Advertisment

ସୁରକ୍ଷାକର୍ମୀ-ନକ୍ସଲ ଗୁଳି ବିନିମୟ; ନକ୍ସଲ ନିହତ, ଯବାନ ଆହତ

ଏମ୍ ଭି-୭୯ ଜିନ୍ଦଲଗୁଡ଼ା ନିକଟରେ ନକ୍ସଲ ଥିବା ସୁରକ୍ଷା କର୍ମୀମାନେ କୌଣସି ସୂତ୍ରରୁ ଖବର ପାଇଥିଲା।

ଅଦ୍ୟତନ ହୋଇଛି
Injured Jawan

Injured Jawan

Advertisment

ମାଲକାନଗିରି-ଛତିଶଗଡ଼ ସୀମା ଏମ୍ ଭି-୭୯ ଜିନ୍ଦଲଗୁଡ଼ା ନିକଟରେ ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁମୁହିଁଁ ହୋଇଛନ୍ତି। ଗୁଳି ବିନିମୟରେ ଜଣେ ଯବାନ ଆହତ ହୋଇଥିବ ବେଳେ ଜଣେ ନକ୍ସଲ ମଧ୍ୟ ନିହତ ହୋଇଛନ୍ତି। ଆହତ ଯବାନ ଜଣଙ୍କ ହେଲେ ଡମ୍ବୁର ବଡ଼ ନାୟକ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ଗୋଡ଼ରେ ୨ଟି ଗୁଳି ବାଜିଛି।

Advertisment

 ଛତିଶଗଡ଼ରୁ କିଛି ନକ୍ସଲ ନଦୀ ପାର ହୋଇ ମାଲକାନଗିରି ଅଭିମୁଖେ ଆସୁଥିବା ସୁରକ୍ଷାକର୍ମୀମାନେ ଗୋଇନ୍ଦା ସୁତ୍ରରୁ ଖବର ପାଇଥିଲେ।  ପରେ ସେହି ଅଞ୍ଚଳରେ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁ ମୁହିଁ ହୋଇଥିଲେ। ନକ୍ସଲମାନେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳି ଚାଳନା କରିଥିଲେ। ସୁରକ୍ଷା କର୍ମୀମାନେ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ। ଗୁଳିବିନିମୟରେ  ନକ୍ସଲ ନିହତ ହୋଇଥିବା ବେଳେ  ଜଣେ ଯବାନ ଆହତ ହୋଇଛନ୍ତି।

ପରେ ନକ୍ସଲମାନେ ଛତ୍ର ଭଙ୍ଗ ଦେଇଥିବା ଜଣାପଡ଼ିଛି। ପରେ ସୁରକ୍ଷା କର୍ମୀମାନେ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି।  ଅନ୍ୟପକ୍ଷରେ  ଆହତ ଯବାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି।  

Advertisment
Malkangiri Encounter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe