ଆତଙ୍କୀ ଲଖବୀର ସିଂହ ଲାଣ୍ଡାର ୪୮ଟି ଠିକଣାରେ ରେଡ୍‌

ଲାଣ୍ଡା ଓ ରିଣ୍ଡା ମୁଣ୍ଡରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ଥିବା ବେଳେ ପରମିନ୍ଦର ସିଂହ କାଇରା ଓରଫ ପାଟ୍ଟୁ, ସତନାମ ସିଂହ ଓରଫ ସବୀର ସିଂହ ଓରଫ ସତ୍ତା ଓ ଯୁଦ୍ଧବିନ୍ଦର ସିଂହ ଓରଫ ଯୁଦ୍ଧା ନାଁରେ ୫ ଲକ୍ଷ ଟଙ୍କାର ପୁରସ୍କାର ରହିଛି।

ଆତଙ୍କୀ ଲଖବୀର ସିଂହ (ଫାଇଲ ଫଟୋ)

  • Published: Monday, 25 September 2023
  • , Updated: 25 September 2023, 08:40 PM IST

ଖଲିସ୍ତାନୀ ଆତଙ୍କବାଦୀ ଲଖବୀର ସିଂହ ଲାଣ୍ଡା ଓ ଏହାର ସହଯୋଗୀମାନଙ୍କର ପ୍ରାୟ ୪୮ଟି ଠିକଣାରେ ଆଜି ପଞ୍ଜାବ ପୁଲିସ ଏକକାଳୀନ ରେଡ କରିଛି। ଫିରୋଜପୁର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଖଲିସ୍ତାନୀ ସପକ୍ଷବାଦୀଙ୍କ ଠିକଣାରେ ଏପରି ଚଢ଼ଉ କରାଯାଇଛି।

ଏହାପୂର୍ବରୁ ଲାଣ୍ଡା ଓ ତା’ ଗ୍ୟାଙ୍ଗର ସଦସ୍ୟଙ୍କ ନାଁରେ ଡକାୟତି ମାମଲା ଫିରୋଜପୁରର ଜୀରା ଅଞ୍ଚଳରେ ରୁଜୁ ହୋଇଥିଲା। ଏଠାରେ ଦୁଇ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଜଣେ ଦୋକାନୀଙ୍କ ଉପରକୁ ଗୁଳି କରିଥିଲେ।

ନିକଟରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଲାଣ୍ଡା, ହରୱିନ୍ଦର ସିଂହ ସାନ୍ଧୁ ଓରଫ ରିଣ୍ଡା ଓ ବ୍ୟାନ ହୋଇଥିବା ଖଲିସ୍ତାନୀ ସଂଗଠନ ବାବର ଖାଲସା ଇଣ୍ଟନ୍ୟାଶନାଲ (ବିକେଆଇ)ର ଆଉ ୩ ଜଣଙ୍କ ସମ୍ପର୍କ ତଥ୍ୟ ହାସଲ ପାଇଇଁ ପୁରସ୍କାର ଘୋଷଣା କରିଥିଲା।

ଲାଣ୍ଡା ଓ ରିଣ୍ଡା ମୁଣ୍ଡରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ଥିବା ବେଳେ ପରମିନ୍ଦର ସିଂହ କାଇରା ଓରଫ ପାଟ୍ଟୁ, ସତନାମ ସିଂହ ଓରଫ ସବୀର ସିଂହ ଓରଫ ସତ୍ତା ଓ ଯୁଦ୍ଧବିନ୍ଦର ସିଂହ ଓରଫ ଯୁଦ୍ଧା ନାଁରେ ୫ ଲକ୍ଷ ଟଙ୍କାର ପୁରସ୍କାର ରହିଛି।

ଲାଣ୍ଡା ଓ ଏହାର ସହଯୋଗୀମାନେ ପଞ୍ଜାବରେ ଆତଙ୍କବାଦୀ କାର୍ଯ୍ୟକଳାପର ପ୍ରଚାର ଏବଂ ପ୍ରସାର ପାଇଁ ଉଦ୍ୟମ କରୁଥିବା ଘଟଣାରେ ଏନଆଇଏ ସମସ୍ତଙ୍କୁ ଖୋଜୁଛି। ହେଲେ ଏଯାଏ କାହାର ବି ପତ୍ତା ମିଳିନି।

Related story