Advertisment

ବଲାଙ୍ଗିର ଜେଲରେ ଚଢ଼ାଉ; ନିଶାଦ୍ରବ୍ୟ ଜବତ

ଚଢ଼ାଉ ବେଳେ ଜେଲ ଭିତରୁ ବିଡ଼ି, ସିଗାରେଟ୍, ଦିଆସିଲ୍ ଓ ଅନ୍ୟ ନିଶାଦ୍ରବ୍ୟ ଜବତ ହୋଇଥିବା ସୂଚନା ମିଳିଛି।

Raid in Bolangir Jail

Raid in Bolangir Jail

Advertisment

 ଆଜି ସକାଳୁ ସକାଳୁ ବଲାଙ୍ଗିର ଜେଲରେ ବଡ଼ ଧରଣର ଚଢ଼ାଉ କରିଛି ପୁଲିସ। ଜେଲରେ ଗ୍ୟାଙ୍ଗୱାର ଚାଲିଥିବା ନେଇ ଖବର ପ୍ରକାଶ ପାଇବା ପରେ ଏସପି ଋଷିକେଶ ଖିଲାରୀଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯା‌ଇଛି। ମାଜିଷ୍ଟ୍ରେଟଙ୍କ ସହ ୨ ପ୍ଲାଟୁନ୍ ପୁଲିସ ଫୋର୍ସ ଓ ୯ ଅଫିସର ଏହି ଚଢ଼ାଉରେ ସାମିଲ ହୋଇଛନ୍ତି।

Advertisment

ଚଢ଼ାଉ ବେଳେ ଜେଲ ଭିତରୁ ବିଡ଼ି, ସିଗାରେଟ୍, ଦିଆସିଲ୍ ଓ ଅନ୍ୟ ନିଶାଦ୍ରବ୍ୟ ଜବତ ହୋଇଥିବା ସୂଚନା ମିଳିଛି। ଏହି କାରନାମାରେ ଜେଲ୍ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି।

ଶୁକ୍ରବାର ଦିନ ଜେଲରେ କୁଖ୍ୟାତ ଅବରାଧୀ ବବୁଲ ମହାନନ୍ଦଙ୍କୁ ଅନ୍ୟ ଏକ ଗୋଷ୍ଠୀ ଆକ୍ରମଣ କରିଥବାର ସୂଚନା ରହିଛି।

Advertisment

ବଲାଙ୍ଗିର ଜେଲର ସୁପରିଟେଣ୍ଡେଣ୍ଟ ସର୍ବେଶ୍ୱର ସାହୁ କହିଛନ୍ତି, ଆସାମୀମାନଙ୍କୁ ଚେକିଂ କରାଯାଇ ଭିତରକୁ ଛଡ଼ାଯାଉଛି। ଏହା ସତ୍ତ୍ୱେ ବି ଆସାମୀ ମାନେ ଲୁଚାଇକି ନିଶାଦବ୍ୟ ଭିତରକୁ ନେଇଯାଉଛନ୍ତି।

Bolangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe