Advertisment

ବରଗଡ଼ରୁ ମିଳୁଛି ପୁଳା ପୁଳା ଟଙ୍କା; ଜବତ ହେଲା ସାଢେ ୭ ଲକ୍ଷ

କିଛି ଦିନ ପୂର୍ବରୁ ବରଗଡ଼ରୁ ୧୬ ଲକ୍ଷ ଟଙ୍କା ଜବତ କରିଥିଲା ପୁଲିସ।

author-image
Tapaswini Nayak
7lakh seized

7lakh seized

ନିର୍ବାଚନ ପୂର୍ବରୁ ବିଭିନ୍ନ ସ୍ଥାନରୁ ମିଳୁଛି ପୁଳା ପୁଳା ଟଙ୍କା। ସେହିପରି ଗତକାଲି ଚେକିଂ ବେଳେ ବରଗଡ଼ରୁ ମିଳିଛି ସାଢେ ୭ ଲକ୍ଷ ଟଙ୍କା। ଏକ ଟାଟା ସୁମୋ ଗାଡ଼ିରୁ ଏହି ଟଙ୍କା ଜବତ କରିଛି ପୁଲିସ।

Advertisment

ଗତକାଲି ବରଗଡ଼ ସୋହେଲା ଲୁହୁରାଚଟି ନାକା ପୋଷ୍ଟରେ ଚେକିଂ ଚାଲିଥିଲା। ପୁଲିସ ଓ FST ଟିମ ମିଳିତ ଭାବେ ଜୋରଦାର ଚେକିଂ କରୁଥିବା ବେଳେ ଏକ ଟାଟା ସୁମୋ ଗାଡ଼ିକୁ ଅଟକାଇଥିଲେ। ପରେ ଚେକିଂ କରିବା ବେଳେ ଗାଡିରୁ ସାଢେ ୭ଲକ୍ଷ ଟଙ୍କା ମିଳିଥିଲା।

ତେବେ ଏହି ଟଙ୍କା କେଉଁଠୁ ଆସିଲା ଏବଂ କୁଆଡେ ଯାଉଥିଲା, ସେନେଇ ଚାଳକ ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିଲେ। ଏନେଇ ପୁଲିସର ସନ୍ଦେହ ବଢ଼ିଥିଲା। ପରେ ପୁଲିସ ଟଙ୍କାକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି। ଏହାସହ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି।

Advertisment

 ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ବରଗଡ଼ରୁ ୧୬ ଲକ୍ଷ ଟଙ୍କା ଜବତ କରିଥିଲା  ପୁଲିସ।

Bargarh