Advertisment

ରାଜଧାନୀରେ ଚାଞ୍ଚଲ୍ୟ; ସେଲୁନରେ ଚାଲିଥିଲା ସେକ୍ସ ରାକେଟ୍

ସେଲୁନ୍ ଆଣ୍ଡ୍ ସ୍ପାରେ ଯୁବତୀଙ୍କୁ ଚାକିରି ଦେବା ବାହାନାରେ ଅନୈତିକ କାର୍ଯ୍ୟରେ ଲଗାଯାଉଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
Sex racket

Sex racket

Advertisment

ରାଜଧାନୀର ଏକ ସେଲୁନ୍ ଆଣ୍ଡ୍ ସ୍ପାରେ ଚାଲିଥିଲା ସେକ୍ସ ରାକେଟ୍। ପୁଲିସ ଚଢ଼ାଉ କରି କିଛି ଯୁବକ ଓ ୨ ଯୁବତୀଙ୍କୁ ଉଦ୍ଧାର କରିଛି। ସେଲୁନ୍ ଆଣ୍ଡ୍ ସ୍ପାରେ ଯୁବତୀଙ୍କୁ ଚାକିରି ଦେବା ବାହାନାରେ ଅନୈତିକ କାର୍ଯ୍ୟରେ ଲଗାଯାଉଥିବା ଅଭିଯୋଗ ହୋଇଛି।

Advertisment

ଭୁବନେଶ୍ୱର ସ୍ଥିତ ରବି ଟକିଜ୍ ଛକରେ ଥିବା ଏକ ସେଲୁନ୍ ଆଣ୍ଡ୍ ସ୍ପାରେ ଜଣେ ଯୁବତୀଙ୍କୁ ଚାକିରି ଦେବା ବାହାନାରେ ଅନୈତିକ କାର୍ଯ୍ୟରେ ଲଗାଯାଉଥିଲା। ଏହି ନେଇ ଯୁବତୀ ଜଣଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ଯୁବତୀଙ୍କ ଭାଇ ସ୍ପାରେରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ। ଏହି ସମୟରେ ସ୍ପା ମାଲିକ ସଂପୃକ୍ତ ଯୁବତୀ ଓ ତାଙ୍କୁ ମାରପିଟ କରିଥିଲେ।

ଯୁବତୀ ଜଣଙ୍କ ଏନେଇ ବଡ଼ ପାଟିରେ ଚିତ୍କାର କରିଥିଲେ। ସ୍ଥାନୀୟ ଲୋକେ ଯୁବତୀଙ୍କ ଚିତ୍କାର ଶୁଣି ଦୌଡ଼ି ଆସିଥିଲେ। ଯୁବତୀ ଓ ତାଙ୍କ ଭାଇଙ୍କୁ ସେଠାରୁ ଉଦ୍ଧାର କରିଥିଲେ ଓ ଏଥିସହ ବଡ଼ଗଡ଼ ପୁଲିସକୁ ଖବର ଦେଇଥିଲେ। ବରଗଡ଼ ପୁଲିସ ପହଞ୍ଚି ଯୁବତୀ ଓ ତାଙ୍କ ଭାଇଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଏଥିସହ ସ୍ପାରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ସେଲୁନ୍ ଆଣ୍ଡ୍ ସ୍ପାରୁ ଆପତ୍ତିଜନକ ଜିନିଷ ମିଳିଥିଲା। ପୁଲିସ ସେଲୁନ୍ ଆଣ୍ଡ୍ ସ୍ପା ସିଲ୍ କରି ଘଟଣାର ତଦନ୍ତ କରୁଛି।

Advertisment
Bhubaneswar Sex Racket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe