Advertisment

ଗାଁରେ କାମ ମିଳିଲାନି! ଦାଦନ ଖଟିବାକୁ ଯାଇଥିଲେ, ଅଟକାଇଲା ପୁଲିସ୍‌

ଲାଠୋର ଥାନା ଅଞ୍ଚଳର ଦାଦନ ସର୍ଦ୍ଦାର ରାମ ବିଭାର ୧୫ ଜଣ ଶ୍ରମିକଙ୍କୁ ତେଲେଙ୍ଗାନା ନେଉଥିଲେ। ଏ ସମ୍ପର୍କରେ ପୁଲିସ୍‌ ଜାଣିପାରି ଚଢ଼ଉ କରି ଦାଦନଙ୍କୁ ଉଦ୍ଧାର କରିବା ସହିତ ସର୍ଦ୍ଦାରଙ୍କୁ ଅଟକ ରଖିଛି।

Police

Police

Advertisment

ଗାଁରେ କାମ ମିଳିଲାନି! ତେଣୁ ଦାଦନ ସର୍ଦ୍ଦାରଙ୍କଠାରୁ ଆଗୁଆ ଟଙ୍କା ନେଇ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଥିଲେ। ହେଲେ ପୁଲିସ୍‌ ସେମାନଙ୍କୁ ଅଟକାଇ ଘରକୁ ପଠାଇ ଦେଇଛି। ପୃଥକ୍‌ ସ୍ଥାନରୁ ପୁଲିସ୍‌ ଆଜି ୨୨ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଏପରି ଖବର ବଲାଙ୍ଗିର ଜିଲ୍ଲା ଅଞ୍ଚଳରେ ଘଟିଛି।

Advertisment

ଲାଠୋର ଥାନା ଅଞ୍ଚଳର ଦାଦନ ସର୍ଦ୍ଦାର ରାମ ବିଭାର ୧୫ ଜଣ ଶ୍ରମିକଙ୍କୁ ତେଲେଙ୍ଗାନା ନେଉଥିଲେ। ଏ ସମ୍ପର୍କରେ ପୁଲିସ୍‌ ଜାଣିପାରି ଚଢ଼ଉ କରି ଦାଦନଙ୍କୁ ଉଦ୍ଧାର କରିବା ସହିତ ସର୍ଦ୍ଦାରଙ୍କୁ ଅଟକ ରଖିଛି। ଉଦ୍ଧାର ହୋଇଥିବା ଦାଦନଙ୍କ ମଧ୍ୟରେ ଅଛନ୍ତି ୮ ପୁରୁଷ, ୫ ମହିଳା ଓ ୨ ଛୋଟଛୁଆ। ଏମାନଙ୍କ ଘର ଗଭରା, ପଟଣାଗଡ଼ ଓ ବଡ଼ଡ଼କଲା ଗାଁରେ। ଉଦ୍ଧାର ହୋଇଥିବା ଦାଦନମାନେ କହିଛନ୍ତି, ଗାଁରେ କାମ ମିଳୁନଥିବାରୁ ପରିବାର ଚଳାଇବା କଷ୍ଟକର ହେଉଛି। ତେଣୁ ସର୍ଦ୍ଦାରଙ୍କଠାରୁ ଆଗୁଆ ଟଙ୍କା ନେଇ ଦାଦନ ଖଟିବାକୁ ଯାଉଛି।

ଠିକ୍‌ ସେମିତି ତୁରେକେଲା ଥାନା ପୁଲିସ୍‌ ଖର୍ଲି ଗାଁ ନିକଟରୁ ଆଉ ୭ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଏମାନଙ୍କ ଭିତରେ ୩ ଜଣ ପୁରୁଷ, ୩ ଜଣ ମହିଳା ଓ ୧ ଜଣ ଛୋଟ ଛୁଆ ରହିଛନ୍ତି। ଲହଣ୍ଡିପାଲି ଗାଁର ଦାଦନ ସର୍ଦ୍ଦାର ନାରେନ ଏମାନଙ୍କୁ ଆନ୍ଧ୍ରପ୍ରଦେଶ ଚାଲାଣ କରୁଥିଲେ। ପୁଲିସ୍‌ ଦାଦନ ଶ୍ରମିକମାନଙ୍କୁ ଉଦ୍ଧାର କରି ସେମାନଙ୍କ ଘରକୁ ପଠାଇ ଦେଇଛି। ଏହି ଘଟଣା ପରେ ପୁଲିସ୍‌ ୨ ଦାଦନ ସର୍ଦ୍ଦାର ଓ ଜଣେ ଡ୍ରାଇଭରଙ୍କୁ ଅଟକ ରଖିଛି। ଏଥିସହ ଗୋଟିଏ ବୋଲେରୋ ଓ ୪ଟି ବାଇକ୍‌ ଜବତ କରିଛି।

Advertisment

ତେବେ ଦାଦନ ଚାଲାଣ ନେଇ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରି ନାହିଁ।

ରିପୋର୍ଟ-କଣ୍ଟାବାଞ୍ଜିରୁ ଅନ୍ତିମ ପାଣିଗ୍ରାହୀ

Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe