Advertisment

ଭୁବନେଶ୍ୱରରେ ବୁକିଂ, ଢେଙ୍କାନାଳରେ ଫିଙ୍ଗି ଦେଇ କାର୍‌ ନେଇଗଲେ

ରାତି ପ୍ରାୟ ୧୧ଟା ହେବ। ଆଉ କିଛି ସମୟରେ ରାଧାଦେଈପୁର ଗାଁରେ ପହଞ୍ଚି ଥାଆନ୍ତେ। ହେଲେ ତା’ ପୂର୍ବରୁ ଜଙ୍ଗଲ ଭିତରେ ପରିଶ୍ରା ବାହାନାରେ ଗାଡ଼ି ଅଟକାଇବାକୁ କହିଥିଲେ। ତେଣୁ ବଳରାମ ଗାଡ଼ି ଅଟକାଇ ଥିଲେ।

Loot

Loot

Advertisment

ଭୁବନେଶ୍ୱରରେ ଉବେରରେ କାର୍‌ ବୁକିଂ କରିଥିଲେ। ଆଉ ଢେଙ୍କାନାଳ ଜଙ୍ଗଲରେ ଚାଳକକୁ ମାଡ଼ ମାରି ଫିଙ୍ଗି ଦେଲେ। ପରେ କାର୍‌ ନେଇ ପଳାଇ ଯାଇଥିଲେ ୩ ଦୁର୍ବୃତ୍ତ। ଲୁଟ୍‌ର ପ୍ରାୟ ୧୧ ଦିନ ପରେ ପୁଲିସ୍‌ କାର ଜବତ କରିବା ଦୁଇ ଲୁଟେରାଙ୍କୁ ଗିରଫ କରିଛି। ଗିରଫ କାର୍‌ ଲୁଟେରାମାନେ ଭୁବନେଶ୍ୱର କଳିଙ୍ଗ ନଗର ଅଞ୍ଚଳର ବୋଲି ଜଣାପଡ଼ିଛି।

Advertisment

ଗତ ୧୩ ତାରିଖରେ ଭୁବନେଶ୍ୱର ଏମ୍‌ସ ନିକଟସ୍ଥ କୋଳଥିଆରୁ ଉବେର ବୁକିଂ ପାଇଥିଲେ ବଳରାମ ପ୍ରଧାନ। ୩ ଜଣ ଯୁବକ ଢେଙ୍କାନାଳ ଜିଲ୍ଲା ରାଧାଦେଈପୁର ଯିବା ପାଇଁ ଉବେରରେ ବୁକିଂ କରିଥିଲେ। ବୁକିଂ ପାଇବା ପରେ ୩ ଜଣ ଯୁବକଙ୍କୁ ଧରି ରାଧାଦେଈପୁର ଅଭିମୁଖେ ବାହାରିଥିଲେ ବଳରାମ। ରାସ୍ତାରେ ଗଲା ବେଳେ ଆଠଗଡ଼ କାଳିଆ ମାଟିହାଣ୍ଡି ଚାହା ଦୋକାନରେ ଅଟକି ଥିଲେ। ସେଠାରେ ସମସ୍ତେ ଚାହା ପିଇଥିଲେ। ତା’ପରେ ସମସ୍ତେ ଗନ୍ତବ୍ୟ ସ୍ଥଳକୁ ଯାଉଥିଲେ।

ରାତି ପ୍ରାୟ ୧୧ଟା ହେବ। ଆଉ କିଛି ସମୟରେ ରାଧାଦେଈପୁର ଗାଁରେ ପହଞ୍ଚି ଥାଆନ୍ତେ। ହେଲେ ତା’ ପୂର୍ବରୁ ଜଙ୍ଗଲ ଭିତରେ ପରିଶ୍ରା ବାହାନାରେ ଗାଡ଼ି ଅଟକାଇବାକୁ କହିଥିଲେ। ତେଣୁ ବଳରାମ ଗାଡ଼ି ଅଟକାଇ ଥିଲେ। ଯୁବକ ୩ ଜଣ ପରିଶ୍ରା କରି ଆସିବା ପରେ ବଳରାମଙ୍କ ବେକରେ ଛୁରୀ ଲଗାଇ ମାରିଦେବାକୁ ଉଦ୍ୟମ କରିଥିଲେ। ହେଲେ ବଳରାମ ସେମାନଙ୍କୁ ଜୀବନ ଭିକ୍ଷା କରିଥିଲେ। ସବୁ ପଛେ ନେଇଯାଅ, ହେଲେ ମୋତେ ଛାଡ଼ି ଦିଅ ବୋଲି ଦୁର୍ବୃତ୍ତଙ୍କ ଗୋଡ଼ ଧରି କାକୁତି ମିନତି ହୋଇଥିଲେ ବଳରାମ। ଏହା ପରେ ଦୁର୍ବୃତ୍ତମାନେ ତାଙ୍କୁ ଜଙ୍ଗଲ ଭିତରେ ଛାଡ଼ି ଗାଡ଼ି ନେଇ ପଳାଇ ନେଇଥିଲେ। ଆଉ ଗଲାବେଳେ ବଳରାମଙ୍କ ୨ଟି ମୋବାଇଲ, ମନିପର୍ସ ଓ ପିନ୍ଧିଥିବା ସୁନା ମୁଦିକୁ ନେଇଯାଇଥିଲେ ଦୁର୍ବୃତ୍ତ।

