Advertisment

ବୋରୱେଲରୁ ଉଦ୍ଧାର ଶିଶୁକନ୍ୟାର ମା’ଙ୍କ ପରିଚୟ ମିଳିଲା, ଜନ୍ମର ୫/୬ ଘଣ୍ଟା ପରେ ଫିଙ୍ଗି ଦେଇଥିଲେ

ଶିଶୁକନ୍ୟାକୁ ସେ ବୋରୱେଲ୍‌ରେ ଫିଙ୍ଗି ଥିବା ପୁଲିସ୍ ଆଗରେ ସ୍ୱୀକାର କରିଥିବା ଏସ୍‌ପି କହିଛନ୍ତି।

ଅଦ୍ୟତନ ହୋଇଛି
Mukesh Bhamu

Mukesh Bhamu

Advertisment

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟ ଲରିପାଲି ଜଙ୍ଗଲରୁ ଏକ ପରିତ୍ୟକ୍ତ ବୋରୱେଲରୁ ଗତ ଡିସେମ୍ବର ୧୨ ତାରିଖରେ ଉଦ୍ଧାର ହୋଇଥିବା ଶିଶୁ କନ୍ୟାର ମା’ଙ୍କ ପରିଚୟ ମିଳିଛି। ସମ୍ବଲପୁର ଏସ୍‌ପି ଏହି ସୂଚନା ଦେଇଛନ୍ତି।

Advertisment

ଏସ୍‌ପିଙ୍କ ସୂଚନା ଅନୁଯାୟୀ, ଘଟଣାର ତଦନ୍ତ ବେଳେ ଉକ୍ତ ମହିଳାଙ୍କୁ ଠାବ କରାଯାଇଥିଲା। ମହିଳା ଜଣଙ୍କ ସ୍ଥାନୀୟ ଅଞ୍ଚଳର। ତାଙ୍କର ମାନସିକ ଅବସ୍ଥା ଭଲ ନାହିଁ। ମାନସିକ ଅବସ୍ଥା ଭଲ ନଥିବାରୁ ପୁଲିସ୍ ପ୍ରଥମେ ତାଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଛି। ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ସେ ପୂରା ସୁସ୍ଥ ହେଲା ପରେ ପୁଲିସ୍ ତାଙ୍କୁ ପଚରାଉଚରା କରିବ।

ତେବେ ଶିଶୁକନ୍ୟାକୁ ସେ ବୋରୱେଲ୍‌ରେ ଫିଙ୍ଗି ଥିବା ପୁଲିସ୍ ଆଗରେ ସ୍ୱୀକାର କରିଥିବା ଏସ୍‌ପି କହିଛନ୍ତି। ଶିଶୁକନ୍ୟାଟି ଜନ୍ମ ହେବାର ପ୍ରାୟ ୫/୬ ଘଣ୍ଟା ପରେ ସେ ତାକୁ ବୋରୱେଲ୍‌ରେ ଫିଙ୍ଗି ଦେଇଥିଲେ। ସେ ଏହାଠୁ ଅଧିକ କିଛି କହି ନାହାନ୍ତି। ସେ କେବଳ କାନ୍ଦୁଥିଲେ। ତାଙ୍କ ମାନସିକ ସ୍ଥିତି ଖରାପ ଥିବା ଦେଖି ତାଙ୍କୁ ପୁଲିସ୍ ପ୍ରଥମେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲା।

Advertisment

ପୁଲିସ୍ ଏହା ମଧ୍ୟ ଜାଣିବାକୁ ପାଇଛି ଯେ ମହିଳା ଜଣଙ୍କ ବିବାହିତା। ଏହି ଶିଶୁକନ୍ୟା ତାଙ୍କର ଦ୍ୱିତୀୟ ସନ୍ତାନ। ସେହିପରି ଶିଶୁକନ୍ୟାଟିକୁ ବୋରୱେଲ୍‌ରେ ଫିଙ୍ଗିବା ପୂର୍ବରୁ ତାଙ୍କର ମାନସିକ ସ୍ଥିତ ଭଲ ନଥିଲା ନା ତା’ ପରେ ତାଙ୍କ ମାନସିକ ସ୍ଥିତି ଖରାପ ହୋଇଥିଲା, ସେ ନେଇ ତଦନ୍ତ କରାଯାଇ ନାହିଁ ବୋଲି ଏସ୍‌ପି କହିଛନ୍ତି। ମହିଳା ଜଣଙ୍କ ସୁସ୍ଥ ହୋଇ ଫେରିଲା ପରେ ଏସବୁ ଦିଗରେ ତଦନ୍ତ କରାଯିବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଗତକାଲି ନୂଆବର୍ଷର ପ୍ରଥମ ଦିନରେ ଏହି ଶିଶୁକନ୍ୟାର ଏକୋଇଶିଆ ଉତ୍ସବ ବୁର୍ଲା ବଡ଼ ଡାକ୍ତରଖାନାରେ ଅନୁଷ୍ଠିତ ହୋଇଯାଇଛି। ଡାକ୍ତରଖାନା କର୍ତ୍ତୃପକ୍ଷ ଏହାର ଆୟୋଜନ କରିଥିଲେ। ଏଥିରେ ଶିଶୁଟିର ନାମକରଣ ହୋଇଥିଲା। ଶିଶୁକନ୍ୟାଟିର ନାଁ ‘ବିଜୟିନୀ’ ରଖାଯାଇଛି। ଏହି ଏକୋଇଶିଆ କାର୍ଯ୍ୟକ୍ରମରେ ଡାକ୍ତରଖାନାର ଅନ୍ୟକର୍ମଚାରୀଙ୍କ ସହିତ ଡାକ୍ତରମାନେ ସାମିଲ ହୋଇଥିଲେ। ଏହି ଅବସରରେ ପୂଜାପାଠ ସହିତ କେକ୍‌ କଟାଯାଇଥିଲା ଓ ମିଠା ବଣ୍ଟା ଯାଇଥିଲା।

Sambalpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe