Advertisment

ରାତି ଅଧରେ ଜେଲରେ ଚଢ଼ାଉ; ଟେନିସ୍ ବଲ୍ ଭିତରୁ ମିଳିଲା ତମାଖୁ ଓ ମାଦକ ଦ୍ରବ୍ୟ

ସେହିପରି ଆଜି ଭୋରରୁ ଭୋରରୁ ବରଗଡ଼ ଜେଲରେ ମଧ୍ୟ ଚଢ଼ାଉ କରାଯାଇଛି।

author-image
Tapaswini Nayak
Police Raid

Police Raid

ଟେନିସ୍ ବଲ୍ ଭିତରେ ତମାଖୁ ଓ ମାଦକ ଦ୍ରବ୍ୟ ପୂରାଇ ଜେଲ ଭିତରକୁ ଫିଙ୍ଗା ଯାଉଛି। ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର ମଣ୍ଡଳ କାରାଗାରରେ ଅଚାନକ ଚଢ଼ାଉ ପରେ ଏ଼ପରି ପ୍ରତିକ୍ରିୟା ଦେଇଛନ୍ତି ସମ୍ବଲପୁର ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ୍ ସ୍ୱାଧୀନ ବେହେରା।

Advertisment

ସେ କହିଛନ୍ତି, ଗତକାଲି ରାତିରେ ଅଚାନକ ଜେଲରେ ଚଢ଼ାଉ କରାଯାଇଥିଲା। ଏହି ସମୟରେ କଏଦୀମାନେ ଶୋଇଥିଲେ। ଚଢ଼ାଉବେଳେ ବିପୁଳ ନିଶାଦ୍ରବ୍ୟ ଜବତ କରାଯାଇଛି। ଦିନ ସମୟରେ ଟେନିସ୍ ବଲ୍ ଭିତରେ ତମାଖୁ ଓ ମାଦକ ଦ୍ରବ୍ୟ ପୂରାଇ ଜେଲ ଭିତରକୁ ଫିଙ୍ଗା ଯାଉଛି। କଏଦୀମାନେ ଟେନିସ ବଲରୁ ତମାଖୁ ଓ ମାଦକ ଦ୍ରବ୍ୟ ସଂଗ୍ରହ କରୁଥିବା ଆମେ ସୂଚନା ପାଇଛୁ।

ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର ଜେଲରେ ଅଚାନକ ଚଢ଼ାଉ କରିଥିଲା ପୁଲିସ। ଚଢ଼ାଉ ବେଳେ ବିପୁଳ ନିଶାଦ୍ରବ୍ୟ ଜବତ କରାଯାଇଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସମ୍ବଲପୁର ମଣ୍ଡଳ କାରାଗାରରେ ଚଢାଉ କରାଯାଇଥିଲା। ଚଢ଼ାଉରେ ସମ୍ବଲପୁର ଅତିରିକ୍ତ ଏସପି ହରେଶ ଚନ୍ଦ୍ର ପାଣ୍ଡେସହ ପୁଲିସ ଟିମ୍‌ ଓ ସଦର SDPO ସାମିଲ ହୋଇଥିଲେ। ଚଢ଼ାଉ ବେଳେ ଜେଲ ଭିତରୁ ଅନ୍ତେବାସୀଙ୍କ ନିକଟରୁ ଗୁଟଖା, ଖଇନି, ଭାଙ୍ଗ ଓ ଲାଇଟର ଜବତ କରାଯାଇଥିଲା।

Advertisment

ସମ୍ବଲପୁର ଜେଲରେ ଏବେ ୨୨ଟି ୱାର୍ଡରେ ୫୭୬ ଜଣ ଅନ୍ତେବାସୀ ଥିବାବେଳେ, ବହୁବର୍ଷ ପରେ ଏଭଳି ଚଢ଼ାଉ ହୋଇଥିବା ସୂଚନା ମିଳିଛି। ପ୍ରାୟ ୩ ଘଣ୍ଟା ଧରି ଜେଲ ଭିତରେ ଚଢ଼ାଇ କରାଯାଇଥିଲା।

ସେହିପରି ଆଜି ଭୋରରୁ ଭୋରରୁ ବରଗଡ଼ ଜେଲରେ ମଧ୍ୟ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ ଭାଙ୍ଗ, ଖାଇନି ସହ କିଛି ମେଡିସିନ୍ ଜବତ କରାଯାଇଛି। ଆଜି ଭୋର ୫ଟା ସମୟରେ ବରଗଡ଼ ଏସପି ପ୍ରହଲ୍ଲାଦ ସାହାଇ ମୀନାଙ୍କ ନେତ୍ୱରେ ଏହି ଚଢ଼ାଉ କରାଯାଇଥିଲା। ୨ ପ୍ଲାଟୁନ ଫୋର୍ସ ସହ ୧୪ ଅଫିସରଙ୍କ ଉପସ୍ଥିତିରେ ଏହି ଚଢ଼ାଉ କରାଯାଇଥିଲା। ଜେଲ ଭିତରକୁ ଏତେ ପରିମାଣର ଭାଙ୍ଗ ଓ ଖଇନି କିଭଳି ଭାବେ ଯାଉଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

Sambalpur Jail BARAGADA