Advertisment

ପବିତ୍ର ସମ୍ପର୍କରେ କଳଙ୍କ! ସ୍ୱାମୀ ଥାଉଥାଉ ପତ୍ନୀ କହିଲେ- ଛୁଆ ପ୍ରେମିକର

ଛୁଆ ଚୋରି ନେଇ ମହିଳା ଜଣକ କହିଛନ୍ତି, ଛୁଆ ଯାହାର ମୁଁ ତାକୁ ଦେଇଛି। ସନ୍ତୋଷ ତ୍ରିପାଠୀଙ୍କ ସହିତ ମୋର ଆଗରୁ ଚିହ୍ନା ପରିଚିତ। ସିଏ ହେଉଛନ୍ତି ଛୁଆର ବାପା। ତେଣୁ ତାଙ୍କ ଛୁଆ ତାଙ୍କୁ ଦେଇଦେଲି। ଥାନାରେ ଏ ସମ୍ପର୍କରେ ସବୁ କଥା କହିଛି।

ଅଦ୍ୟତନ ହୋଇଛି
Koraput

Koraput

Advertisment

ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ଜନ୍ମ ଜନ୍ମାନ୍ତରର। ହେଲେ ସେହି ପବିତ୍ର ସମ୍ପର୍କରେ ଲାଗିଛି କଳଙ୍କର ଛିଟା! ସ୍ୱାମୀ ଥାଉଥାଉ ପ୍ରେମିକଙ୍କ ସହିତ ରଖିଥିଲେ ଶାରୀରିକ ସମ୍ପର୍କ। ପିଲା ଜନ୍ମର ୩ ମାସ ପରେ ପତ୍ନୀ କହିଲେ, ଛୁଆ ପ୍ରେମିକର। ତେଣୁ ଛୁଆକୁ ତା’ ବାପାଙ୍କୁ ଦେଇଦେଇଛି। ଛୁଆ ଚୋରି ନାଟକର ସ୍କ୍ରିପ୍ଟ ଅଣ୍ଡାଳୁ ଅଣ୍ଡାଳୁ ପୁଲିସ୍‌ ଆଜି ଏଇଠି ପହଞ୍ଚିଛି। ଯାହା କୋରାପୁଟ ଜିଲ୍ଲା ଜୟପୁର ଟାଉନ୍‌ରେ ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଛି।

Advertisment

ଜୟପୁର ପାୱାର ହାଉସ୍‌ କଲୋନୀରେ ଘର ଭଡ଼ା ନେଇ ରହୁଛନ୍ତି ପରମେଶ ଖେମୁଣ୍ଡ। ସେ ବିବାହିତ ଓ ଦୁଇ ପିଲାଙ୍କ ବାପା। ସେ ଏକ ଫାଇନାନ୍ସ କମ୍ପାନୀରେ ଚାକିରି କରୁଛନ୍ତି। କମ୍ପାନୀ ତରଫରୁ ତାଙ୍କୁ ଟ୍ରେନିଂ ପାଇଁ ବଲାଙ୍ଗିର ପଠା ଯାଇଥିଲା। ତେଣୁ ସେ ଗତ ୩୧ ତାରିଖରେ ବଲାଙ୍ଗିର ଯାଇଥିଲେ। ସବୁଦିନ ପରି ଗତ ୩ ତାରିଖ ରାତିରେ ପତ୍ନୀଙ୍କ ମୋବାଇଲ୍‌କୁ ଭିଡିଓ କଲ୍‌ କରିଥିଲେ ପରମେଶ। ପ୍ରଥମେ ପତ୍ନୀ ପରେ ଦୁଇ ପିଲାଙ୍କ ସହିତ କଥା ହୋଇଥିଲେ।

୪ ତାରିଖ ସକାଳେ ପରମେଶଙ୍କ ପାଖକୁ ତାଙ୍କ ପତ୍ନୀ ରେଖା(ଛଦ୍ମନାମ) ଫୋନ୍‌ କରିଥିଲେ। ଆଉ ରେଖା କହିଥିଲେ, ଘରେ ଛୁଆ ନାହିଁ। ଯାହାକୁ ନେଇ ଉଭୟଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା। ଯୁକ୍ତିତର୍କ ଭିତରେ ପରମେଶ ଛୁଆ ଚୋରି କରିଥିବା ନେଇ ଅଭିଯୋଗ ଆଣିଥିଲେ ରେଖା। ଛୁଆ ଫେରାଇ ନଆଣିଲେ ଥାନାରେ ଅଭିଯୋଗ କରିବି ବୋଲି ରେଖା ଧମକ ଦେଇଥିବା ପରମେଶ ଅଭିଯୋଗ କରିଛନ୍ତି।

