ଆଜି ସକାଳୁ ସକାଳୁ ନୟାଗଡ଼ ଜିଲ୍ଲା ମୁଖ୍ୟ କାରାଗାର ସହ ୩ ଉପ କାରାଗାରରେ ବଡ଼ ଧରଣର ଚଢ଼ାଉ କରାଯାଇଛି। ନିଶା କାରବାର ଅଭିଯୋଗରେ ନୟାଗଡ଼ ଏସପିଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଛି। ମାଜିଷ୍ଟ୍ରେଟ ସହ ବହୁ ବରିଷ୍ଠ ଅଧିକାରୀ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି।
ଚଢ଼ାଉ ବେଳେ ନୟାଗଡ଼ ଜିଲ୍ଲାମୁଖ୍ୟ କାରାଗାରରୁ ବିପୁଳ ନିଶା ଦ୍ରବ୍ୟ ଜବତ ହୋଇଛି। ଦଶପଲ୍ଲା ଉପ କାରାଗାରରୁ ମଧ୍ୟ ବହୁ ପରିମାଣର ବିପୁଳ ନିଶା ସାମଗ୍ରୀ ଜବତ ହୋଇଛି। ଏଥିରେ ଗୁଟଖା, ଖଇନି, ବିଡି ସହ ବ୍ଲେଡ୍ ରହିଛି।
Also Read
ଜେଲ୍ ଭିତରକୁ କିଭଳି ନିଶା ସାମଗ୍ରୀ ଗଲା? କଡ଼ା ସୁରକ୍ଷା ଭିତରେ ଜେଲ୍ ଭିତରକୁ ନିଶାଦ୍ରବ୍ୟ କିଏ ଓ କେମିତି ପଠାଉଛି, ତାକୁ ନେଇ ପ୍ରଶ୍ନୂବାଚୀ ସୃଷ୍ଟି ହୋଇଛି। ଏନେଇ ଖୋଳତାଡ଼ ଆରମ୍ଭ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଅଫିସ୍ରେ ପଶି ଅତିରିକ୍ତ ତହସିଲଦାରଙ୍କୁ ଟଣାଓଟରା କଲେ ମହିଳା
ଜାତିଗତ ପ୍ରମାଣ ପତ୍ର ପାଇନଥିବାରୁ ସିଆର୍ପିଏଫ୍ ଚାକିରି ଆଶାୟୀଙ୍କ ଧୌର୍ଯ୍ୟର ବନ୍ଧ ଭାଙ୍ଗି ଯାଇଥିଲା। ଏହାଛଡ଼ା ନିଜ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।
Crime
ଭିଣୋଇ ଓ ସ୍ୱାମୀଙ୍କ ପରେ ଜେଲ୍ ଗଲେ ସ୍କୁଟି ଦିଦି
ଦୁଇ ବର୍ଷ ତଳେ ପଶ୍ଚିମବଙ୍ଗ ଏସ୍ଟିଏଫ୍ ହାତରେ ଧରା ପଡ଼ିଥିଲେ ରୁକ୍ସାନାଙ୍କ ଭିଣୋଇ ଏସ୍.କେ ରସିଦ। କୋଲକାତାରୁ ତାଙ୍କୁ ଗିରଫ କରିଥିଲା ଏସ୍ଟିଏଫ୍ ଟିମ୍। କାର ସହ ୧୦ ଲକ୍ଷ ଟଙ୍କାର ହେରୋଇନ୍ ତାଙ୍କଠାରୁ ଜବତ କରିଥିଲା।
Crime
କାଫେ ଭିତରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ
ଅଭିଯୁକ୍ତମାନେ ଘଟଣା ବେଳର ଦୃଶ୍ୟକୁ ରେକର୍ଡ କରିଥିଲେ ଓ ଭିଡିଓ ବଦଳରେ ପୀଡ଼ିତାଙ୍କ ଠାରୁ ଟଙ୍କା ଆଦାୟ କରିବାକୁ ଚେଷ୍ଟା କରିଥିଲେ।
Crime
୬ ମାସ ଶିଶୁପୁତ୍ରର ସନ୍ଦେହଜନକ ମୃତ୍ୟୁ; ବାପାମା’ ହତ୍ୟା କରିଥିବା ଅଭିଯୋଗ
ଶିଶୁଟିକୁ ତାର ବାପାମା’ ହତ୍ୟା କରିଥିବା ଅଭିଯୋଗ ଆଣି ଥାନାରେ ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ।