Advertisment

ଜଳୁଥିବା ଜୁଇରୁ ମୃତଦେହ ଉଠାଇ ଆଣିଲା ପୁଲିସ୍‌

ପୁଅ ଅପକର୍ମ ପାଇଁ ବିନା କାରଣରେ ଘରେ ରହୁଥିବା ଏସ୍‌. ଲୁଲୁକୁମାର ବାପା ଏସ୍‌.ମୁକୁନ୍ଦ ଓ ଏସ୍‌.ଦମୟନ୍ତୀ ଅପଦସ୍ତ ହେଉଥିଲେ। ଏହାକୁ ନେଇ ଅନେକ ସମୟରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗୁଥିଲା। ଅଭିଯୋଗ ଅନୁସାରେ ଆଜି ସକାଳେ ସ୍ୱାମୀ-ସ୍ତ୍ର ଚରମ ନିଷ୍ପତ୍ତି ନେଇଥିଲେ।

author-image
Manoranjan Sial
Cremation Ground

Cremation Ground

ପୁଅର ଅପକର୍ମ ପାଇଁ ଆତ୍ମହତ୍ୟାର ରାସ୍ତା ବାଛି ନେଲେ ବାପା-ମାଆ! ଆଉ ସେଇଥିଲେ ଚାଲିଗଲା ମାଆଙ୍କ ଜୀବନ। ବନ୍ଧୁ ବାନ୍ଧବ ଓ ସାହିପଡ଼ିଶା ଗାଁ ଶ୍ମଶାନରେ ମୃତଦେହ ସଂସ୍କାର କରୁଥିବା ବେଳେ ପହଞ୍ଚିଥିଲା ବ୍ରହ୍ମପୁର ସଦର ଥାନା ପୁଲିସ୍। ଆଉ ଜଳୁଥିବା ଜୁଇରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଅନ୍ୟପକ୍ଷରେ ମେଡ଼ିକାଲ୍‌ ବେଡ୍‌ରେ ଜୀବନ ସଂଘର୍ଷ କରୁଛନ୍ତି ମୃତ ମହିଳାଙ୍କ ସ୍ୱାମୀ।

Advertisment

ବ୍ରହ୍ମପୁର ସଦର ଥାନା ଗୌତମୀ ଗାଁର ଏସ୍‌. ମୁକୁନ୍ଦ ଦୋରାଙ୍କ ପୁଅ ଏସ୍‌. ଲୁଲୁ କୁମାର ଦୋରା ଚାକିରି କରାଇ ଦେବାକୁ କହି ବହୁ ଯୁବକ ଓ ଯୁବତୀଙ୍କଠାରୁ ଟଙ୍କା ନେଇଥିଲେ। ହେଲେ ଚାକିରି ଦେଇନଥିଲେ। ଏପରିକି ନେଇଥିବା ଟଙ୍କା ଫେରାଉନଥିଲେ। ଯେଉଁଥିପାଇଁ ଚାକିରି ଆଶାୟୀମାନେ ବାରମ୍ୱାର ଏସ୍‌. ଲୁଲୁ କୁମାରଙ୍କ ଘରକୁ ଆସୁଥିଲେ। ନେଇଥିବା ଟଙ୍କା ମାଗୁଥିଲେ। ହେଲେ ଏସ୍‌. ଲୁଲୁ କୁମାର ଘରେ ରହୁନଥିବାରୁ ଆଶାୟୀମାନେ ଖାଲି ହାତରେ ଫେରି ଯାଉଥିଲେ।

ପୁଅ ଅପକର୍ମ ପାଇଁ ବିନା କାରଣରେ ଘରେ ରହୁଥିବା ଏସ୍‌. ଲୁଲୁକୁମାର ବାପା ଏସ୍‌.ମୁକୁନ୍ଦ ଓ ଏସ୍‌.ଦମୟନ୍ତୀ ଅପଦସ୍ତ ହେଉଥିଲେ। ଏହାକୁ ନେଇ ଅନେକ ସମୟରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗୁଥିଲା। ଅଭିଯୋଗ ଅନୁସାରେ ଆଜି ସକାଳେ ସ୍ୱାମୀ-ସ୍ତ୍ର ଚରମ ନିଷ୍ପତ୍ତି ନେଇଥିଲେ। ଉଭୟ ମିଳିମିଶି ବିଷ ପିଇ ଦେଇଥିଲେ। ବନ୍ଧୁ ବାନ୍ଧବ ଓ ସାହିପଡ଼ିଶା ଏ ସମ୍ପର୍କରେ ଜାଣିପାରି ଏସ୍‌.ମୁକୁନ୍ଦଙ୍କ ଘରେ ପହଞ୍ଚିଥିଲେ। ସେତେବେଳକୁ ମୁକୁନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କ ପତ୍ନୀ ଦୟମନ୍ତ୍ରୀଙ୍କ ମୃତ୍ୟୁ ହୋଇଯାଇଥିଲା। ତେଣୁ ମୁକୁନ୍ଦଙ୍କୁ ଉଦ୍ଧାର କରି ଆଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଏବେ ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ହେଲେ ପୁଅ ଏସ୍‌ ଲୁଲୁ କୁମାରଙ୍କ ପତ୍ତା ମିଳୁନି।

Advertisment

ଅନ୍ୟପକ୍ଷରେ ବନ୍ଧୁ ବାନ୍ଧବ ଓ ସାହି ପଡ଼ିଶା ଏସ୍‌. ଦମୟନ୍ତୀଙ୍କ ମୃତଦେହକୁ ଗାଁ ଶ୍ମଶାନକୁ ନେଇଥିଲେ। ରୀତିନୀତି ଅନୁସାରେ ଜୁଇ ସଜାଡ଼ିଥିଲେ। ପରେ ଜୁଇରେ ମୃତଦେହ ଶୁଆଇ ଅଗ୍ନି ସଂଯୋଗ କରିଥିଲେ। ଜୁଇ ଜଳିଲା ବେଳେ ହଠାତ୍‌ ଶ୍ମଶାନରେ ପହଞ୍ଚିଲା ପୁଲିସ୍‌। ଜୁଇ ନିଆଁ ଲିଭାଇ ଦରପୋଡ଼ା ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ରିପୋର୍ଟ- ଦିଗପହଣ୍ଡିରୁ ସତ୍ୟନାରାୟଣ ପାଢ଼ୀ

Ganjam Suicide