Advertisment

କନଷ୍ଟେବଲଙ୍କୁ ମରଣାନ୍ତକ ଆକ୍ରମଣ; ଛିଡ଼ିଗଲା ପାପୁଲି

କନଷ୍ଟେବଲଙ୍କୁ କଟକ ସ୍ଥାନାନ୍ତର କରାଯିବ ବୋଲି ସୂଚନା ରହିଛି।

ଅଦ୍ୟତନ ହୋଇଛି
Attack

Attack

Advertisment

ସମସ୍ୟା ସମାଧାନ କରିବା ପାଇଁ ଯାଇ ଖଣ୍ଡା ଚୋଟ ଖାଇଲେ ପୁଲିସ ବାବୁ। ଦୁର୍ବୃତ୍ତଙ୍କ ଆକ୍ରମଣରେ ଛିଡ଼ିଗଲା ପୁଲିସ ବାବୁଙ୍କ  ପାପୁଲି। ଏପରି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ଝରାପାଲି ଗାଁରେ।  ଆହତ କନଷ୍ଟେବଲଙ୍କ ନାଁ ସରୋଜ ଭୋଇ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କର ୩ଟି ଆଙ୍ଗୁଳିରେ ମଧ୍ୟ ଗୁରୁତର ଭାବରେ ଆଘାତ ଲାଗିଛି।

Advertisment

ଝରାପାଲି ଗାଁରେ ରହୁଥିବା ଜଣେ ଦମ୍ପତିଙ୍କ ମଧ୍ୟରେ କଳହ ହୋଇଥିଲା। ଏନେଇ ପୁଲିସକୁ ଖବର ଦିଆଯାଇଥିଲା।  ସରୋଜ ସହ କିଛି ପୁଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଭୟଙ୍କୁ ବୁଝାସୁଝା କରିବା ପାଇଁ ଚେଷ୍ଟା କରିଥିଲେ। ଏହ ସମୟରେ ଜଣେ ବ୍ୟକ୍ତି ଧାରୁଆ ଅସ୍ତ୍ରରେ ସରୋଜଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ପାପୁଲିରେ ଆଘାତ ଲାଗିଥିଲା।

ସରୋଜଙ୍କ ପାପୁଲି ଅଧା କଟିଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ କନଷ୍ଟେବଲଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।  ପୁଲିସ ଅଭିଯୁକ୍ତକୁ ଧରିବାକୁ ଚେଷ୍ଟା ଚଳାଇଛି। 

Advertisment
Attack Odisha Police Sambalpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe