Advertisment

ବରଗଡ଼ରୁ ମିଳୁଛି ପୁଳା ପୁଳା ଟଙ୍କା; ଦୁଇ ଦିନରେ ଜବତ ହେଲାଣି ୧୬ ଲକ୍ଷ

ଗତକାଲି ବରଗଡ ଟାଉନ୍‌ ଥାନା ପୁଲିସ୍‌ ଚେକିଂ ବେଳେ ଏକ ପିକ୍ଅପ୍ ଭ୍ୟାନରୁ ୧୦ ଲକ୍ଷ ନଗଦ ଟଙ୍କା ଜବତ କରିଥିଲା।

ଅଦ୍ୟତନ ହୋଇଛି
 6lakh seized

6lakh seized

Advertisment

ଓଡ଼ିଶାରେ ସାଧାରଣ ନିବାର୍ଚନ ଆଉ କିଛି ଦିନ ବାକିଥିବା ବେଳେ ବରଗଡ଼ ଜିଲ୍ଲାରୁ ଜବତ ହେଉଛି ପୁଳାପୁଳା ଟଙ୍କା। ଗତକାଲି ବରଗଡ଼ ଥାନା ହଲଦୀପାଲି ଛକରୁ ଏକ ପିକ୍‌ଅପ୍ ଭ୍ୟାନରୁ ୧୦ ଟଙ୍କା ଜବତ କରାଯାଇଥିବା ବେଳେ ପୁଣି ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଥାନା ଡ଼ଭା ଛକରେ ଚେକିଂ ବେଳେ ଦୁଇ ବାଇକ ଆରୋହୀଙ୍କ ଠାରୁ ୬ ଲକ୍ଷ ୫୨ ହଜାର ୮୦୦ ଟଙ୍କା ଜବତ କରିଛି ପୁଲିସ। ଦୁଇ ବାଇକ ଆରୋହୀ ହେଲେ ବଲାଙ୍ଗିର ଜିଲ୍ଲାର ମିତ୍ରଭାନୁ ସାହୁ ଓ ମନୋଜ କୁମାର ସାହୁ।

Advertisment

ପୁଲିସ୍‌ ଜବତ ଟଙ୍କା ସମ୍ପର୍କରେ ଯୁବକ ଦ୍ୱୟଙ୍କୁ ପଚାରିଥିଲା। ମାତ୍ର ସେମାନେ ସନ୍ତୋଷ ଜନକ ଉତ୍ତର ଦେଇପାରି ନଥିଲେ। ତେଣୁ ପୁଲିସ୍‌ ଟଙ୍କା ପ୍ୟାକେଟ୍‌ ସହ ଗାଡ଼ିକୁ ଜବତ କରିଛି। ଏହାସହ ଦୁଇ ବାଇକ ଆରୋହୀଙ୍କୁ ଅଟକ ରଖିଛି। ନୋଟ୍‌ ଗୁଡ଼ିକୁ ଛୋଟ ଛୋଟ ପ୍ୟାକେଟ୍‌ରେ ପ୍ୟାଙ୍କିଂ ହୋଇଥିଲା। ତେବେ ଯୁବକ ଦ୍ୱୟ ଏତେ ଟଙ୍କା ନେଇ କୁଆଡେ ଯାଉଥିଲେ ସେନେଇ ତନାଘନା ଚଳାଇଛି ପୁଲିସ । ବରଗଡ଼ରୁ ଦୁଇ ଦିନରେ ୧୬ଲକ୍ଷରୁ ଅଧିକ ଟଙ୍କା ଜବତ ହେବା ପରେ ଏତେ ଟଙ୍କା କେଉଁଠି ଆସୁଛି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ, ଗତକାଲି ବରଗଡ ଜିଲ୍ଲା ହଲଦୀପାଲି ଛକଠାରେ ଟାଉନ୍‌ ଥାନା ପୁଲିସ୍‌ ଚେକିଂ ବେଳେ ଏକ ପିକ୍ଅପ୍ ଭ୍ୟାନରୁ ୧୦ ଲକ୍ଷ ନଗଦ ଟଙ୍କା ଜବତ କରିଥିଲା। ନୋଟ୍‌ ଗୁଡ଼ିକୁ ଛୋଟ ଛୋଟ ପ୍ୟାକେଟ୍‌ରେ ପ୍ୟାଙ୍କିଂ ହୋଇଥିଲା।ଏହା ପୂର୍ବରୁ ସୁବର୍ଣ୍ଣପୁରରୁ ପର୍ଯ୍ୟାପ୍ତ ପରିମାଣର ଟଙ୍କା ଜବତ ହୋଇଥିଲା। ଆନ୍ଧ୍ରପ୍ରଦେଶର କିଛି ବ୍ୟକ୍ତି ଏକ କାରରେ ଟଙ୍କା ନେଇ ଯାଉଥିବା ବେଳେ ପୁଲିସ୍‌ ଧରିଥିଲା।

Advertisment
Bargarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe