Advertisment

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଜମୁଛି ଜୁଆ ଖେଳ; ୨୬ ଦିନରେ ୫୦ ଲକ୍ଷରୁ ଅଧିକ ଟଙ୍କା ଜବତ

ଗତ ୧ ତାରିଖରୁ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ବ୍ରହ୍ମପୁର ପୁଲିସ୍‌ରେ ୩୫ଟି ମାମଲା ରୁଜୁ ହୋଇଥିବା ବେଳେ ୫୦ ଲକ୍ଷରୁ ଅଧିକ ଟଙ୍କା ଓ ବହୁ ମୋବାଇଲ ଜବତ ହୋଇଥିବା ବ୍ରହ୍ମପୁର ଏସ୍‌ପି ଡ଼, ଶ୍ରବଣ ବିବେକ ଏମ୍‌ କହିଛନ୍ତି।

Ganjam

Ganjam

Advertisment

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ଗାଁ ଗାଁରେ ଚାଲିଛି ଜୁଆର ଆସର। କୁମାର ପୂର୍ଣ୍ଣିମା ଯେତିକି ପାଖେଇ ଆସୁଛି, ସେହି ହିସାବରେ ବଢ଼ୁଛି ଜୁଆ ଖେଳ। ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଜୁଆଡ଼ିମାନେ ଖେଳରେ ମାତୁଛନ୍ତି। ଯେଉଁଥିପାଇଁ ଜିଲ୍ଲାର ଆଇନ୍‌ ଶୃଙ୍ଖଳା ବିଗୁଡୁଛି। ୨୬ ଦିନରେ ପୁଲିସ୍‌ ୩୫ଟି ମାମଲା ରୁଜୁ କରିଥିବା ବେଳେ ୫୦ ଲକ୍ଷରୁ ଅଧିକ ଟଙ୍କା ଓ ବହୁ ମୋବାଇଲ ଜବତ କରିଛି।

Advertisment

ବୁଧବାର ରାତିରେ ଦିଗପହଣ୍ଡି ବ୍ଲକ୍‌ ଚୌଧୁରୀ ଟିକରପଡ଼ା ଗାଁ କଲ୍ୟାଣ ମଣ୍ଡପରେ ଜୁଆ ଖେଳ ଚାଲିଥିଲା। ବାଜିରେ ଲାଗିଥିଲା ଭାଗ୍ୟ। ଠିକ୍‌ ସେହି ସମୟରେ କେ.ନୂଆଗାଁ ଥାନା ପୁଲିସ ଚଢଉ କରିଥିଲା। ହେଲେ ଖେଳରେ ମାତିଥିବା ଜୁଆଡିମାନେ ପୁଲିସ୍‌କୁ ବିରୋଧ କରିଥିଲେ। ଯେଉଁଥିପାଇଁ ମୁହାଁମୁହିଁ ପରିସ୍ଥିତି ହୋଇଥିଲା। କିଛି ଜୁଆଡି ପୁଲିସ ସହ ଧସ୍ତାଧସ୍ତି କରିଥିଲେ। ପରେ ସଂଘବଦ୍ଧ ହୋଇ ପୁଲିସ ଗାଡ଼ି ଉପରକୁ ଢେଲା ପଥର ମାଡ଼ ମାରିଥିଲେ। ଜୁଆଡ଼ିଙ୍କ ପଥର ମାଡ଼ରେ କିଛି ପୁଲିସ୍‌ କର୍ମଚାରୀ ଆହତ ହୋଇଥିଲେ। ଜୁଆ ଆଡ୍ଡାରୁ ୩୦୦୦ ଟଙ୍କା ଜବତ କରିଥିଲା। ପୁଲିସ ଗାଡି ଭଙ୍ଗା ରୁଜା ଘଟଣାରେ ଏକ ମାମଲା ରୁଜୁ ହୋଇଛି।

ସମାନ ଚିତ୍ର ଦେଖିବାକୁ ମିଳିଥିଲା ଗାଙ୍ଗପୁର ଥାନା ପାଲକଷଣ୍ଡା ଗାଁରେ। ଜୁଆ ଖେଳ ଚାଲିଥିବା ଖବର ପାଇ ପୁଲିସ୍‌ ଚଢ଼ଉ କରିଥିଲା। ହେଲେ ଜୁଆଡିମାନେ ପୁଲିସ୍ ଉପରକୁ ଆକ୍ରମଣ କରିଥିଲେ। ପୁଲିସ୍ ଭ୍ୟାନ ଉପରକୁ ଢେଲା ପଥର ମାଡ଼ କରିଥିଲେ।

Advertisment

ଢେଲା ପଥର ମାଡ଼ ପରେ ଆକ୍‌ସନ୍‌ ମୋଡ୍‌କୁ ଆସିଛି ପୁଲିସ୍‌। ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି। ଗତ ୧ ତାରିଖରୁ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ବ୍ରହ୍ମପୁର ପୁଲିସ୍‌ରେ ୩୫ଟି ମାମଲା ରୁଜୁ ହୋଇଥିବା ବେଳେ ୫୦ ଲକ୍ଷରୁ ଅଧିକ ଟଙ୍କା ଓ ବହୁ ମୋବାଇଲ ଜବତ ହୋଇଥିବା ବ୍ରହ୍ମପୁର ଏସ୍‌ପି ଡ଼, ଶ୍ରବଣ ବିବେକ ଏମ୍‌ କହିଛନ୍ତି। ଏହି ଖେଳରୁ ଦୂରେଇ ରହିବାକୁ ଏସ୍‌ପି ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଯଦି ଆଖପାଖରେ ଏହି ଖେଳ ହେଉଛି, ତାହାହେଲେ ତୁରନ୍ତ ପୁଲିସକୁ ଖବର ଦେବାକୁ ସେ କହିଛନ୍ତି।

Ganjam Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe