Advertisment

ମାଣିକ ସାରୁ ପାହାଡ଼ରେ ପୁଲିସ୍-ନକ୍ସଲ ଗୁଳି ବିନିମୟ

ଗୁଳି ବିନିମୟ ବେଳେ ୪/୫ ଜଣ ସଶସ୍ତ୍ର ନକ୍ସଲ ଫେରାର ହୋଇଯାଇଥିଲେ।

author-image
Jitendra Garnayak
Naxal Camp

Naxal Camp

କନ୍ଧମାଳ-କଳାହାଣ୍ଡି ସୀମାରେ ବାଲିଗୁଡ଼ା ଥାନା ଅଞ୍ଚଳରେ ଥିବା ମାଣିକ ସାରୁ ପାହାଡ଼ରେ ଆଜି ପୁଲିସ୍ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା ବେଳେ ନକ୍ସଲମାନେ ଖସି ପଳାଇବାରେ ସଫଳ ହୋଇଛନ୍ତି। ଅନ୍ୟପକ୍ଷରେ ସର୍ଚ୍ଚ ଅପରେସନ ବେଳେ ସେଠାରେ ଏକ ନକ୍ସଲ କ୍ୟାମ୍ପ ଠାବ କରାଯାଇଛି। ଯାଞ୍ଚ ବେଳେ ସେଠାରୁ ଡେଟୋନେଟର ଓ ଅନ୍ୟାନ୍ୟ ଆଇଇଡି ସରଞ୍ଜାମ ଜବତ କରାଯାଇଛି।

Advertisment

ମାଣିକ ସାରୁ ପାହାଡ଼ରେ କିଛି ନକ୍ସଲ ଥିବା ଖବର ପାଇବା ପରେ ପୁଲିସ୍ ପକ୍ଷରୁ ଅପରେସନ ଆରମ୍ଭ କରାଯାଇଥିଲା। ଏହି ଅପରେସନ ବେଳେ ଆଜି ଦିନ ୧୨ଟା ୧୫ରେ ମୁହାଁମୁହିଁ ହୋଇଥିଲେ ପୁଲିସ୍ ଓ ନକ୍ସଲ। ଉଭୟଙ୍କ ମଧ୍ୟରେ କିଛି ସମୟ ପାଇଁ ଗୁଳିବିନିମୟ ହୋଇଥିଲା। ସୁରକ୍ଷାକର୍ମୀଙ୍କ ସହିତ ମୁକାବିଲା ନକରିପାରି ନକ୍ସଲମାନେ ସେଠାରୁ ଫେରାର ହୋଇଯାଇଥିଲେ। ୪ରୁ୫ ଜଣ ସଶସ୍ତ୍ର ନକ୍ସଲ ଫେରାର ହୋଇଯାଇଥିଲେ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି। ସୁରକ୍ଷାକର୍ମୀମାନେ ସେମାନଙ୍କର ପିଛା କରିଥିଲେ। ତେବେ ଘଞ୍ଚ ଜଙ୍ଗଲ ଓ ବର୍ଷାର ସୁଯୋଗ ନେଇ ନକ୍ସଲମାନେ ଖସି ପଳାଇବାକୁ ସକ୍ଷମ ହୋଇଥିଲେ।

ଏହା ପରେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ବ୍ୟାପକ କରାଯାଇଥିଲା। ଏହି ସମୟରେ ଏକ ନକ୍ସଲ କ୍ୟାମ୍ପ ଠାବ କରାଯାଇଥିଲା। ସେଠାରୁ କିଛି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସହିତ ୫ଟି ବଡ଼ ବ୍ୟାଗ୍ ମିଳିଥିଲା। ଗୋଟିଏ ବ୍ୟାଗରେ ଡେଟୋନେଟର ଓ ଅନ୍ୟାନ୍ୟ ଆଇଡି ସରଞ୍ଜାମ ଥିଲା। ଖବର ଲେଖାଯିବା ସୁଦ୍ଧା ଅନ୍ୟ ୪ଟି ବ୍ୟାଗକୁ ଖୋଲା ଯାଇ ନଥିଲା। ସମସ୍ତ ସୁରକ୍ଷା ନିୟମକୁ ଅନୁକରଣ କରି ଉକ୍ତ ବ୍ୟାଗଗୁଡ଼ିକୁ ଖୋଲା ଯିବ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି। ଉକ୍ତ ଅଞ୍ଚଳରେ ସୁରକ୍ଷାକର୍ମୀମାନେ ଏବେ ସର୍ଚ୍ଚ ଅପରେସନ ଜୋରଦାର କରି ଦିଆଯାଇଛି।

Advertisment
Naxal Naxal Encounter