Advertisment

ରାଜଧାନୀରେ ବୀଭତ୍ସ ହତ୍ୟା ଘଟଣା, ମୃତକଙ୍କ ପରିଚୟ ମିଳିଲା

ମୃତକ କେଦାରପଲ୍ଲୀ ବସ୍ତିର ସହଦେବ ନାୟକ ବୋଲି ଜଣାଯାଇଛି। ସେ ପୁଲିସ ମିତ୍ର ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ।

Sahadev Nayak

Sahadev Nayak

Advertisment

ରାଜଧାନୀ ଭୁବନେଶ୍ୱର ଛାତି ଉପରେ ଆଜି ସକାଳେ ଜଣେ ଯୁବକଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ବେଳେ ମୃତକଙ୍କ ପରିଚୟ ମିଳିଛି। ମୃତକ କେଦାରପଲ୍ଲୀ ବସ୍ତିର ସହଦେବ ନାୟକ ବୋଲି ଜଣାଯାଇଛି। ସେ ପୁଲିସ ମିତ୍ର ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ।

Advertisment

ସହଦେବ ଆଜି ସକାଳେ ରସୁଲଗଡ଼ରୁ ବାଣୀବିହାର ଓଭରବ୍ରିଜରେ ଯାଉଥିଲେ। ସହଦେବ ସ୍କୁଟିରେ ଯାଉଥିବା ବେଳେ ତାଙ୍କୁ ପଛ ବାଇକ୍‌ରେ ଆସୁଥିବା କେହି ମାରଣାସ୍ତ୍ରରେ ଚୋଟ ପକାଇଥିଲା। ଫଳରେ ଚଳନ୍ତା ବାଇକ୍‌ରୁ ସହଦେବଙ୍କ ବେକ ମୁଣ୍ଡରୁ ଅଲଗା ହୋଇ ଯାଇଥିଲା। ଏହାପରେ ଖାଲି ଶରୀର ରାସ୍ତା ଉପରେ ଛିଟିକି ପଡ଼ିଥିଲା।

ତେବେ କିଏ ଓ କାହିଁକି ଏଭଳି ନୃଶଂସ ଅମାନୁଷିକ କାଣ୍ଡ ଘଟାଇଲା କାରଣ ଅସ୍ପଷ୍ଟ। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତଙ୍କୁ ଖୋଜୁଛି।

Advertisment

ପ୍ରବାସୀ ଭାରତୀୟ ସମ୍ମିଳନୀ ନିମନ୍ତେ ରାଜଧାନୀ ଏକ ପ୍ରକାର ପୁଲିସ୍‌ ଛାଉଣୀରେ ପରିଣତ ହୋଇଛି। ଏହାପରେ ବି ଜାତୀୟ ରାଜପଥରେ ଜଣେ ଯୁବକଙ୍କୁ ଏପରି ନିର୍ମମ ହତ୍ୟାକାଣ୍ଡକୁ ରାଜଧାନୀବାସୀ ସହଜେ ଗ୍ରହଣ କରି ପାରୁ ନାହାନ୍ତି। ପୁଲିସ୍‌ ତୁରନ୍ତ ହତ୍ୟାକାରୀଙ୍କୁ ଗିରଫ କରିବା ସହ ଏହା ପଛର କାରଣ ଖୋଜି ବାହର କରୁ ବୋଲି ଦାବି ହେଉଛି। 

Bhubaneswar Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe