Advertisment

ଜଙ୍ଗଲରେ ପଡ଼ିଥିଲା ମୃତଦେହ, ପାଖରେ ଥିଲେ ସଂଜ୍ଞାହୀନ ମହିଳା!

କୁଚିଣ୍ଡା ଥାନା ଡନସନାଡିହି ଜଙ୍ଗଲରେ ପଡିଥିଲା ଜଣେ ପୁରୁଷ ବ୍ୟକ୍ତିଙ୍କ ମୃତଦେହ। ଆଉ ମୃତଦେହ ପାଖରେ ଜଣେ ମହିଳା ଶୋଇଥିଲେ। ମହିଳା ଜଣକ ସଂଜ୍ଞାହୀନ ଅବସ୍ଥା ପଡ଼ିଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
Kuchinda

Kuchinda

ଘଞ୍ଚ ଜଙ୍ଗଲ ପଡ଼ିଥିଲା ମୃତଦେହ। ଆଉ ସେହି ମୃତଦେହ ପାଖରେ ସଂଜ୍ଞାହୀନ ଅବସ୍ଥାରେ ପଡ଼ିଥିଲେ ଜଣେ ମହିଳା। ହେଲେ ମହିଳା ଜଣକ କେମିତି ମୃତଦେହ ପାଖରେ ପଡ଼ିଥିଲେ, ତାହା ଜଣାପଡ଼ି ନାହିଁ। ସେପଟେ ସେମାନଙ୍କ ପରିଚୟ ମଧ୍ୟ ମିଳିପାରିନାହିଁ। ସମ୍ୱଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳରେ ଦେଖିବାକୁ ମିଳିଛି ଏପରି କରୁଣ ଚିତ୍ର।

Advertisment

କୁଚିଣ୍ଡା ଥାନା ଡନସନାଡିହି ଜଙ୍ଗଲରେ ପଡିଥିଲା ଜଣେ ପୁରୁଷ ବ୍ୟକ୍ତିଙ୍କ ମୃତଦେହ। ଆଉ ମୃତଦେହ ପାଖରେ ଜଣେ ମହିଳା ଶୋଇଥିଲେ। ମହିଳା ଜଣକ ସଂଜ୍ଞାହୀନ ଅବସ୍ଥା ପଡ଼ିଥିଲେ। ଏପରି ଦୃଶ୍ୟ ଦେଖି ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ଖବର ପାଇ ସାଇଣ୍ଟିଫିକ୍‌ ଟିମ୍‌ ସହ ପୁଲିସ୍‌ ଡନସନାଡିହି ଜଙ୍ଗଲରେ ପହଞ୍ଚିଥିଲା। ଚେତା ହରାଇ ପଡ଼ିଥିବା ମହିଳାଙ୍କୁ ଉଦ୍ଧାର କରି କୁଚିଣ୍ଡା ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲା। ମହିଳାଙ୍କୁ ଅକ୍ସିଜେନ୍‌ ସପୋଟ୍‌ରେ ରଖାଯାଇଛି। ମହିଳାଙ୍କ ଚେତା ଫେରିନଥିବାରୁ ପରିଚୟ ଜଣାପଡ଼ି ନାହିଁ। ସେପଟେ ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ମୃତକ ଓ ଚେତା ହରାଇଥିବା ମହିଳା ୩ ଦିନ ତଳେ ଜଙ୍ଗଲରେ ଘୂରି ବୁଲୁଥିଲେ। କାହା ସହିତ କଥା ହେଉନଥିଲେ। ତେବେ ଏଠି ପ୍ରଶ୍ନ ଉଠୁଛି, ସେମାନଙ୍କ ଘର କେଉଁଠି? ଦୁଇ ଜଣଙ୍କ ଭିତରେ କଣ ସମ୍ପର୍କ ରହିଛି? ପୁରୁଷ ଜଣଙ୍କ ମୃତ୍ୟୁ ଜଙ୍ଗଲରେ କେମିତି ହେଲା? ମହିଳା ଜଣକ କଣ ପାଇଁ ତାଙ୍କ ପାଖରେ ଶୋଇଥିଲେ? ଏବେ ଏପରି ନାନା ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି।

Advertisment

ରିପୋର୍ଟ-କୁଚିଣ୍ଡାରୁ ଦେବେନ୍ଦ୍ର ବେହେରା

Sambalpur