Advertisment

ରାଜ୍ୟରେ ମିଳୁନି କାମ; ଦାଦନ ଚାଲାଣ ହେଉଥିବା ବେଳେ ଧରାପଡ଼ିଲେ

ପୁଲିସ କୌଣସି ସୂତ୍ରରୁ ଖବର ପାଇ ୯ଜଣ ଦାଦନ ଶ୍ରମିକକୁ ସଲଣ୍ଡି ଗାଁ ପାଖରୁ ଉଦ୍ଧାର କରିଥିଲା।

Patnagarh

Patnagarh

Advertisment

ନିଜ ରାଜ୍ୟରେ କାମ ମିଳୁନି। ଯେଉଁ କାମ ମିଳୁଛି, ସେଥିରେ ପାରିଶ୍ରମିକ ମିଳୁନି। ତେଣୁ ପେଟ ଚାଖଣ୍ଡକ ପାଇଁ ସର୍ଦ୍ଦାରଙ୍କଠାରୁ ଆଗୁଆ ପାଉଣା ନେଇ ରାଜ୍ୟ ବାହାରକୁ କାମ କରିବାକୁ ଯାଉଥିବା ବେଳେ ଧରାପଡ଼ିଲେ ୯ଦାଦନ ଶ୍ରମିକ। ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ। ଉଦ୍ଧାର ଶ୍ରମିକ ମଧ୍ୟ୍ୟରେ ଜଣେ ନାବାଳିକା ସହ ୨ ଜଣ ମହିଳା ଥିବାବେଳେ ୬ଜଣ ପୁରୁଷ ଅଛନ୍ତି। 

Advertisment

ଗତକାଲି ବେଲପଡା ଥାନା ଘୁଟୁମପଡ଼ା ଗାଁର ୯ଜଣଙ୍କୁ ରାଜ୍ୟ ବାହାରକୁ ଚାଲାଣ କରୁଥିଲା ଦାଦନ ସର୍ଦ୍ଦାର। ଏହି ଶ୍ରମିକମାନେ ବାହାର ରାଜ୍ୟକୁ ଯିବା ପାଇଁ କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ଯାଉଥିଲେ। ଏହି ସମୟରେ ପୁଲିସ କୌଣସି ସୂତ୍ରରୁ ଖବର ପାଇ ୯ଜଣ ଦାଦନ ଶ୍ରମିକକୁ ସଲଣ୍ଡି ଗାଁ ପାଖରୁ ଉଦ୍ଧାର କରିଥିଲା। ଏହି ଶ୍ରମିକ ଇଟା ଭାଟିରେ କାମ କରିବାକୁ ହାଇଦ୍ରାବାଦ ଯାଉଥିବା ଜଣାପଡ଼ିଛି। ଦଲାଲ ସେମାନଙ୍କୁ ମୁଣ୍ଡପିଛା ୪୦ ରୁ ୪୫ ହାଜର ଟଙ୍କା ବଇନା ଦେଇ ନେଉଥିବା ସୂଚନା ରହିଛି। ଦାଦନ ଦଲାଲ ଦେବ ଦୀପକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ପାଟଣାଗଡ଼ ଏସଡିପିଓ ସୂଚନା ଦେଇଛନ୍ତି।

ବଲାଙ୍ଗିର ଜିଲ୍ଲା ସୁଦପଡ଼ାରେ ଥିବା ମଦ ଭାଟିରୁ ଆୟକର ବିଭାଗର ରେଡ ବେଳେ ବସ୍ତାବସ୍ତା ଟଙ୍କା ମିଳିଥିଲା। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଅନ୍ୟପକ୍ଷରେ ସେହି ବଲାଙ୍ଗିର ଜିଲ୍ଲାରେ ଲୋକାମାନେ କାମ ପାଇଁ ଭିଟା ମାଟି ଛାଡ଼ି ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି। ସାଧାରଣରେ ଏହି ଘଟଣାକୁ ପ୍ରଶ୍ନବାଚୀ ସୃଷ୍ଟ ହୋଇଛି।

Advertisment
Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe