Advertisment

ଭୁଲିଗଲେ ଶିଷ୍ଟାଚାର; ବ୍ୟବସାୟୀଙ୍କ ଠେଲା ଉପରେ ପରିସ୍ରା କରିଦେଲେ କନଷ୍ଟେବଳ

। ନିଶାସକ୍ତ ଅବସ୍ଥାରେ ଥିବା ବେଳେ ସେ ଉକ୍ତ ବ୍ୟକ୍ତିଙ୍କ ଠେଲା ଗାଡ଼ି ଉପରେ ପରିସ୍ରା କରିବାକୁ ପଛାଇଲେ ନାହିଁ। ନିକଟରେ ଥିବା ଆଉ ଜଣେ କନଷ୍ଟେବଳ ଏହା ଦେଖୁଥିବା ବେଳେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରି ନ ଥିଲେ।

ଅଦ୍ୟତନ ହୋଇଛି
POLICE

POLICE

Advertisment

ପୁଲିସ୍‌ ଭୁଲିଗଲା ଶିଷ୍ଟାଚାର । ଖାକି ବର୍ଦ୍ଦିର ତୋଡ଼ ଦେଖାଇ ଅଭଦ୍ରାମିର ଚରମ ସୀମା ପିଟିଗଲା। ନିଶାସକ୍ତ ଥିବା ଅବସ୍ଥାରେ ଜଣେ ଦୋକାନୀଙ୍କ ସହ ବଚସା ହେବାରୁ ନିଜର ଖାତିର ଦେଖାଇବାକୁ ଯାଇ କନଷ୍ଟେବଳଜଣକ ଟପିଗଲେ ସବୁ ସୀମା। ନିଶାସକ୍ତ ଅବସ୍ଥାରେ ଥିବା ବେଳେ ସେ ଉକ୍ତ ବ୍ୟକ୍ତିଙ୍କ ଠେଲା ଗାଡ଼ି ଉପରେ ପରିସ୍ରା କରିବାକୁ ପଛାଇଲେ ନାହିଁ। ନିକଟରେ ଥିବା ଆଉ ଜଣେ କନଷ୍ଟେବଳ ଏହା ଦେଖୁଥିବା ବେଳେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରି ନ ଥିଲେ। ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ତୁରନ୍ତ ଉକ୍ତ ଦୁଇ କନଷ୍ଟେବଳଙ୍କୁ ସସ୍‌ପେଣ୍ଡ କରାଯାଇଛି।

Advertisment

ଏପରି ଏକ ଲଜ୍ଜାଜନକ ଘଟଣା ଉତ୍ତରପ୍ରଦେଶର କାନପୁରରେ ଘଟିଛି। ନିଲମ୍ବିତ ହୋଇଥିବା ଦୁଇ କନଷ୍ଟେବଳ ହେଲେ ଲୋକେଶ ରାଜପୁତ ଓ ହେମନ୍ତ କୁମାର ।

ଗତ ବୁଧବାର ଉଭୟ ଲୋକେଶ ଓ ହେମନ୍ତ ସିଭିଲ ଡ୍ରେସ୍‌ରେ ମାର୍କେଟରେ ବୁଲୁଥିଲେ। ଉକ୍ତ ସମୟରେ ନିଶାସକ୍ତ ଅବସ୍ଥାରେ ଥିବା ଲୋକେଶଙ୍କର ଜଣେ ବ୍ୟବସାୟୀଙ୍କ ସହ ଗଣ୍ଡଗୋଳ ହୋଇଗଲା। ଏଥିରେ ଉତ୍ତ୍ୟକ୍ତ ଲୋକେଶ ଉକ୍ତ ବ୍ୟବସାୟୀଙ୍କ ଦୋକାନ ଉପରେ ପରିସ୍ରା କରିଦେଲେ। ହେମନ୍ତ ଏହା ଦେଖୁଥିଲେ ବି ଚୁପ୍‌ ରହିଥିଲେ।

Advertisment

ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଉଭୟଙ୍କୁ ଘେରି ଯାଇଥିଲ। ଖବର ପାଇ ସ୍ଥାନୀୟ ପୁଲିସ୍‌ ଟିମ୍‌ ପହଞ୍ଚିଥିଲେ ମଧ୍ୟ ଉଭୟଙ୍କୁ ଥାନାକୁ ନେଇ ନ ଥିଲେ। ଏହାପରେ ଉଭୟ ଭୁଲ୍‌ ମାଗି ଘଟଣାସ୍ଥଳରୁ ପଳାଇଥିଲେ। ମାତ୍ର ଏହାର ଭିଡିଓ ଭାଇରାଲ ହେବା ପରେ ଉଭୟ କନଷ୍ଟେବଳଙ୍କୁ ସସ୍‌ପେଣ୍ଡ କରାଯାଇଛି।

ଉଭୟଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦିଆଯାଇଛି। ଏହାପରେ ଦୋଷୀ ସାବ୍ୟସ୍ତ ହେଲେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କାନପୁର ଡିସିପି ସୂଚନା ଦେଇଛନ୍ତି।

Uttar Pradesh Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe