/odisha-reporter/media/post_attachments/uploadimage/library/16_9/16_9_0/IMAGE_1721014122.jpg)
Rice mill owner
୪୮ ଘଣ୍ଟା ପରେ ଅପହୃତ ରାଇସ ମିଲ୍ ମାଲିକ ଏ. ରମେଶ ପାତ୍ରଙ୍କୁ ଉଦ୍ଧାର କରିଛି କୋରାପୁଟ ପୁଲିସ। ଗତକାଲି ବିଳମ୍ବିତ ରାତିରେ ମିଲ୍ ମାଲିକଙ୍କୁ ପୁଲିସ ଉଦ୍ଧାର କରି ତାଙ୍କ ଘରେ ଛାଡ଼ିଥିବା ଜଣାଯାଇଛି। ତେବେ କିଏ ଓ କାହିଁକି ରମେଶଙ୍କୁ ଅପହରଣ କରିଥିଲା ତାହା ଜଣାପଡ଼ିନାହିଁ।
ଗତ ଶୁକ୍ରବାର ଦିନ ରମେଶ ବୋରିଗୁମା ଥାନା ଅନ୍ତର୍ଗତ ପେରାହାନ୍ଦି ମିଲରୁ ନିଜ ଘରକୁ ଫେରିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଅପହରଣ କରି ନେଇଥିଲେ। ରମେଶଙ୍କୁ ଅପହରଣ କରାଯାଇଥିବା ନେଇ ବୋରିଗୁମ୍ମା ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକେ। ଏଥିସହ କୋରାପୁଟ ଏସପିଙ୍କ ନିକଟରେ ରମେଶଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ।
ପରେ କୋରାପୁଟ ଏସପିଙ୍କ ନିର୍ଦ୍ଦେଶରେ ଜୟପୁର ଏସଡିପିଓ ଅଙ୍କିତ ବର୍ମାଙ୍କ ନେତୃତ୍ୱରେ ତିନୋଟି ଟିମ୍ ଗଠନ କରାଯାଇ ଖୋଳତାଡ଼ ଆରମ୍ଭ କରାଯାଇଥିଲା। ଗତକାଲି ପୁଲିସ ରମେଶଙ୍କୁ ଉଦ୍ଧାର କରି ବିଳମ୍ବିତ ରାତିରେ ପରିବାର ଲୋକଙ୍କ ହସାନ୍ତର କରିଥିବା ଜଣାଯାଇଛି। ରମେଶଙ୍କୁ ଦୁର୍ବୃତ୍ତମାନେ କେଉଁ କାରଣ ପାଇଁ ଅପହରଣ କରିଥିଲେ, ଅପହରଣ ପଛରେ କେଉଁ କାରଣ ରହିଛି ତାହା ଜଣାପଡ଼ିନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