Advertisment

୪ ତାରିଖରେ ପରମେଶ ଏନେଇ ଜୟପୁର ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୁଲିସ୍‌ ପ୍ରଥମେ ରେଖାଙ୍କୁ ଜେରା କରିଥିଲା। ଜେରା ବେଳେ ରେଖାଙ୍କ କଥାରେ ତାଳମେଳ ରହିନଥିଲା। ତେଣୁ ତାଙ୍କ ଉପରେ ସନ୍ଦେହ କରିଥିଲା ପୁଲିସ୍‌। ତଦନ୍ତ ବେଳେ ପୁଲିସ୍‌ ରେଖାଙ୍କ ଅତୀତକୁ ଯାଇଥିଲା। ଆଉ ଜାଣିପାରିଥିଲା ରେଖାଙ୍କୁ ବିବାହ ପୂର୍ବର ପ୍ରେମ କାହାଣୀ।

ମିଳିଥିବା ସୂଚନା ଅନୁସାରେ ବଲାଙ୍ଗିର ଲାଠୋର ଥାନାର କନ୍‌ଷ୍ଟେବଳ ସନ୍ତୋଷ କୁମାର ତ୍ରିପାଠୀଙ୍କ ସହିତ ରେଖାଙ୍କର ରହିଛି ଅନୈତିକ ପ୍ରେମ ସମ୍ପର୍କ। ଉଭୟଙ୍କର ଘର କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ। ତେଣୁ ଉଭୟ ପରସ୍ପରରେ ପ୍ରେମରେ ପଡ଼ିଥିଲେ। ପରବର୍ତ୍ତୀ ସମୟରେ ପରମେଶଙ୍କୁ ରେଖା ବିବାହ କରିଥିଲେ। ହେଲେ ପ୍ରଥମ ପ୍ରେମକୁ ଭୁଲି ପାରିନଥିଲେ। ନିୟମିତ ତାଙ୍କ ସମ୍ପର୍କରେ ରହୁଥିଲେ। ଫୋନ୍‌ରେ ତାଙ୍କ ସହିତ କଥାବାର୍ତ୍ତା ହେଉଥିଲେ। ପରମେଶଙ୍କ ଅନୁପସ୍ଥିତି ରେଖାଙ୍କୁ ଭେଟିବାକୁ ସନ୍ତୋଷ ଆସୁଥିଲେ। ଆଉ ତାଙ୍କ ସହିତ ରେଖା ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଜାଣିପାରିଥିଲେ ପରମେଶ। ଯେଉଁଥିପାଇଁ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଉଷ୍ମ ତୀକ୍ତତା ଲାଗି ରହିଥିଲା।

ଅଭିଯୋଗ ଅନୁସାରେ ଗତ ୪ ତାରିଖରେ ରେଖା ତାଙ୍କର ୩ ମାସର ଝିଅକୁ ଘରୁ ନେଇଥିଲେ। ଆଉ ନିଜ ଝିଅକୁ ପ୍ରେମିକଙ୍କୁ ଦେଇଥିଲେ। ପରବର୍ତ୍ତୀ ସମୟରେ ଛୁଆ ଘରୁ ଚୋରି ହୋଇଥିବା ନେଇ ସ୍ୱାମୀଙ୍କ ପାଖରେ ଅଭିନୟ କରିଥିଲେ। ତା’ପରେ ଅଭିଯୋଗ ଥାନାରେ ପହଞ୍ଚିବା ପରେ ଖୋଳତାଡ ଆରମ୍ଭ କରିଥିଲା ପୁଲିସ୍‌। ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରୁ ଛୁଆକୁ ପୁଲିସ୍‌ ଉଦ୍ଧାର କରିଛି। ରେଖା ଓ ତାଙ୍କ ପ୍ରେମିକ ସନ୍ତୋଷଙ୍କୁ ଅଟକ ରଖି ପୁଲିସ୍‌ ପଚରାଉଚରା କରୁଛି।

ଛୁଆ ଚୋରି ନେଇ ମହିଳା ଜଣକ କହିଛନ୍ତି, ଛୁଆ ଯାହାର ମୁଁ ତାକୁ ଦେଇଛି। ସନ୍ତୋଷ ତ୍ରିପାଠୀଙ୍କ ସହିତ ମୋର ଆଗରୁ ଚିହ୍ନା ପରିଚିତ। ସିଏ ହେଉଛନ୍ତି ଛୁଆର ବାପା। ତେଣୁ ତାଙ୍କ ଛୁଆ ତାଙ୍କୁ ଦେଇଦେଲି। ଥାନାରେ ଏ ସମ୍ପର୍କରେ ସବୁ କଥା କହିଛି।

ରିପୋର୍ଟ- ଜୟପୁରରୁ ଟି.ଗୌରୀଶଙ୍କର

Crime Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe