅକ୍ଷୟ ଗୌଡ଼, ତାଙ୍କ ସ୍ତ୍ରୀ ଉଷାରାଣୀ ବାରିକ ଓ ସେମାନଙ୍କ ସହଯୋଗୀ ଶିବରାମ ଗୌଡ଼। ନୟାପଲ୍ଲୀ ଥାନା ପୁଲିସ ସେମାନଙ୍କୁ ଅଟକ ରଖି ପଚରା ଉଚରା କରୁଛି।

Advertisment

ଭୁବନେଶ୍ୱରରେ ମା’ ପାଟଖଣ୍ଡା ଅଟୋ ମୋବାଇଲ୍ସ ନାଁରେ ଏକ ସଂସ୍ଥା ଖୋଲି ୫୦ ପ୍ରତିଶତ ଡିସକାଉଣ୍ଟରେ କାର୍‌ ମିଳିବ ବୋଲି କହି ଲୋକଙ୍କୁ ଭୁଆଁ ବୁଲାଉଥିଲେ। ୧୦ ଲକ୍ଷ ଟଙ୍କାର କାର୍ ୬ ଲକ୍ଷ, ୧୮ ଲକ୍ଷ ଟଙ୍କାର କାର ୯ ଲକ୍ଷ ଟଙ୍କାରେ ମିଳିବ କହି ଠକେଇ କରୁଥିଲେ । ଆଉ ବିଭିନ୍ନ କାର ଶୋ’ ରୁମ ଏହି କ୍ଲିୟରାନ୍ସ ସେଲ ପାଇଁ ମା’ ପାଟଖଣ୍ଡା ଅଟୋମୋବାଇଲ୍ସ ପ୍ରାଇଭେଟ ଲିମିଟେଡ୍ ସହ ହୋଇଛି ଚୁକ୍ତି ବୋଲି କହୁଥିଲେ। ଏପରିକି ଏହା
ସତ୍ୟ ବୋଲି ଦେଖାଇବା ପାଇଁ କିଛି ଲୋକଙ୍କୁ ନୂଆ କାର୍ ମଧ୍ୟ ଯୋଗାଇ ଦେଇଥିଲେ। ଏହାକୁ ଦେଖି ଅନ୍ୟ ମାନେ ଅଗ୍ରୀମ ଟଙ୍କା ଜମା କରିଥିଲେ।

ଏହିଭଳି ଭାବେ ଶତାଧିକ ଲୋକଙ୍କ ଠାରୁ ପାଖାପାଖି ୪୦ କୋଟି ଟଙ୍କାର ଚୂନ ଲଗାଇ ଏହି ଦମ୍ପତି ଓ ସେମାନଙ୍କ ସହଯୋଗୀ ଫେରାର ହୋଇଯାଇଥିଲେ ବୋଲି ଅଭିଯୋଗ ହୋଇଥିଲା। କାର୍ ପାଇଁ ଅଗ୍ରୀମ ଟଙ୍କା ଦେଇଥିବା ଲୋକମାନେ ଯେତେ ଫୋନ୍ କଲେ ମଧ୍ୟ ସେମାନେ ଉଠାଇ ନଥିଲେ। ପରେ ସେମାନଙ୍କ ମଧ୍ୟରୁ କିଛି ଲୋକ ପୁଲିସ କମିଶନରଙ୍କୁ ଭେଟିଥିଲେ। ଏହା ସହ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ନୟାପଲ୍ଲୀ ପୁଲିସ ଗତକାଲି ନୟାଗଡ଼ରେ ଲୁଚିଥିବା ଏହି ଦମ୍ପତି ଓ ସେମାନଙ୍କ ସହଯୋଗୀକୁ ଧରିଥିଲା। ସେମାନଙ୍କୁ ନୟାପଲ୍ଲୀ ପୁଲିସ ଭୁବନେଶ୍ୱର ଆଣି ପଚରାଉଚରା କରୁଛି।

Advertisment

ଜଣେ ଅଭିଯୋଗ କାରୀ କହିଛନ୍ତି, ସେମାନେ (ଅଭିଯୁକ୍ତମାନେ) ଆମ ଅଫିସରେ ଜଣେ କର୍ମଚାରୀଙ୍କୁ ୫୦ ପ୍ରତିଶତ ଡିସକାଉଣ୍ଟରେ କାର୍ ଦେଇଥିଲେ। ତା’ପରେ ମୁଁ କେଟା କାର୍‌ କିଣିବା ପାଇଁ ଅଗ୍ରୀମ ୧୦ ଲକ୍ଷ ଟଙ୍କା ଦେଇଥିଲି। ଗୋଟିଏ ମାସ ପରେ କାର୍ ମିଳିଯିବ ବୋଲି ସେମାନେ କହିଥିଲେ। ଗୋଟିଏ ମାସ ପରେ ମୁଁ ଫୋନ୍ କଲାବେଳକୁ ସେମାନେ ଆଉ ଫୋନ୍ ଉଠାଇ ନଥିଲେ। ମୋର ସନ୍ଦେହ ହୋଇଥିଲା। ପରେ ଜଣାପଡ଼ିଥିଲା ମୋ ଭଳି ଅନେକ ଲୋକ ମଧ୍ୟ ଠକାମୀର ଶିକାର ହୋଇଛନ୍ତି।

Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe