Advertisment

କାର୍‌ରୁ ମିଳିଲା ୫ ଲକ୍ଷ, ହିସାବ ଦେଇ ପାରିଲେନି ମାଲିକ

ପଚରାଉଚରା ବେଳେ ଉକ୍ତ ଟଙ୍କା ସଂପର୍କରେ ଗାଡ଼ିର ମାଲିକ କିମ୍ବା ଡ୍ରାଇଭର ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ।

author-image
Jitendra Garnayak
Notes

Notes

ରାଜଧାନୀ ଭୁବନେଶ୍ୱରରେ ଏକ କାରରୁ ଜବତ ହୋଇଛି ୫ ଲକ୍ଷ ଟଙ୍କା। ନିର୍ବାଚନ ପାଇଁ ପୁଲିସ୍ ପକ୍ଷରୁ ଯାଞ୍ଚକୁ କଡ଼ାକଡ଼ି କରାଯାଇଥିବା ବେଳେ ଆଜି ମଧ୍ୟାହ୍ନରେ ଏହି ଟଙ୍କା ଜବତ ହୋଇଛି।

Advertisment

ନ୍ୟୁ ଫରେଷ୍ଟ ପାର୍କ ରାସ୍ତାରେ ଏହି କାରଟି ଯାଉଥିବା ବେଳେ ପୁଲିସ୍‌କୁ ସନ୍ଦେହ ହେବାରୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଗାଡ଼ିରୁ ୫ ଲକ୍ଷ ଟଙ୍କା ସନ୍ଦେହଜନକ ଅବସ୍ଥାରେ ମିଳିଥିଲା।

ପଚରାଉଚରା ବେଳେ ଉକ୍ତ ଟଙ୍କା ସଂପର୍କରେ ଗାଡ଼ିର ମାଲିକ ରାଜେନ୍ଦ୍ର କୁମାର ଚମ୍ପତିରାୟ କିମ୍ବା ଡ୍ରାଇଭର ହୃଦାନନ୍ଦ ସିଂହ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ।

Advertisment

ଏହା ପରେ ପୁଲିସ୍ ଟଙ୍କା ଜବତ କରିଥିଲା। ଟଙ୍କା ଫେରସ୍ତ ପାଇବା ପାଇଁ ଖୋର୍ଦ୍ଧା ସ୍ଥିତ ଡିଷ୍ଟ୍ରିକ ଗ୍ରୀଭାନ୍ସ କମିଟି ନିକଟରୁ ଅନୁମତି ପତ୍ର ଆଣିବାକୁ ସେମାନଙ୍କୁ କୁହାଯାଇଥିବା ଭୁବନେଶ୍ୱର ଡିସିପି ଅଫିସ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍‌ରେ କୁହାଯାଇଛି।

ସୂଚନାଯୋଗ୍ୟ, ଗତକାଲି ରାଜଧାନୀର ଲକ୍ଷ୍ମୀସାଗର ଥାନା ପୁଲିସ୍ ଯାଞ୍ଚ ବେଳେ ଏକ କାରରୁ ଦେଢ଼ ଲକ୍ଷ ଟଙ୍କା ଜବତ କରିଥିଲା। ନିର୍ବାଚନ ଯୋଗୁ ଏବେ ଭୁବନେଶ୍ୱରରେ ପୁଲିସ୍ ପକ୍ଷରୁ ଗାଡ଼ିଗୁଡ଼ିକୁ ଯାଞ୍ଚ କରାଯାଉଛି।

Black Money