Advertisment

ମୋଦିଙ୍କୁ ଭେଟିବାକୁ ଯାଉଥିଲେ ନିଖୋଜ ପିହୁର ମା’; ଉଠାଇ ନେଲା ପୁଲିସ

୨୦୨୦ ଅଗଷ୍ଟ ୯ ତାରିଖରେ ଯାଜପୁର ବିଞ୍ଝାରପୁର ମଧୁସୂଦନପୁର ଗାଁରୁ ପିହୁ ନିଖୋଜ ହୋଇଯାଇଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
PIHU MOTHER

PIHU MOTHER

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତପାଇଁ ସମ୍ବଲପୁର ଯାଉଥିବା ବେଳେ ନିଖୋଜ ଶିଶୁ ପିହୁର ମା’ଙ୍କୁ ଉଠାଇ ନେଇଛି ପୁଲିସ। କାରରେ ଯାଉଥିବା ବେଳେ ବିଳମ୍ବିତ ରାତିରେ ପୁଲିସ ତାଙ୍କୁ ଉ଼ଠାଇ ଆଣି ଅଟକ ରଖିଛି। ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡିରେ ତାଙ୍କୁ ୫ ଘଣ୍ଟା ହେଲା ଅଟକ ରଖାଯାଇଛି।

Advertisment

୨୦୨୦ ଅଗଷ୍ଟ ୯ ତାରିଖରେ ଯାଜପୁର ଜିଲ୍ଲା ବିଞ୍ଝାରପୁର ମଧୁସୂଦନପୁର ଗାଁରୁ ପିହୁ ନିଖୋଜ ହୋଇଯାଇଥିଲା। ନିଖୋଜ ପିହୁର ସନ୍ଧାନ ଦାବିରେ ମା’ ମୋନାଲିସା ଏସ୍ ପି, ଜିଲ୍ଲାପାଳ, ପୁଲିସ ମହାନିର୍ଦ୍ଦେଶକ, କ୍ରାଇମବ୍ରାଞ୍ଚ୍ , ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ୩ବର୍ଷ ବିତି ଯାଇଥିଲେ ମଧ୍ୟ ପିହୁର ସନ୍ଧାନ ନମିଳିବାରୁ ମୋନାଲିସା ଗତ ଡିସେମ୍ବର ୧୫ ତାରିଖରେ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଥିଲେ। ହେଲେ କିଛି ସୁଫଳ ମିଳିନଥିଲା। 

ପିହୁର ମା’ କହିଛନ୍ତି, ରାଜ୍ୟ ସରକାରଙ୍କ ପାଖରୁ ମୋତେ ନ୍ୟାୟ ମିଳିଲା ନାହିଁ, ସେମାନେ ମୋ କଥା ଶୁଣିଲେ ନାହିଁ। ଏଥିପାଇଁ  ପ୍ରଧାନମନ୍ତ୍ରୀଙ୍କୁ ଭେଟି ସିବିଆଇ ତଦନ୍ତ ପାଇଁ ଦାବିପତ୍ର ଦେବାକୁ ଆସୁଥିଲି। ସମ୍ବଲପୁର ଏସପି ଓ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଦେଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଆସିଥିଲି। ଢେଙ୍କାନାଳରୁ  ପୁଲିସ ଉଠାଇ ନେଲା।  ମୋବାଇଲକୁ ମ ପୁଲିସ ନେଇଯାଇଛି। ନ୍ୟାୟ ପାଇଁ ସଂଘର୍ଷ କରୁଛି, ହେଲେ ସେମାନେ ଅଟକାଇକି ହାରାସମେଣ୍ଟ କରୁଛନ୍ତି।

Advertisment
Dhenkanal