Advertisment

ଅନ୍ଧାର ରାତିରେ କଷ୍ଟେମଷ୍ଟେ ଜଙ୍ଗଲ ଭିତରୁ ଜୀବନ ବଞ୍ଚାଇ ରାଧାଦେଈପୁର ଗାଁରେ ପହଞ୍ଚିଥିଲେ ବଳରାମ। ରାତିରେ ଆ’ ଘର ତା’ ଘରର କବାଟ ବାଡ଼େଇ ଥିଲେ। ହେଲେ କେହି କବାଟ ଖୋଲିନଥିଲେ। ୪ରୁ ୫ ଜଣଙ୍କ କବାଟ ବାଡେଇବା ପରେ ଜଣେ ବ୍ୟକ୍ତି କବାଟ ଖୋଲିଥିଲେ। ତାଙ୍କୁ ସବୁ କଥା କହିବା ପରେ ସେ ଗାଁ ଲୋକଙ୍କୁ ଡାକିଥିଲେ। ସେହି ରାତିରେ ଜଙ୍ଗଲ ଆଖପାଖ ଅଞ୍ଚଳରେ ଖୋଜା ଖୋଜି କରିଥିଲେ। ହେଲେ କାର୍‌ ନାମ ଗନ୍ଧ ପାଇନଥିଲେ।

ତା’ପର ଅର୍ଥାତ ୧୪ ତାରିଖରେ ଗାଁ ଲୋକଙ୍କ ସହ ବଳରାମ ଗଁଦିଆ ଥାନାରେ ପହଞ୍ଚିଥିଲେ। କାର୍‌ ଲୁଟ୍‌ ନେଇ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରିଥିଲା। ଅନ୍ୟପକ୍ଷରେ ବଳରାମଙ୍କୁ ଗାଁକୁ ଫେରିବା ପାଇଁ ୫୦୦ ଟଙ୍କା ଦେଇଥିଲେ। ସେହି ଟଙ୍କାରେ ଗାଁକୁ ଫେରିଥିଲେ।

ଗଁଦିଆ ଥାନା ପୁଲିସ୍‌ ମାମଲା ତଦନ୍ତ କରି ଦୁଇ ଲୁଟେରା ରାଜେଶ କୁମାର ନାଥ ଓ ସୁମନ୍ତ ନାଥଙ୍କୁ ଧରିବାରେ ସଫଳ ହୋଇଛି। ଜଣେ ଫେରାର ରହିଛି। ଗିରଫ ଅଭିଯୁକ୍ତଙ୍କ ଘର ଭୁବନେଶ୍ୱର କଳିଙ୍ଗ ନଗର ଅଞ୍ଚଳର। ଏଥିସହ ବଳରାମଙ୍କ କାର୍‌ ଜବତ କରିଛି। ଆଜି ଗଁଦିଆ ଥାନା ପୁଲିସ୍‌ ବଳରାମଙ୍କୁ ତାଙ୍କ କାର ପ୍ରଦାନ କରିଛି। କାର୍‌ ସିନା ମିଳିଲା, ହେଲେ ଲୁଟ୍‌ ହୋଇଥିବା ସମଗ୍ରୀ ଯଥା- ୨ଟି ମୋବାଇଲ, ସୁନା ମୁଦି ଓ ମନିପର୍ସ। ଯେଉଁଥିରେ ୫୦୦୦ରୁ ଅଧିକ ଟଙ୍କାର ଥିଲା।

ଗାଡ଼ି ମିଳିବା ପରେ ବଳରାମ କହିଛନ୍ତି, ଲୁଟ୍‌ ପରେ ଆଉ ବେଶୀ ଦୂର ଯିବାକୁ ସାହସ କରିପାରୁନି। ତେଣୁ ଛୋଟ ଛୋଟ ଟ୍ରିପ୍‌ରେ ଯାଉଛି। ଘର ଲୋକ ମଧ୍ୟ ଯିବା ପାଇଁ ମନା କରୁଛନ୍ତି। ତେଣୁ ନିଷ୍ପତ୍ତି ନେଇଛି ଭବିଷ୍ୟତରେ କେବେ ହେଲେ ଲଙ୍ଗ ଟ୍ରିପ୍‌ରେ ଭଡ଼ାରେ ଯିବି ନାହିଁ ବୋଲି ବଳରାମ କହିଛନ୍ତି।

Bhubaneswar Bhubaneswar News Loot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe