Advertisment

ଦାଦନ ସର୍ଦ୍ଦାରର ଦବଙ୍ଗଗିରି; ଶ୍ରମିକଙ୍କୁ କିଡ୍‌ନାପ କରି ନେଇ ନିର୍ଧୂମ ଛେଚିଲେ

ଦାଦନ ଯିବା ପାଇଁ ୪୦ ହଜାର ଟଙ୍କା ବଇନା ଆଣିଥିଲେ ଅଜିତ। ସେହି ଟଙ୍କା ଲେଣଦେଣକୁ ନେଇ ଅଜିତଙ୍କୁ ସର୍ଦ୍ଦାର ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ତାଙ୍କ ସ୍ତ୍ରୀ।

ଅଦ୍ୟତନ ହୋଇଛି
Bonded labour

Bonded labour

Advertisment

ଦାଦନ ସର୍ଦ୍ଦାରର ଦବଙ୍ଗଗିରି। ଶ୍ରମିକଙ୍କୁ ଅପହରଣ କରି ଜଙ୍ଗଲକୁ ଟେକିନେଲେ। ପରେ ସେଠାରେ ନିର୍ଧୂମ ଛେଚି ରାସ୍ତାକଡ଼ରେ ଫୋପାଡ଼ି ଦେଇ ଫେରାର ମାରିଲେ। ବଲାଙ୍ଗିର ଜିଲ୍ଲାରେ ଏପରି ଘଟଣା ଦେଖିବାକୁ ମିଳିଛି। ଗୁରୁତର ଅବସ୍ଥାରେ ଦାଦନ ଶ୍ରମିକ ଅଜିତ ବାଗଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ଘର ପାଟଣାଗଡ଼ ଥାନା କଦଳିମୁଣ୍ଡା ଗାଁରେ ବୋଲି ଜଣାଯାଇଛି।

Advertisment

ଗତ ୨୨ ତାରିଖରେ ଅଜିତ ପାଖ ଗାଁ ଭଇଁଷାକୁ କୌଣସି କାମରେ ଯାଇଥିଲେ। ସେଠାରୁ ଦାଦନ ସର୍ଦ୍ଦାର ଓ ତାଙ୍କ ସହଯୋଗୀ ଅଜିତଙ୍କୁ କଣ୍ଟାବାଞ୍ଜି ନିକଟସ୍ଥ ଜଙ୍ଗଲକୁ ଅପହରଣ କରି ନେଇଥିଲେ। ପରେ ସେଠାରେ ସର୍ଦ୍ଦାର ଓ ତାଙ୍କ ସହଯୋଗୀ ଅଜିତଙ୍କୁ ସେମାନେ ନିର୍ଧୂମ ଛେଚିଥିଲେ। ପରେ ରକ୍ତାକ୍ତ ଅବସ୍ଥାରେ ରାସ୍ତାକଡ଼ରେ ଫୋପାଡ଼ି ଦେଇ ପଳାଇ ଯାଇଥିଲେ।

ସ୍ଥାନୀୟ ଲୋକଙ୍କ ସହାୟତାରେ ଅଜିତ ପରିବାର ଲୋକଙ୍କୁ ଯୋଗାଯୋଗ କରିଥିଲେ। ପରିବାର ଲୋକେ ଏନେଇ ପାଟଣାଗଡ଼ ପୁଲିସକୁ ଖବର ଦେବା ପରେ ପୁଲିସ ଅଜିତକୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରିଛନ୍ତି। ପରିବାର ଲୋକଙ୍କ ପକ୍ଷରୁ ଦାଦନ ସର୍ଦ୍ଦାରଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଛି। ପାଟଣାଗଡ଼ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Advertisment

ଦାଦନ ଯିବା ପାଇଁ ୪୦ ହଜାର ଟଙ୍କା ବଇନା ଆଣିଥିଲେ ଅଜିତ। ସେହି ଟଙ୍କା ଲେଣଦେଣକୁ ନେଇ ଅଜିତଙ୍କୁ ସର୍ଦ୍ଦାର ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ତାଙ୍କ ସ୍ତ୍ରୀ।

Bolangiri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe